ଲୋକକଳାକୁ ଉଦ୍ ଜୀବିତ କରି ରଖିବା ମାଲ୍ୟଗିରି ମହୋତ୍ସବର ପ୍ରମୁଖ ଲକ୍ଷ Posted on 07/03/202007/03/2020 by NTP Bureau Report ପାଲଲହଡ଼ା(ଏନ ଟି ପି): ଲୋକକଳାକୁ ଉଦ୍ ଜୀବିତ କରିବା ଲୋକ ମହୋତ୍ସବର ପ୍ରମୁଖ ଲକ୍ଷ୍ୟ।ଲୁକ୍କାୟିତ ପ୍ରତିଭା ମାନଙ୍କ ପ୍ରତିଭା ବିକଶିତ କରିବାର ଏହା ଏକ ମାଧ୍ୟମ। ଅନୁଗୋଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡର ଲୋକ ମହୋତ୍ସବ ମାଲ୍ୟଗିରି ମହୋତ୍ସବର ଗତକାଲି ଦ୍ୱିତୀୟ ସନ୍ଧ୍ୟା ଉଦଯାପିତ ହୋଇଯାଇଛି ।ପାଲଲହଡା ବିଧାୟକ ମୁକେଶ କୁମାର ପାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗଦେଇ ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ସ୍ବତନ୍ତ୍ର ଅତିଥି ଭାବେ ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ସଭ୍ୟ ପ୍ରିୟରଞ୍ଜନ ମେହେର, ଉପଜିଲାପାଳ ଅଜିତ କୁମାର ପ୍ରଧାନ, ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ସାହୁ ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ଶ୍ରୀ ସାଏ ତାଙ୍କ ବକ୍ତବ୍ୟରେ କହିଥିଲେ ପାଲଲହଡାର ବିକାଶ ସମସ୍ତଙ୍କ ସହଯୋଗରେ ବିକାଶ ହେବ । ପରେ ମହୋତ୍ସବ କମିଟି ତରଫରୁ ନିମନ୍ତ୍ରିତ ଅତିଥିଙ୍କୁ ସମ୍ମାନିତ କରାଯାଇଥିଲା। ଦ୍ୱିତୀୟ ସାଂସ୍କୃତିକ ସାରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଛଉ ନୃତ୍ୟ ଏବଂ କ୍ରିଏଟିଭ ଡ୍ୟାନ୍ସ ଗ୍ରୁପ୍ର ନୃତ୍ୟକୁ ଦର୍ଶକ ମନଭରି ଉପଭୋଗ କରିଥିବାବେଳେ ପାରମ୍ପରିକ ଲୋକନୃତ୍ୟ ସାଙ୍ଗକୁ ବିଭିନ୍ନ ଜିଲାରୁ ଆସିଥିବା କଳାକାରମାନଙ୍କ ମୁଣ୍ଡା ନୃତ୍ୟ, ପାଲା, ଛଉ ନୃତ୍ୟ, ଆଧୁନିକ ନୃତ୍ୟ ଗୀତରେ ମଞ୍ଚ ଦୁଲୁକି ଉଠିଥିଲା ଓଲିଉଡ କଳାକାର ସମ୍ବିତ ଆଚାର୍ଯ୍ୟଙ୍କ ଅଭିନୟ ଏବଂ ନୃତ୍ୟରେ ଦର୍ଶକ ବିଭୋର ହୋଇଥିଲେ। ଟ୍ରାଫିକ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। Share on FacebookTweetFollow usSave Post Views: 258
Odisha ସ୍କୁଟି ଉପରେ ଚଢ଼ିଗଲା ଟ୍ରକ,ସ୍ୱାମୀ ସ୍ତ୍ରୀ ମୃତ NTP Bureau Report 08/03/2020 0 ଅନୁଗୋଳ(ଏନଟିପି): ସ୍କୁଟି ଉପରେ ଚଢ଼ିଗଲା ଟ୍ରକ।ମାର୍କେଟିଙ୍ଗ କରିବାକୁ ଯାଉଥିବା ବେଳେ ସ୍କୁଟି ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ।ଟ୍ରକ ତଳେ ଚାଲିଗଲା ସ୍ୱାମୀ ସ୍ତ୍ରୀ ଙ୍କ ଜୀବନ।ଅନୁଗୋଳ ଜାତୀୟ ରାଜପଥ 55ରେ ସଡକ ଦୁର୍ଘଟଣା ରେ […]
Odisha ମୋଦିଙ୍କ ଟାର୍ଗେଟ ରେ ବିଜେଡି ଓ କଂଗ୍ରେସ ; ମୋଦି କହିଲେ ରାଜ୍ୟ ପୋଷ୍ଟମ୍ୟାନ,କେନ୍ଦ୍ରସରକାର ଆପଣଙ୍କ ପୁଅ NTP Bureau Report 16/04/2019 0 ସମ୍ବଲପୁର (ଏନଟିପି): ୨୯/୩୦ ଟଙ୍କାରେ କେନ୍ଦ୍ର ସରକାର ଚାଉଳ କିଣି ପଠାଉଛନ୍ତି। ରାଜ୍ୟ ସରକାର ଏଥିରେ ମାତ୍ର ୨ ଟଙ୍କା ମିଶାଇ ବାହାବା ନେଉଛନ୍ତି। କହୁଛନ୍ତି ଶସ୍ତାରେ ଲୋକଙ୍କୁ ଚାଉଳ ସେ ଯୋଗାଉଛନ୍ତି। ହେଲେ […]
Odisha ନିର୍ବାଚନ ଦାୟିତ୍ୱ ସହ ବିଭିନ୍ନ ଉନ୍ନୟନ ଯୋଜନାର କାର୍ଯ୍ୟକାରୀତାକୁ ପ୍ରାଥମିକତା –ଜିଲ୍ଲାପାଳ NTP Bureau Report 11/02/2019 0 ଅନୁଗୋଳ (ଏନଟିପି) ଅନୁଗୋଳରେ ଦାୟିତ୍ୱ ଗ୍ରହଣ କଲେ ନୂତନ ଜିଲ୍ଲାପାଳ।୧୯୮୮ ବ୍ୟାଚର ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ମନୋଜ କୁମାର ମହାନ୍ତି ଆଜି ପୂର୍ବତନ ଜିଲ୍ଲାପାଳ ଅନିଲ କୁମାର ସାମଲଙ୍କ ଠାରୁ ଦାୟିତ୍ୱ […]