ପୁଣି ବଢ଼ିଲା ତୈଳଦର

ଏନଟିପି(ନୂଆଦିଲ୍ଲୀ)

ବିଗତ କିଛି ସପ୍ତାହ ଧରି ଲଗାତାର ତେଲଦର କମିବା ପରେ ଏବେ ବୃଦ୍ଧି ପାଇବା ଆରମ୍ଭ କରିଛି । ଆଜି ପେଟ୍ରୋଲ ଲିଟର ପିଛା ୧୯ ପଇସା ଓ ଡିଜେଲ ଲିଟର ପିଛା ୨୮ ପଇସା ବୃଦ୍ଧି ପାଇଛି । ଆଜିର ଏହି ବୃଦ୍ଧି ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୬୯.୦୭ ଓ ଡିଜେଲ ଦର ଲିଟର ପିଛା ଟ.୬୨.୮୧ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି ।ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଟ.୬୮.୦୯ ଓ ଡିଜେଲ ଟ. ୬୭.୩୨ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ପାଇବା କାରଣରୁ ତେଲଦର ପୁଣି ବୃଦ୍ଧି ପାଇବା ଆରମ୍ଭ କରିଛି । ବ୍ରେଣ୍ଟ କ୍ରୁଡ ମୂଲ୍ୟ ୬୧.୮୧ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୫୬.୫୧ ଡଲାରକୁ ବୃଦ୍ଧି ପାଇଛି ।

Follow by Email
WhatsApp