ସ୍କୁଟି ଉପରେ ଚଢ଼ିଗଲା ଟ୍ରକ,ସ୍ୱାମୀ ସ୍ତ୍ରୀ ମୃତ Posted on 08/03/202008/03/2020 by NTP Bureau Report ଅନୁଗୋଳ(ଏନଟିପି): ସ୍କୁଟି ଉପରେ ଚଢ଼ିଗଲା ଟ୍ରକ।ମାର୍କେଟିଙ୍ଗ କରିବାକୁ ଯାଉଥିବା ବେଳେ ସ୍କୁଟି ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ।ଟ୍ରକ ତଳେ ଚାଲିଗଲା ସ୍ୱାମୀ ସ୍ତ୍ରୀ ଙ୍କ ଜୀବନ।ଅନୁଗୋଳ ଜାତୀୟ ରାଜପଥ 55ରେ ସଡକ ଦୁର୍ଘଟଣା ରେ ଟ୍ରକ ଚାପାରେ ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ସାନ କେରେଜାଙ୍ଗ ଗ୍ରାମର ଚିନ୍ତାମଣି ଗୋଛାୟାତ ଓ ବାରୁଆଣି ଗୋଛାୟାତ ବୋଲି ଜଣା ପଡ଼ିଛି । ସ୍ୱାମୀ ସ୍ତ୍ରୀ ଉଭୟ ଏକ ସ୍କୁଟି ରେ ଜାତୀୟ ରାଜପଥ ରେ ଯାଉଥିବା ବେଳେ ଏସ ପି ଅଫିସ ଆଗରେ ଏକ ଦ୍ରୁତଗାମୀ ଟ୍ରକ ଉଭୟଙ୍କୁ ଧକ୍କା ଦେଇଥିଲା । ଟ୍ରକ ତଳ ଉଭୟ ଚାପି ହୋଇଯିବା ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ଲାଗି ରହିଛି । ଅନୁଗୋଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରୁଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଜବତ କରିଛି ।ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। Share on FacebookTweetFollow usSave Post Views: 298
Odisha ହତ୍ୟାକାରୀକୁ କେବେ ଧରିବ ପୋଲିସ…. NTP Bureau Report 05/01/2019 0 ଏନଟିପି ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ହତାନାଳି ଗ୍ରାମ ର ଦାଶରଥି ବେହେରା ଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ଡିସେମ୍ବର ୧୩ ତାରିଖରେ ହତ୍ୟା କରିଥିବା ଅଭିଯୋଗ କରିଥିଲେ।ମୃତକଙ୍କ ପରିବାର ଲୋକେ। […]
Odisha ଦୁର୍ଦ୍ଧାନ୍ତ ଅପରାଧୀ କୁ ଜାମିନ ମିଳିବା ଘଟଣା :ଅନୁଗୋଳ ଥାନା SI ନିଲମ୍ବିତ NTP Bureau Report 30/01/2020 0 ଅନୁଗୋଳ(ଏନଟିପି): ଦୁର୍ଦ୍ଧାନ୍ତ ଅପରାଧୀ କୁ ପ୍ରଥମେ ଗିରଫ ର କିଛି ସମୟ ପରେ ଜାମିନ ମିଳିଲା ।ଆଇନର ଗଳା ବାଟଦେଇ ମୁକୁଳିଗଲେ ଦୁର୍ଦାନ୍ତ ଅପରାଧୀ।ଅପରାଧୀ ପ୍ରତି କୋହଳ ମନୋଭାବ ପୋଲିସ ଏସଆଇଙ୍କୁ ମହଙ୍ଗା ପଡିଲା । […]
Odisha ସ୍କୁଲ ପିଲାଙ୍କ ଉପରେ ଆଉ ପଡିବନି ବସ୍ତାନୀ ବୋଝ NTP Bureau Report 02/08/2019 0 ଭୁବନେଶ୍ବର(ଏନ ଟି ପି) : ସ୍କୁଲ ପିଲାଙ୍କ ଉପରେ ପଡ଼ିବନି ବସ୍ତାନି ବୋଝ। ବ୍ୟାଗ୍ ଓଜନ ଯାଞ୍ଚ ଲାଗି ଜିଲ୍ଲା ସ୍ତରରେ ଗଠନ କରାଯିବ ସ୍କ୍ଵାଡ୍। ଏହି ଟିମ୍ ଅଚାନକ ବିଦ୍ୟାଳୟ ଗସ୍ତ କରି ସ୍କୁଲ […]