କରୋନା ଭାଇରସକୁ ନେଇ ସଚେତନତା ବାର୍ତା ଦେଲେ ଢେଙ୍କାନାଳ ସାଂସଦ Posted on 07/03/202007/03/2020 by NTP Bureau Report ଭୁବନେଶ୍ୱର(ଏନ ଟି ପି): ସମଗ୍ର ବିଶ୍ବରେ ‘କରୋନା ଭାଇରସ୍ ଯେଉଁଭଳି ଆତଙ୍କ ସୃଷ୍ଟି କରିଚାଲିଛି, ସେଥିପ୍ରତି ସମସ୍ତେ ସତର୍କ ରହିବା ଆବଶ୍ୟକ ବୋଲି ଢେଙ୍କାନାଳ-ଅନୁଗୋଳ ସାଂସଦ ମହେଶ ସାହୁ ପରାମର୍ଶ ଦେଇଛନ୍ତି । ଭାରତର ପଡୋଶୀ ଦେଶ ଚୀନରେ ବହୁ ସଂଖ୍ୟାରେ କରୋନା ସଂକ୍ରମିତ ରୋଗୀ ଦୈନନ୍ଦିନ ମୃତ୍ୟୁବରଣ କରିଚାଲିଛନ୍ତି ।ଭାରତର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସଂସଦୀୟ କାର୍ଯ୍ୟାଳୟରେ ସରକାରୀ ଭାବେ ଭାରତରୁ ୨୮ ଜଣଙ୍କୁ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଘୋଷଣା କରିବା ପରେ ତାହା ଆମ ଦେଶ , ରାଜ୍ୟ ପାଇଁ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଛି। ଆମ ଦେଶର ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ଏଥିପାଇଁ ସରକାରୀ ଭାବେ ବିଜ୍ଞାପନ ଜାରି କରିଛନ୍ତି । ସାଂସଦ ଶ୍ରୀ ସାହୁ ଏଥିପାଇଁ ସଚେତନତାର ବାର୍ତ୍ତା ଦେବା ସହିତ ଓଡ଼ିଶାର ସମସ୍ତ ଜନସାଧାରଣ ତଥା ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ସମସ୍ତ ବ୍ୟକ୍ତିବିଶେଷଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି । ସମସ୍ତେ ରୋଗମୁକ୍ତ, ସୁସ୍ଥ, ନିରାମୟ ଜୀବନଯାପନ ନିମନ୍ତେ ଅନ୍ତତଃପକ୍ଷେ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ଏକାଠି ନହେବା, ଭିଡ ସୃଷ୍ଟି ନ କରିବା, ବିଶେଷ କରି ଆସୁଥିବା ଭାରତୀୟ ପର୍ବ ହୋଲି ଠାରୁ ନିଜକୁ ଦୂରେଇ ରଖିବା ପାଇଁ ସେ ଅନୁରୋଧ କରିଛନ୍ତି। କରୋନା ଏକ ଥଣ୍ଡାଜନିତ ସଂକ୍ରମିତ ରୋଗ ବୋଲି ବିଶେଷଜ୍ଞମାନେ ଘୋଷଣା କରିସାରିଥିବାରୁ ଏହି ଭୟାବହ ରୋଗରୁ ସୁରକ୍ଷିତ ରହିବା ଜରୁରି ବୋଲି ସାଂସଦ ଶ୍ରୀ ସାହୁ କହିବା ସହ ଏ ସଂପର୍କରେ ସଚେତନତା ସୃଷ୍ଟି ପାଇଁ ନିବେଦନ କରିଛନ୍ତି। । Share on FacebookTweetFollow usSave Post Views: 317
Odisha ପଟେଲଙ୍କ ଜନ୍ମ ଜୟନ୍ତୀରେ ଭୁବନେଶ୍ୱରରେ ଏକତା ପାଇଁ ଦୌଡର ଉଦଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ NTP Bureau Report 29/10/2019 0 ଭୁବନେଶ୍ୱର(ଏନଟିପି): ଅକ୍ଟୋବର ୩୧କୁ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀକୁ ସମଗ୍ର ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ରୁପେ ପାଳନ କରାଯାଉଛି । ଏହି ଅବସରରେ ଦେଶବ୍ୟାପୀ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ […]
Odisha 72 ଦିନ ପରେ ବିଧବା ମହିଳାଙ୍କ ହାଡ଼ କଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ : ଗଞ୍ଜାମ-କନ୍ଧମାଳ ସୀମାନ୍ତ ଜଙ୍ଗଲରୁ ଅଭିଯୁକ୍ତ ଗିରଫ NTP Bureau Report 06/05/2020 0 କନ୍ଧମାଳ, ୫/୫.(ଏନଟିପି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ଗୋବରକୁଟି ଗାଁ ର ବିଧବା ମହିଳା ନିର୍ମଳାଙ୍କ ହତ୍ୟାକାଣ୍ଡ ର ପର୍ଦ୍ଦାଫାଶ କରିଛି ପୋଲିସ୍ । […]
Odisha NTPC CMHQ observes Vigilance Awareness Week NTP Bureau Report 27/10/2020 0 Ranchi(NewsTimePro): Vigilance Awareness Week is being organised at NTPC CMHQ Coal Mining Headquarters, Ranchi.The awareness week started with administration of pledge by Shri Sariputta Mishra, […]