ମୋଦିଙ୍କ ଟାର୍ଗେଟ ରେ ବିଜେଡି ଓ କଂଗ୍ରେସ ; ମୋଦି କହିଲେ ରାଜ୍ୟ ପୋଷ୍ଟମ୍ୟାନ,କେନ୍ଦ୍ରସରକାର ଆପଣଙ୍କ ପୁଅ

ସମ୍ବଲପୁର (ଏନଟିପି):

୨୯/୩୦ ଟଙ୍କାରେ କେନ୍ଦ୍ର ସରକାର ଚାଉଳ କିଣି ପଠାଉଛନ୍ତି। ରାଜ୍ୟ ସରକାର ଏଥିରେ ମାତ୍ର ୨ ଟଙ୍କା ମିଶାଇ ବାହାବା ନେଉଛନ୍ତି। କହୁଛନ୍ତି ଶସ୍ତାରେ ଲୋକଙ୍କୁ ଚାଉଳ ସେ ଯୋଗାଉଛନ୍ତି। ହେଲେ ପ୍ରକୃତ କଥାଟିକୁ ଲୁଚାଇ ଦେଉଛନ୍ତି ରାଜ୍ୟ ସରକାର। ଆଜି ସମ୍ବଲପୁର ସଭାରେ ଏମିତି କହି ରାଜ୍ୟ ବିଜେଡି ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଥା ଛଳରେ କଟାକ୍ଷ କରି ବିଜେଡି ସରକାରଙ୍କୁ ପୋଷ୍ଟ ମ୍ୟାନ୍‌ ଓ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀରେ ରହୁଥିବା ପୁଅ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।ଜୟ ମାଁ’ସମଲେଇ । ବୀର ସୁରେନ୍ଦ୍ର ସାଏ, କବି ଗଙ୍ଗାଧର ମେହର, ମାଧୋ ସିଂ, ହଟେ ସିଂ (ହାତୀ ସିଂ)ଙ୍କ  ଭୂମିରେ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ବିଶାଳ ବିଜୟ ସଂକଳ୍ପ ସଭା ।  ପଦ୍ମ ଚିହ୍ନରେ ଭୋଟ ଦେଇ ବିଜେପି ପ୍ରାର୍ଥୀଙ୍କୁ ଜିତାଇ ଓଡିଶାରେ ମୋଦିଙ୍କ ଡବଲ ଇଞ୍ଜିନର ସରକାର ଆଣିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ ମୋଦି।ମୋଦି ଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ ବିଜେଡି ଓ କଂଗ୍ରେସ କୁ ଟାର୍ଗେଟ କରିଛନ୍ତି।ଏଥର ନିର୍ବାଚନ ଦେଶକୁ କିଏ ସୁରକ୍ଷିତ ରଖିବ, କିଏ ଗରିବଙ୍କ କଲ୍ୟାଣ କରିବ, କିଏ ମହିଳାଙ୍କ ସମ୍ମାନ ବଢାଇବ, କିଏ ଯୁବକଙ୍କ ରୋଜଗାର ବଢାଇବ, ତା’ର ନିର୍ବାଚନ। ଦେଶର ଦାୟିତ୍ୱ କାହା ପାଖରେ ରହିବ, କାହା ମନରେ ସନ୍ଦେହ ନାହିଁ । ନରେନ୍ଦ୍ର ମୋଦିଙ୍କ ପାଖରେ ଦେଶର ଦାୟିତ୍ୱ ରହିବ ବୋଲି ମୋର ଦୃଢ ବିଶ୍ୱାସ। ଓଡିଶାରେ ଡବଲ ଇଞ୍ଜିନର ସରକାର ହେବ। 
ଅପରପକ୍ଷରେ ଓଡିଶାରେ ନରେନ୍ଦ୍ର ମୋଦି ଓଡିଶାର ଗରିବଙ୍କ ପାଇଁ ୧୦ ଲକ୍ଷ ଘର ଉପଲବ୍ଧ କରିଛନ୍ତି, ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ଘରେ ବିଜୁଳି ପହଁଚିଛି, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୪୦ ଲକ୍ଷ ଘରେ ମାଗଣାରେ ଗ୍ୟାସ ଲାଗିଛି, ୫୦ ଲକ୍ଷ ଶୌଚାଳୟ ନିର୍ମାଣ ହୋଇଛି ।
ଓଡିଶାରେ ୧୯ ବର୍ଷ ହେଲା ଅପାରଗ, ସ୍ଥାଣୁ, ଭ୍ରଷ୍ଟ ଓ ସମ୍ବେଦନହୀନ ସରକାର ଚାଲିଛି। ନବୀନ ବାବୁ ୧୯ ବର୍ଷ ଶାସନ ଦାୟିତ୍ୱରେ ରହିବା ପରେ ମଧ୍ୟ ଶୁଦ୍ଧ ପାଣି ମୁନ୍ଦେ ପାଇପରେ ଆସୁନାହିଁ,ଜଳସେଚନ ପାଇଁ ପାଣି ନାହିଁ ,ଚାଷୀ ଘୋର ଅସୁବିଧାରେ ଅଛି,ଶିକ୍ଷକ ନାହାଁନ୍ତି,୨୪ ଘଂଟା ବିଜୁଳି ନାହିଁ,ଓଡିଆ ଯୁବକ ବାହର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛି।
୧୯ ବର୍ଷରେ କଣ ଉପଲବ୍ଧି ହେଲା ତାହା ବିଷୟରେ ନକହି ନବୀନ ବାବୁ ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରେଇନଦେବାର ନାରା ଦେଉଛନ୍ତିା କେନ୍ଦ୍ର ସରକାରଙ୍କ ବିକାଶ ଯୋଜନା ଓଡିଶାରେ ଲାଗୁ ହେଉନାହିଁ । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ ହୋଇନି । 
ଓଡିଶାରେ ମହିଳାମାନେ ସବୁଠୁ ଅତ୍ୟାଚାରିତ । ଗତ ୪୮ ଘଂଟା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଘର ଠାରୁ ମାତ୍ର ୨୫ ରୁ ୩୦ କିମି ଦୂରରେ ଖୋର୍ଦ୍ଧା ଜଟଣୀରେ ୬ ବର୍ଷର ଶିଶୁ ଦୁଷ୍କର୍ମର ଶୀକାର ହେବା ପରେ ତାକୁ ହତ୍ୟା କରାଯାଇଛି । ସେହିପରି ବିଜେପି କାର୍ଯ୍ୟକର୍ତ୍ତା ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯାଇଛି । ରାଜ୍ୟରେ ଅପରାଧ ବଢିଚାଲିଛି । 
ରାଜ୍ୟରେ କାଳିଆ ଯୋଜନା ନାଁରେ ପ୍ରହସନ ଚାଲିଛି । ଚାଷୀ ପରିବର୍ତ୍ତେ ସରକାରୀ ଦଳର ନେତା, ମନ୍ତ୍ରୀ କାଳିଆର ଲାଭାର୍ଥୀ । ଓଡିଆ ଲୋକ ଉପରେ ମୁଣ୍ଡପିଛା ଋଣ ୨୯ ହଜାର ଟଙ୍କା ହେଲାଣି, ଓଡିଶାରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ଭାର ବଢିଲାଣି । ମାତ୍ର ନବୀନ ବାବୁଙ୍କର ପ୍ରଚାର ସର୍ବସ୍ୱ ରାଜନୀତି ଶେଷ ହେଉନାହିଁ ।

ବିଜେପି ସରକାର ହେଲେ ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଁଏ ଡାଲି ଓ ଲୁଣ ଦିଆଯିବ ।

ବଜାରରେ ଚାଉଳର ମୂଲ୍ୟ ୩୨ ଟଙ୍କାରୁ ମୋଦି ଦିଲ୍ଲୀରୁ ୨୯ ଟଙ୍କା ଦେଉଛନ୍ତି । ନବୀନ ବାବୁ ୨ ଟଙ୍କା ଦେଉଥିବା ବେଳେ ହିତାଧିକାରୀମାନେ ୧ ଟଙ୍କା ଦେଉଛନ୍ତି । ମୋଦି ପଇସାରେ ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ଦେବା କଥା ନବୀନ ବାବୁ କହୁଛନ୍ତି । ନବୀନ ବାବୁ ପରଘର ତିଅଣରେ ଅତିଥି ସତ୍କାର କରିବାରେ ଚାଲାକ । 

Follow by Email
WhatsApp