ବଦଳିଗଲେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ? ନବୀନଙ୍କୁ ଆଉ ଟାର୍ଗେଟ କରୁନାହାନ୍ତି ମୋଦି ……

ବଦଳିଗଲେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ? ପୂର୍ବପରି ଆଉ ଶୁଭୁନି ପ୍ରଧାନମନ୍ତ୍ରୀଙ୍କ ଶାଣିତ ସ୍ୱର । ଯାହା ଜନତାଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ମାତ୍ର ଏକ ମାସ ଭିତରେ ୩ ଥର ଓଡ଼ିଶା ଗସ୍ତରେ ଆସିଲେଣି ମୋଦି । ହେଲେ ପୂର୍ବପରି ମୋଦିଙ୍କ ଶାଣିତ ସ୍ୱର ଆଉ ଶୁଭୁନାହିଁ । ଧୀରେ ଧୀରେ ନରମି ଗଲେଣି ମୋଦି । ଅପେକ୍ଷାକୃତ ଭାବେ ମୋଦିଙ୍କ ସ୍ୱରରେ ଯେପରି କେହି ବ୍ରେକ୍ ଲଗାଇ ଦେଇଛି ସେପରି ଲାଗୁଛି । ନବୀନଙ୍କୁ ମୋଦି କାହିଁକି ସିଧାସଳଖ ଟାର୍ଗେଟ କରୁନାହାନ୍ତି ବୋଲି ବିଭିନ୍ନ ବିତର୍କ ଆରମ୍ଭ ହୋଇଗଲାଣି । ମୋଦ-ନବୀନଙ୍କ ଭିତରେ ଭିତିରିଆ ଭାବେ କୋଳାକୋଳି ଚାଲିଛି ବୋଲି ମଧ୍ୟ ଶୁଣିବା ପାଇଁ ମିଳୁଛି । ତେବେ ରାଜ୍ୟ ସରକାର ସବୁବେଳେ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ରକ୍ଷା କରୁଛି ବୋଲି କହୁଛନ୍ତି ।ଆଉ ମାତ୍ର କିଛି ମାସ ପରେ ଲୋକସଭା ନିର୍ବାଚନ । ଏହାପୂର୍ବରୁ ୫ ରାଜ୍ୟରେ ପ୍ରଚଣ୍ଡ ଭାବେ ବଜେପିର ପରାଜୟ ହୋଇଛି । ହାତରୁ ଖସିଯାଇଛି ବିଜେପି ସତ୍ତାରୂଢ଼ ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ । ତେଲେଙ୍ଗାନା ଓ ମିଜୋରାମରେ ମଧ୍ୟ କିଛି ସଫଳତା ମିଳିଲା ନାହିଁ । ୩ଟି ରାଜ୍ୟରୁ ଶାସନ ଭାର ଯିବା ପରେ ଏବେ ପୂର୍ବଭାରତ ଉପରେ ବିଜେପିର ନଜର । ପୂର୍ବାଂଚଳରେ ନିଜ ଶକ୍ତି ବୃଦ୍ଧି କରିବା ପାଇଁ ଚାହୁଁଛି ଭାରତୀୟ ଜନତା ପାର୍ଟି । ଆଉ ଏଥିରେ ବିଜେପିର ପ୍ରଥମ ଟାର୍ଗେଟରେ ରହିଛି ଓଡ଼ିଶା । କାରଣ ଏଠାରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ହେବାର ଅଛି । ଓଡ଼ିଶା ଅକ୍ତିଆର କରିବା ପାଇଁ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ମାସରେ ୩ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି ।୨୦୧୪ରେ ମୋଦି ମ୍ୟାଜିକରେ ଏକାକୀ ୨୮୨ ଲୋକସଭା ସିଟ୍ ଜିତିଥିଲା ବିଜେପି । ୨୦୧୯ରେ କିନ୍ତୁ ଏହି ଲକ୍ଷ୍ୟ ଏତେ ସହଜ ନୁହେଁ । ୨୦୧୪ ନିର୍ବାଚନରେ ଯେଉଁ ଦଳ ଗୁଡ଼ିକ ବିଜେପିର ସହଯୋଗୀ ଦଳ ଥିଲେ, ସେମାନେ ବି ଧୀରେ ଧୀରେ ଦୂରେଇ ଗଲେଣି । ଏପରି ପରିସ୍ଥିତିରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିବାକୁ ହେଲେ ବିଜେଡି, ଟିଆରଏସ୍, ଟିଏମସି, ବହୁଜନ ସମାଜ ପାର୍ଟି, ସମାଜବାଦୀ ପାର୍ଟି ପରି ଆଂଚଳିକ ଦଳଗୁଡିକର ସମର୍ଥନ ନିହାତି ଆବଶ୍ୟକ । ଏହି ଆଂଚଳିକ ଦଳଗୁଡିକ ବିଜେପିର ଦୃଢ ବିରୋଧୀ ହେଲେ ମଧ୍ୟ ମେଂଟ ରାଜନୀତିରେ ସବୁ ସମ୍ଭବ । ଏକଥା ଭଲଭାବେ ଜାଣିଛନ୍ତି ନରେନ୍ଦ୍ର ମୋଦି । ଆବଶ୍ୟକ ହେଲେ ସରକାର ଗଢିବାକୁ ଏହି ଦଳଗୁଡିକର ସମର୍ଥନ ଆବଶ୍ୟକ ପଡିବ ।ଓଡ଼ିଶାରେ ମୋଟ୍ ଲୋକସଭା ସିଟ୍ ସଂଖ୍ୟା ୨୧ । ଏଠାରୁ ଅଧକରୁ ଅଧିକ ସିଟ୍ ହାସ ପାଇଁ ବିଜେପି ଚେଷ୍ଟା କରୁଛି । ୨୦୧୪ ଲୋକସଭା ନିର୍ବାଚନରେ ୨୦ ସିଟରେ ବିଜେଡ଼ିକୁ ଓ ବିଜେପିକୁ ମିଳିଥିଲା ମାତ୍ର ଗୋଟିଏ ସିଟ୍ । ୨୦୧୪ରେ ଶିବ ନଗରୀ ବାରାଣାସୀରୁ ନିର୍ବାଚନ ଲଢ଼ିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ଥର ପୁରୀରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଶୁଣିବାପାଇଁ ମିଳୁଛି । ବିଗତ କିଛି ଦିନ ଭିତରେ ମିଡ଼ିଆ ରିପୋର୍ଟ ଓ ବୟାନରୁ ସଙ୍କେତ ମିଳୁଛି ମୋଦି ପୁରୀରୁ ନିର୍ବାଚନ ଲଢ଼ିପାରନ୍ତି ।ଏ ପରି ପରିସ୍ଥିତିରେ ଓଡ଼ିଶାରେ ବିଜୁ ଜନତା ଦଳକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହାନ୍ତି ମୋଦି । ଗତ ସେପଟେମ୍ବର ମାସରେ ତାଳଚେର ଓ ଝାରସୁଗୁଡା ଗସ୍ତ ବେଳେ ନବୀନ ସରକାରକୁ କଠୋର ଭାଷାରେ ସମାଲୋଚନା କରିଥିଲେ ମୋଦି ।୨୦୧୪ ନିର୍ବାଚନ ସମୟରେ ମୋଦି ସରକାର ରାଜ୍ୟ ସରକାରଙ୍କ ଉପରେ ବର୍ଷି ଯାଉଥିଲେ । ବେଶ୍ ଆକ୍ରମଣାତ୍ମଭାବେ ନବୀନ୍ ସରକାରଙ୍କୁ ଟାର୍ଗେଟ କରୁଥିଲେ ମୋଦି । ନବୀନ ସରକାର ୧୪ ବର୍ଷ ଶାସନ କାଳରେ କିଛି କରିନାହାନ୍ତି କହୁଥିଲେ ମୋଦି । ଏ ନିଜ ଗୃହ ରାଜ୍ୟ ଗୁଜରାଟରେ ତାଙ୍କର ୧୪ ବର୍ଷ ଶାସନକାଳ ଭିତରେ ହୋଇଥିବା ଉନ୍ନତି ବଖାଣୁଥିଲେ । ହେଲେ ଏବେ ସମୟ ବଦଳିଛି । ମୋଦିଙ୍କ ସ୍ୱର ଧୀରେ ଧୀରେ କମିବାରେ ଲାଗିଛି । ଦିଲ୍ଲୀ ଗାଦିକୁ ଆଖି ଆଗରେ ରଖି ମୋଦିଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ହେଉଛି ବୋଲି ଶୁଣିବା ପାଇଁ ମିଳୁଛି ।ସୂଚନାଯୋଗ୍ୟ ଗତବର୍ଷ ସେପ୍ଟେମମ୍ବର ମାସରେ ରେ ପ୍ରଧାନମନ୍ତ୍ରୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ତାଳଚେରରେ ସାର କାରଖାନାର ଶିଳାନ୍ୟାସ କରିଥିବା ବେଳେ ଝାରସୁଗୁଡ଼ା ବିମାନବନ୍ଦରକୁ ଲୋକାର୍ପିତ କରିଥିଲେ । ତାଳଚେରରେ ଅନୁଷ୍ଠିତ ସଭାରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା, ଆୟୁଷ୍ମାନ ଯୋଜନା ଓ ଟଙ୍କିକିଆ ଚାଉଳ ଯୋଜନା ସଂପର୍କରେ ଠାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ତାଙ୍କ ଆଭିମୁଖ୍ୟ ପ୍ରକଟ କରିଥିଲେ । ଓଡ଼ିଶାରେ ବିନା ହାତଗୁଞ୍ଜାରେ କିଛି ବି କାର‌୍ୟ୍ୟ ହେଉନାହିଁ କହି ରାଜ୍ୟସରକାରଙ୍କୁ ଟାର୍ଗେଟ କରିଥିଲେ ।

ନବୀନଙ୍କୁ ଆଉ ଟାର୍ଗେଟ ନାହିଁ , କାହିଁକି ମୋଦିଙ୍କ ଓଡିଶା ଗସ୍ତରେ ନିରୁତ୍ସାହିତ ବିଜେପି କର୍ମୀ :

ବେକାରୀ, ମାତୃଶିଶୁ ମୃତ୍ୟୁ, ଅପପୁଷ୍ଟି ସ୍ଥିତି ଗମ୍ଭୀର ରହିଛି ବୋଲି ଦର୍ଶାଇ ମୋଦୀ ଗୋଟିଏ ପଟେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସଂପର୍କରେ ସୂଚନା ଦେଇଥିବା ବେଳେ ସମାନ୍ତରାଳ ଭାବେ ଆୟୁଷ୍ମାନ ଭାରତ କାର‌୍ୟ୍ୟକ୍ରମରେ ଓଡ଼ିଶା ଯୋଗନଦେବା ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହୋଇନାହିଁ ।ତାପରେ ଖୋର୍ଦ୍ଧା ଗସ୍ତରେ କିନ୍ତୁ ମୋଦିଙ୍କ ହାଭଭାବ ବଦଳିଯାଇଥିଲା । କାର୍ଯ୍ୟକ୍ରମରେ  ଶାସକ ବିଜେଡି ପ୍ରତି ଅପେକ୍ଷାକୃତ ନରମ ଆଭିମୁଖ୍ୟ ଦେଖାଇଥିଲେ ମୋଦି । ଖୋର୍ଦ୍ଧା ସଭାରେ ମୋଦି, ନବୀନଙ୍କ ନାଁ ନନେଇ ପରୋକ୍ଷରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମୋଦିଙ୍କୁ ଓଡିଶାରେ ଆଂଚଳିକ ଦଳର ସହଯୋଗ ଆବଶ୍ୟକ ପଡିପାରେ । ତେଣୁ ମୋଦି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିନାହାଁନ୍ତି ବୋଲି ରାଜନୈତି ସମୀକ୍ଷକ କହିଛନ୍ତି ।ତାପରେ ବାରିପଦା ସମାବେଶରେ ମଧ୍ୟ ସମାନ ଜିନିଷ ଦେଖିବା ପାଇଁ ମିଳିଥିଲା । ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଟ୍ରାକ ରେକର୍ଡ଼ ଖରାପ ଥିବା କହି ପରୋକ୍ଷରେ ନବୀନ ସରକାରଙ୍କୁ ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରୋକ୍ଷରେ ପିପିଲି ପ୍ରସଙ୍ଗ ଉଠାଇ ମୋଦି କହିଥିଲେ, ପିଡ଼ିତାକୁ ନ୍ୟାୟ ମିଳିଲା ନାହିଁ ବରଂ ଦୋଷୀ ନିର୍ଦ୍ଦୋଷରେ ଖସିଗଲେ ।ତେବେ ଚଳିତ ମାସରେ ତଥା ନୂଆବର୍ଷାରେ ଲଗାତାର ୨ୟ ଥର ଓଡ଼ିଶା ଆସିଛନ୍ତି ମୋଦି । ଗୋଟିଏ ମାସ ମଧ୍ୟରେ ତୃତୀୟ ଥର ପାଇଁ ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ଉପକୂଳ, ପରେ ଉତର ଓ ଏବେ ପଶ୍ଚିମ ଓଡିଶାକୁ ଆସିଛନ୍ତି ମୋଦି । ପଥରଚେପାରେ ପ୍ରଧାନମନ୍ତ୍ରୀ ମୋଦି ଜନସଭାକୁ ସମ୍ବୋଧିତ କରି ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ହେଲେ ସିଧାସଳଖ ନାଁନନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୋଦି । ଧୀରେ ମୋଦିଙ୍କ ସ୍ୱରରେ ଗତି ଧୀର ହେବାରେ ଲାଗିଛଇ । କେନ୍ଦ୍ର ସରକାର ଆଦିବାସୀଙ୍କ ପାଇଁ ଦେଉଥିବା ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରନ୍ତୁ ନିର୍ବାଚନ ପର‌୍ୟ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ ବୋଲି ମୋଦି କହିଛନ୍ତି । ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ୪ ହଜାର କୋଟି ଦେଇଛନ୍ତି ।
Follow by Email
WhatsApp