ବିଜେପୁର ବାଜି ମାରିନେଲେ ରିତା ସାହୁ Posted on 24/10/201924/10/2019 by NTP Bureau Report ବିଜେପୁର(ଏନଟିପି): ବିଜେପୁର ବାଜି ମାରିନେଲେ ରିତା ସାହୁ। ଆଜି ବିଜେପୁର ଉପନିର୍ବାଚନ ଫଳାଫଳ ପାଇଁ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ହୋଇଥିଲା । ସମସ୍ତଙ୍କ ନଜର ରହିଥିଲା ଫଳାଫଳ ଉପରେ । ଭୋଟ ଗଣତିର ୨୧ ରାଉଣ୍ଡ ଶେଷ ସୁଦ୍ଧା ବିଜୁ ଜନତା ଦଳର ପ୍ରାର୍ଥୀ ରୀତା ସାହୁ ୧୩୫୯୪୯ ଖଣ୍ଡ ଭୋଟ ପାଇ ଆଗୁଆ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ତାଙ୍କ ପଲ୍ଲା ଭାରି ରହିଛି । ବିଜେଡି ପ୍ରାଥୀ ରୀତା ସାହୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୯୭୯୯୪ ଖଣ୍ଡ ଭୋଟରେ ଅଧିକ ରହି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ବର୍ତ୍ତମାନ ସୁଦ୍ଧା ପଛରେ ପକାଇଛନ୍ତି । ସନତ ଗଡ଼ତିଆ ୩୭୯୫୫ ଭୋଟ ପାଇଥିବା ବେଳେ କଂଗ୍ରେସର ଦିଲ୍ଲୀପ ପଣ୍ଡା ୫୮୭୧ ଟି ଭୋଟ ପାଇଛନ୍ତି । ବତ୍ତର୍ମାନ ମଧ୍ୟ ଭୋଟ ଗଣତି ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ହୋଇଥିବା ୨୧ ଟି ରାଉଣ୍ଡ ସୁଦ୍ଧା ଭୋଟ ଗଣତିକୁ ନେଇ ଦେଖିବାକୁ ଗଲେ ବିଜେଡି ପ୍ରାର୍ଥୀ ରୀତା ସାହୁ ସନତ ଗଡ଼ତିଆଙ୍କ ଠାରୁ ୯୭୯୯୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।ଭୋଟ ଗଣତିକୁ ଦେଖି ରିତା ସାହୁ ଏହି ଅସନକୁ ବାଜି ମାରିନେବେ ବୋଲି ଆଶଙ୍କା କରାଯାଉଛି ।ଗତ ନିର୍ବାଚନରେ ନବୀନଙ୍କ ଠାରୁ ମଧ୍ୟ ଅଧିକ ଭୋଟ ସହ ବିଜେଡିର ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଙ୍କ ଠାରୁ ମଧ୍ୟ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ରୀତା ସାହୁ। Share on FacebookTweetFollow usSave Post Views: 448
Political Tadka ବିଜେଡି ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ ଏହି ପର୍ଯ୍ୟାୟରେ କିଏ ପାଇଛନ୍ତି NTP Bureau Report 29/03/2019 0 ଧୀରେ ଧୀରେ ସସପେନ୍ସ ରଖି ବିଜେଡି ଘୋଷଣା କରିଛି ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା।ବିଧାନସଭା ନିର୍ବାଚନ ପାଇଁ ବିଜେଡିର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ୧୮ଟି ଆସନ ପାଇଁ ନାମ ଘୋଷଣା […]
Political Tadka ମନ୍ତ୍ରୀ ପଦରୁ ବିଦା ହେଲେ ମହାରଥୀ NTP Bureau Report 06/01/2019 0 ଏନଟିପି(ଭୁବନେଶ୍ୱର)ପୀପିଲି ଗଣଦୁଷ୍କର୍ମ ଘଟଣାର ଭିନ୍ନ ମୋଡ଼।ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ | ଇସ୍ତଫା ଦେବାପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଦୀପ ମହାରଥୀ କହିଛନ୍ତି ଯେ, ସେ ବିଜୁ ଜନତା […]
Political Tadka ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ NTP Bureau Report 24/07/2019 0 ଆନ୍ଧ୍ରପ୍ରଦେଶର ନୂଆ ରାଜ୍ୟପାଳ ଭାବରେ ଆଜି ଶପଥ ନେଇଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ। ଆନ୍ଧ୍ରପ୍ରଦେଶ ରାଜଭବନରେ ଆୟୋଜିତ ସମାରୋହରେ ଭାରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ସି. ପ୍ରବୀଣ କୁମାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ […]