ଏନଟିପି(ସ୍ମୃତିଲିପି ସାହୁଙ୍କ ରିପୋର୍ଟ):
କାଳିଆ’ ଯୋଜନା ଦେଶର ଚାଷୀ ପରିବାର ପାଇଁ ଏହା ଆଗକୁ ବାଟ ଫିଟାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି
କାଳିଆ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରଶଂସା । ଚାଷୀଙ୍କ ପାଇଁ ଏବେ ସାରା ଦେଶରେ ଆଦର୍ଶ ଯୋଜନା ପାଲଟିଛି ‘ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା । ଦେଶର ଚାଷୀ ପରିବାର ପାଇଁ ଏହା ଆଗକୁ ବାଟ ଫିଟାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ପୁଣି କୃଷକଙ୍କୁ ଖୁସି କରାଇବା ପାଇଁ କାଳିଆ ଯୋଜନାରେ ପଞ୍ଜୀରକରଣ ତାରିଖ ବୃଦ୍ଧି କରିଛନ୍ତି ନବୀନ । ଏହି ଯୋଜନାର ଦ୍ୱିତୀୟ ପର୍ଯର୍୍ୟାୟ ପଞ୍ଜୀକରଣ ଅବଧି ଜାନୁଆରୀ ୨୫ରୁ ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ନବୀନ ।ରାଜ୍ୟର କୃଷକଙ୍କୁ ଧନ୍ୟବାଦ ଦେଇ ନବୀନ କହିଛନ୍ତି ଯେ, ଆମ ରାଜ୍ୟର ଚାଷୀ ଭାଇଙ୍କ ପାଇଁ ଆମ ସରକାର ୫ଥର କୃଷି କର୍ମଣ ପୁରଷ୍କାର ପ୍ରାପ୍ତ କରିଛି । ଯାହା ଦର୍ଶାଉଛି ବର୍ତ୍ତମାନ ଓଡ଼ିଶା କୃଷି କ୍ଷେତ୍ରରେ ଅଧିକ ଉନ୍ନତି କରୁଛି । କାଳିଆ ଯୋଜନାକୁ ସଠିକ୍ ଭାବେ ପରିଚାଳନା ଏବଂ ଏହା ଦ୍ୱାରା ଚାଷୀ ପରିବାର ଲାଭବାନ ହେଲେ ମୁଁ ଖୁସି ହେବି ବୋଲି କହିଛନ୍ତି ନବୀନ ।ଗତ ୨୦୧୪ ମସିହାରେ ରାଜ୍ୟର ୧୦ ଲକ୍ଷ ହେକ୍ଟର ଜମିକୁ ଜଳ ସେଚନ କରିବା ପାଇଁ ରାଜ୍ୟ ସରରକାର ପ୍ରତିଜ୍ଞା କରିଥିଲେ । ବର୍ତ୍ତମାନ ସୁଦ୍ଧା ୮ଲକ୍ଷ ହେକ୍ଟର ଜମିକୁ ଜଳ ସେଚନ କରାଯାଇଛି । ଆସନ୍ତା ଏପ୍ରିଲ୍ ମାସ ଶେଷ ସୁଦ୍ଧା ବାକିଥିବା ଲକ୍ଷ୍ୟକୁ ପୂରଣ କରିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷୀ ଭାଇ ‘କାଳିଆ’ ଯୋଜନାର ରାଶିକୁ ସଠିକ୍ ଭାବେ ଚାଷ କାର୍ଯ୍ୟରେ ଲଗାଇଲେ ମୁଁ ଖୁସି ହେବି ବୋଲି ନବୀନ କହିଛନ୍ତି ।ବରମୁଣ୍ଡା ପଡ଼ିଆରେ ଆୟୋଜିତ ୫ ଦିନିଆ ‘କୃଷି ଓଡ଼ିଶା’ ସମ୍ମିଳନରେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି ଓ କୃଷକଙ୍କ ହିତ ପାଇଁ ବିଭିନ୍ନ ଯୋଜନାର ଗୁଣ ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।