ପାଉଡ଼ିଭୂୟାଁ ସମ୍ପ୍ରଦାୟର ପିଲାଙ୍କୁ ଶୀତବସ୍ତ୍ର ବାଣ୍ଟିଲେ ଜିଲ୍ଲାପାଳ

ଏନ. ଟି.ପି.(ଅନୁଗୁଳ) ଶିକ୍ଷା ଦେଇଥାଏ ନୂଆ ଦିଶା।ନୂଆ ଲକ୍ଷ ନେଇ ବଞ୍ଚିବାର ରାହା ଯୋଗାଇବାରେ ଅନନ୍ୟ ଭୂମିକା ଗ୍ରହଣ କରିଥାଏ।ଶିକ୍ଷା ବିନା ମଣିଷର ଅଗ୍ରଗତି ହୋଇପାରିନାହିଁନ।ଆଜି ଅନୁଗୁଳ ଜିଲ୍ଲା ବଅଂରପାଳ ଠାରେ ଥିବା ଦିଲ୍ଲୀ ପବ୍ଲିକ ସ୍କୁଲ ର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଅନୁଗୁଳ ଜିଲ୍ଲାପାଳ ଅନିଲ ସାମଲ ଯୋଗଦେଇ ପଢ଼ୁଥିବା ଅନ୍ୱେସା ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢା କଥା ବୁଝିବା ସହ ସେମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରିଥିଲେ ଓ ଭବିଷ୍ୟତରେ ଭଲ ପଡ଼ିଲେ କିପରି ନିଜର ଏବଂ ସମାଜର ଉନ୍ନତି କରିପାରିବେ ସେହି ବିଷୟରେ କହିଥିଲେ।ଜିଲ୍ଲାପାଳ ଅନୁଷ୍ଠାନ ର କର୍ମକର୍ତାଙ୍କ ସହ ପିଲାମାନଙ୍କ ପାଠ ପଢା, ଖାଦ୍ୟ ପାନୀୟ ଓ ପାଠ୍ୟ ଉପକରଣ ସମ୍ପର୍କରେ ଆଲୋଚନା କରିଥିଲେ।ସୂଚନା ଯୋଗ୍ୟ ଯେ ପାଲଲହଡା ର ଅପହଞ୍ଚ କମରଡ଼ିହି ର ଆଦିମ ଅଧିବାସୀ ପାଉଡିଭୂୟାଁ ଯେଉଁମାନେ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ସେମାନଙ୍କ ୫୧ ଜଣ ପିଲାଙ୍କୁ ନେଇ ପ୍ରଥମଥର ପାଇଁ ଉକ୍ତ ଶିକ୍ଷାନୁଷ୍ଠାନ ରେ ୨୦୧୫-୧୬ ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିଲା ଅନ୍ୱେସା କାର୍ଯ୍ୟକ୍ରମ,ଯେଉଁଥିରେ ତିନି ବର୍ଷ ମଧ୍ୟରେ ବର୍ତ୍ତମାନ ୫୫୦ ଜଣ ତଫସିଲ ଭୁକ୍ତ ଜନଜାତି ଓ ଜାତିର ପିଲାଙ୍କୁ ରଖାଯାଇ ମାଗଣା ପାଠପଢା ସହ ଖାଦ୍ୟପେୟ ତଥା ପାଠ୍ୟ ଉପକରଣ ଯୋଗାଇ ଦିଆଯାଇଛି।ଉକ୍ତ ପିଲା ମାନଙ୍କ ପାଠପଢା ଓ ସ୍ୱାସ୍ଥ୍ୟ ରେ ଉନ୍ନତି ହୋଇଛି ବୋଲି ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିଥିଲେ।

Follow by Email
WhatsApp