କାଳିଆ ଯୋଜନା ରେ ଯୋଡି ହେବେ କେମିତି

ଏନ. ଟି.ପି.(ଭୁବନେଶ୍ୱର) ଗୋଟିଏ ପଟେ କାଳିଆ ପୁରୀ ରେ ରହି ଭକ୍ତଙ୍କୁ ଦର୍ଶନ ଦେଉଛି।ଅନ୍ୟପଟେ ରାଜ୍ୟସରକାର ଆଜି ଦୁନିଆରେ ଖାଦ୍ୟ ଯୋଗାଉଥିବା ଚାଷୀଙ୍କ ସମସ୍ୟା କୁ ଦୃଷ୍ଟିରେ ଆଖିଆଗରେ ରଖି ଆରମ୍ଭ କଲେ କାଲି ଯୋଜନା। କାଳିଆ ଯୋଜନାରେ ସାମିଲ ହେବାକୁ ଏବେ ଚାଷୀ ମାନଙ୍କ ମଧ୍ୟରେ ଏକରକମ ପ୍ରତିଯୋଗିତା ଆରମ୍ଭ ହୋଇଛି । ଲମ୍ବା ଲମ୍ବା ଲାଇନରେ ଛିଡା ହୋଇ ଚାଷୀ ମାନେ ଫର୍ମ ନେଉଥିବା ଦେଖିବାକୁ ମିଳିଛି । ଆଉ ଏସବୁ ଭିତରେ ସାମ୍ନାକୁ ଆସିଛି କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟ ହିତାଧିକାରୀ ତାଲିକା । ଏହି ତାଲିକା ଆସିବା ପରେ ଚାଷୀ ମାନଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି ।

କାଳିଆ ତାଲିକାରେ ନାଁ ଅଛି ନାହିଁ ଚୁଟକିରେ ଜାଣିବେ କେମିତି :

କାଳିଆ ଯୋଜନା ପାଇଁ ଚାଷୀ ଏବେ ସକାଳୁ ସକାଳୁ ପଞ୍ଚାୟତ ଅଫିସ ଆଗରେ ଲାଇନ ଲାଗେଇଲେଣି।କେଉଁ ଚାଷୀ ର ତାଲିକାରେ ନିଜ ନାଁ ଅଛି କି ନାହିଁ ତାହା ଜାଣିବା ପାଇଁ ଚାଷୀଙ୍କୁ କୃଷି ସମବାୟ ସମିତି କିମ୍ବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ । ଅଥାର୍ତ ଚୁଟକିରେ ଆପଣଙ୍କ ନାଁ ତାଲିକାରେ ଅଛି କି ନାହିଁ ତାହା ଜଣାପଡିବ ।ତେବେ ଏହି ତାଲିକା ବାବଦରେ ଜାଣିବା ପାଇଁ କୃଷକଙ୍କୁ କାଳିଆ ଯୋଜନାର ୱେବସାଇଟ www.kalia.co.inକୁ ଯିବାକୁ ପଡିବ । ଏହି ୱେବସାଇଟରୁ ଆପଣ ଜାଣି ପାରିବେ ହିତାଧିକାରୀ ତାଲିକାରେ ଆପଣଙ୍କ ନାଁ ରହିଛି ନା ନାହିଁ । ଏଥିପାଇଁ ହିତାଧିକାରୀ ବିକଳ୍ପ ଉପରେ କ୍ଲିକ କରିବା ପରେ ନିଜର ଜିଲ୍ଲା ଓ ବ୍ଲକର ନାଁ ଦେବାକୁ ପଡିବ । ଏହାପରେ ବ୍ଲକରେ ଥିବା ସମସ୍ତ ପଞ୍ଚାୟତର ତାଲିକାର ପିଡିଏଫ ଫାଇଲ ସ୍କ୍ରିନ ଉପରକୁ ଆସିଯିବ । ଏଥିମଧ୍ୟରୁ ଚାଷୀ ନିଜ ପଞ୍ଚାୟତ ଉପରେ କ୍ଲିକ୍ କଲେ ଉକ୍ତ ପଞ୍ଚାୟତର କାଳିଆ ଯୋଜନାର ହିତାଧିକାରୀର ପୂରା ତାଲିକା ସ୍କ୍ରିନ ଉପରେ ନଜରକୁ ଆସିବ । ଏହି ତାଲିକାରେ ଚାଷୀ ନିଜ ନାଁ ଅଛି କି ନାହିଁ ତାହା ଜାଣି ପାରିବେ

ତାଲିକାରେ ନାଁ ନଥିଲେ କଣ କରିବେ :

କାଳିଆ ଯୋଜନାର ଏହି ତାଲିକାରେ ଚାଷୀଙ୍କର ନାଁ ନଥାଏ ତେବେ ସବୁଜ ଫର୍ମ ପୂରଣ କରି କୃଷି ସମବାୟ ସମିତି ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ଡ୍ରପ ବକ୍ସରେ ପକାଇପାରିବେ । ଏହାବାଦ୍ ଯଦି କାଳିଆ ଯୋଜନା ବାବଦରେ କୌଣସି ଦ୍ୱନ୍ଦ ରହୁଛି ତେବେ ଅଧିକ ସୂଚନା ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଟୋଲ ଫ୍ରି ନମ୍ବର ୧୮୦୦୫୭୨୧୧୨୨ରେ ନମ୍ବରରେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ କଲ କରି ଚାଷୀ ମାନେ ନିଜର ସମସ୍ତ ସମସ୍ୟା ସର୍ମ୍ପକରେ ବୁଝି ପାରିବେ । ସେହିଭଳି ୦୮୦୬୧୧୭୪୨୨୨ ନମ୍ବରରେ ମିସ୍ କଲ କରିବା ଏସଏମଏସ ମାଧ୍ୟମରେ ସମସ୍ତ ତଥ୍ୟ ପାଇପାରିବେ ।

୫ ଦିନ ଘୁଞ୍ଚିଲା ଆବେଦନ ତାରିଖ :

କାଳିଆ’ ଯୋଜନାରେ ଆବେଦନ ଫର୍ମ ଦାଖଲ କରିବାର ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରିଷ୍ଠ ଅଧିକାରୀ ମାନଙ୍କ ସହ କାଳିଆ ଯୋଜନାର କାର‌୍ୟ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ । କାଳିଆ ଯୋଜନାରେ ସାମିଲ ହେବା ପାଇଁ ଚାଷୀ ମାନଙ୍କର ଆଗ୍ରହକୁ ଦୃଷ୍ଟିରେ ରଖି ଆବେଦନ ଫର୍ମ ଦାଖଲର ଶେଷ ତାରିଖ ଜାନୁୟାରୀ ୧୦ ତାରିଖରୁ ଜାନୁଆରୀ ୧୫ ତାରିଖକୁ ଘୁଞ୍ଚାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ ଜାନୁଆରୀ ୨୫ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତଚାଲିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ମୁଖ୍ୟମନ୍ତ୍ରୀ କାଳିଆକୁ ନେଇ କଣ ନେଲେ ନିଷ୍ପତି :

ତୃତୀୟ ପର୍ଯ୍ୟାୟ ଆବେଦନ ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କାଳିଆ ଯୋଜନାରୁ ଯେପରି ଜଣେ ବି ଯୋଗ୍ୟ ଚାଷୀ ବାଦ୍ ନ ପଡେ, ସେଥିପ୍ରତି ବିଶେଷ ଯତ୍ନବାନ ହେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।ଯେମିତି କୌଣସି ଚାଷୀ ଏଥିରୁ ବାଦ ନ ପଡନ୍ତି ସେ ଉପରେ ଧ୍ୟାନ ଦେବାକୁ ମଧ୍ୟ କହିଛନ୍ତିମ ଯେପରି କୌଣସି ଚାଷୀ ଏହି ଯୋଜନା ରୁ ବଂଚିତ ନ ହୁଅନ୍ତି।ଯୋଜନାକୁ ଯିଏ ବି ଜାଲିଆତି କରିବ ତା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଚତୁର୍ଦ୍ଦଶ ଅର୍ଥ କମିଶନ ନନ୍ଦ କିଶୋର ସିଂ ଙ୍କ ‘କାଳିଆ’ ଯୋଜନାର ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା କରାଯାଇଥିବା ଏହି କାଳିଆ ଯୋଜନା ଏକ ସର୍ବୋତ୍କୃଷ୍ଟ ଯୋଜନା।କୃଷକଙ୍କ ପାଇଁ ସବୁଠାରୁ ସର୍ବୋତ୍ତମ ଯୋଜନା ।

Follow by Email
WhatsApp