କର୍ଣ୍ଣାଟକ :(ଏନଟିପି) :
କର୍ଣ୍ଣାଟକ ରେ କଣ ହେବ ରାଜନୈତିକ ଭବିଷ୍ୟତ।ଗଣତନ୍ତ୍ରରେ କଣ ଏମିତି ସମ୍ଭବ ହୁଏ।କାହିଁକି ଜେଡିଏସ ଓ କଂଗ୍ରେସ ର ମନ୍ତ୍ରୀ ସମେତ ବିଧାୟକ ମାନେ ଇସ୍ତଫା ପଛର ରହସ୍ୟ କଣ। ଥମୁନି ରାଜନୈତିକ ସଙ୍କଟ । କଂଗ୍ରେସର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । କର୍ଣ୍ଣାଟକର ଉପ ମୁଖ୍ୟମନ୍ତ୍ରୀ ପରମେଶ୍ୱର ମଧ୍ୟ ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ କର୍ଣ୍ଣାଟକ ମନ୍ତ୍ରୀ ତଥା ସ୍ୱାଧୀନ ବିଧାୟକ ଏଚ୍. ନାଗେଶ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । କର୍ଣ୍ଣାଟକ ମେଣ୍ଟ ସରକାରରୁ ସେ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ନାଗେଶ ୨୧ ଦିନ ତଳେ କୁମାରସ୍ୱାମୀ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ । ସେ ବିଜେପିକୁ ସମର୍ଥନ କରିବା ନେଇ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ।
