ଭୁବନେଶ୍ୱର,୭।୨: କନ୍ଧମାଳକୁ ରେଳ ଯୋଗାଯୋଗ ନେଇ କନ୍ଧମାଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ସାକାର ହେବାକୁ ଯାଉଛି । ଚଳିତ ରେଳ ବଜେଟ୍ରେ ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ୨୪୧ କିଲୋମିଟର ରେଳପଥ ପାଇଁ ୧୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଥି ପାଇଁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ରେଳମନ୍ତ୍ରୀ ଅଶ୍ୱିନୀ ବେଷ୍ଣବ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । କନ୍ଧମାଳକୁ ରେଳ ଯୋଗାଯୋଗ ନେଇ ସାଂସଦ ଶ୍ରୀ ସାମନ୍ତ ବହୁବାର ରେଳମନ୍ତ୍ରୀଙ୍କୁ ଭେଟି ଦାବି ଉପସ୍ଥାପନ କରିଆସୁଥିଲେ । ଯେତେଶୀଘ୍ର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜରିଆରେ ଡିପିଆର ପ୍ରସ୍ତୁତ ହୋଇ ନିତି ଆୟୋଗର ଅନୁମୋଦନ ଲାଭ କରିବ ସେଥିପାଇଁ ଉଦ୍ୟମ କରିବେ ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଶ୍ରୀ ସାମନ୍ତ କନ୍ଧମାଳ ସାଂସଦ ହେବା ପରଠାରୁ କନ୍ଧମାଳକୁ ରେଳ ଯୋଗାଯୋଗ ନେଇ ଲଗାତାର ଉଦ୍ୟମ କରିଆସୁଥିଲେ ।
କନ୍ଧମାଳବାସୀଙ୍କ ରେଳ ଯୋଗାଯୋଗ ସ୍ୱପ୍ନ ସାକାର ହେବ-
Related Posts
ପୁଲୱାମା ଆକ୍ରମଣକୁ ପୁରିଲା ବର୍ଷେ ସହିଦ ଯବାନଙ୍କ ଘରୁ ସଂଗ୍ରହ କଲେ ମାଟି, ସ୍ମାରକ ସ୍ଥଳରେ ସ୍ଥାପନ ହେବ କଳସ
- NTP Bureau Report
- 14/02/2020
- 0
ଭୁବନେଶ୍ୱର(ଏନଟିପି) : *୨୦୧୯ ଫେବୃୟାରୀ ୧୪ରେ ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ସିଆରପିଏଫ ଯବାନ ଶହୀଦ ହୋଇଥିଲେ। ଶୁକ୍ରବାର ଏହି ଘଟଣାକୁ ବର୍ଷେ ପୂରଣ ହୋଇଥିଲାବେଳେ ଶହୀଦ ଯବାନଙ୍କୁ ସମ୍ମାନ ଜଣାଇ ଶ୍ରୀନଗରରେ […]
ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ଭୋଟ୍, ଲଢୁଛନ୍ତି ବହୁ ହେଭିୱେଟ୍
- NTP Bureau Report
- 17/04/2019
- 0
ଭୁବନେଶ୍ୱର (ଏନଟିପି): ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଲଢୁଛନ୍ତି ବହୁ ହେଭିୱେଟ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଓ ବିଜେପୁର ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୨୦୦୦ ମସିହାରୁ ହିଞ୍ଜିଳି […]
5 T ସଚିବଙ୍କ ଅନୁଗୋଳ ଗସ୍ତ
- NTP Bureau Report
- 29/10/2019
- 0
ଅନୁଗୋଳ(ଏନଟିପି): ଅନୁଗୋଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ।ମୋ ସରକାର’ କାର୍ଯ୍ୟକ୍ରମ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିଭିନ୍ନ ଜିଲ୍ଲା ଗସ୍ତକରି ସମୀକ୍ଷା କରୁଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ।ଦେବଗଡ଼ ପରେ ଅନୁଗୋଳ ରେ ମୋ ସରକାର କାର୍ଯ୍ୟକ୍ରମ କିଭଳି କାର୍ଯ୍ୟକାରୀ […]