ରକ୍ତଭଣ୍ଡାରର ସମସ୍ୟା ହେବ ସମାଧାନ; ପ୍ରତିଶ୍ରୁତି ଦେଲେ ଜିଲ୍ଲାପାଳ

ଏନ.ଟି.ପି(ଅନୁଗୁଳ):ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରକ୍ତ ଭଣ୍ଡାରର ସୁପରିଚାଳନା ନିମନ୍ତେ ପରିଚାଳନା କମିଟିର ବୈଠକ ଗତକାଲି ଜିଲାପାଳ ଶ୍ରୀ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ ରକ୍ତଭଣ୍ଡାରର ସମସ୍ୟା ସମ୍ପର୍କରେ ଆଲୋଚନା କରା ଯାଇଥିଲା।ବୈଠକରେ ଜିଲ୍ଲା ଖଣିଜ ପାଣ୍ଠିରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତଦାନ ଶିବିର ର ପରିଚାଳନା କରିବା ପାଇଁ ଏକ ଡାକ୍ତର ନିଯୁକ୍ତି ଦିଆଯିବ, ଜାତୀୟ ସ୍ବାସ୍ଥ୍ୟ ମିଶନର ପିଆଇପି ଅନୁଦାନରୁ ଦୁଇ ଜଣ ଲାବୋରେଟୋରୀ ଟେକନିସିଆନ ଙ୍କୁ ନିଯୁକ୍ତି ଦିଆଯିବ, ଅବସର ଗ୍ରହଣ ପରେ ଖାଲି ପଡିଥିବା ସରକାରୀ ଲାବୋରେଟୋରୀ ଟେକନିସିଆନ ପଦବୀ ଶୀଘ୍ର ପୂରଣ କରାଯିବ ।ରକ୍ତ ଭଣ୍ଡାରର ବାର୍ଷିକ ଆୟବ୍ୟୟର ଅଡିଟ ସମ୍ପର୍କରେ ଆଲୋଚନା ହେବା ସହ ରକ୍ତ ଭଣ୍ଡାର ଅଧିକାରୀ ଆବଶ୍ୟକ ଆସବାପତ୍ର ଓ ଅନ୍ୟାନ୍ୟ କିଣିଥିବା ସମ୍ପର୍କିତ ତଥ୍ୟ ଦେଇଥିଲେ ଏବଂ ବିଭିନ୍ନ କାର୍ଯ୍ୟକ୍ରମ, ରକ୍ତ ସଂଗ୍ରହ ରକ୍ତଦାନ ସମ୍ପର୍କରେ ସୂଚନା ଦେଇଥିଲେ।ସ୍ବେଚ୍ଛାକୃତ ରକ୍ତଦାତା ଓ ଅନୁଷ୍ଠାନ ମାନଙ୍କୁ ଉତ୍ସାହିତ କରିବା ପାଇଁ ବିଶାଳ କାର୍ଯ୍ୟକ୍ରମ ସହିତ ଜିଲା ସ୍ତରୀୟ ସାଧାରଣତନ୍ତ୍ର ଓ ସ୍ୱାଧୀନତା ଦିବସ ପାଳନ ଅବସରରେ ସେମାନଙ୍କୁ ସମ୍ମାନିତ କରାଯିବାର ଲକ୍ଷ ରଖାଯାଇଛି।ଜିଲ୍ଲାପାଳ ଶ୍ରୀ ସାମଲ ଅନୁଗୁଳ କୁ ଆସିବା ପରଠୁ ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି।ରକ୍ତ ଦାନ ମହତ ଦାନ ବୋଲି କହିଥିଲେ ଜିଲ୍ଲାପାଳ।

Follow by Email
WhatsApp