ଅନୁଗୋଳ ବିଜେଡି ର ଜନସମ୍ପର୍କ ପଦଯାତ୍ରା ; ଗାଁ କୁ ଗାଁ ଯାଇ ଲୋକଙ୍କ ସମସ୍ୟା ବୁଝିଲେ ନେତା ଓ କର୍ମୀ

ଅନୁଗୋଳ(ଏନ ଟି ପି):

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ପରିପ୍ରେକ୍ଷୀରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ତଳମୂଳ ଗ୍ରାମ ପଞ୍ଚାୟତ ଓ ଅନୁଗୋଳ ବ୍ଲକ ଅନ୍ତର୍ଗତ ରନ୍ତଲେଇ ଗ୍ରାମ ପଞ୍ଚାୟତ ଠାରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନା ଲୋକଙ୍କ ପାଖରେ ସଠିକ ଭାବେ ପହଁଞ୍ଚିବା ଓ ଅବଗତ କରାଇବା। ଅରୁଣାଭ ସିଂହ, ବ୍ଲକ ବିଜେଡି ସଭାପତି ତଥା ଅଧ୍ୟକ୍ଷ ବିଜୟ କୁମାର ନାଥ, ଅନୁଗୋଳ ବ୍ଲକ ବିଜେଡି ସଭାପତି ସରୋଜ ନାରାୟଣ ସାହୁଙ୍କ ସଭାପତିନେତୃତ୍ୱ ଓ ତତ୍ୱବାଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଶ୍ରୀ କୁନା ବିହାରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନୁଗୋଳ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ନଗରପାଳ ଅକ୍ଷୟ କୁମାର ସାମନ୍ତ, ଜିଲ୍ଲା ପରିଷଦ ରେବତୀ ନାଏକ, ଜିଲ୍ଲା ପରିଷଦ ଗୋପାଳ ନାଏକ, ଜିଲ୍ଲା ବିଜେଡି ଉପ-ସଭାପତି ବାଉରି ବନ୍ଧୁ ସାହୁ, ହାଡିବନ୍ଧୁ ସାହୁ, କାଉନସିଲର ସୁକାନ୍ତି ଦାସ, ୨ନଂ ଯୋନ ବିଜେଡି ପର୍ଯ୍ୟବେକ୍ଷକ ଭାଗିରଥି ମାଝୀ, ଜିଲ୍ଲା ବିଜେଡି ଉପଦେଷ୍ଟା ନିର୍ମଳ ଗଡ଼ନାୟକ, ୨୮ ନଂ ଯୋନ ବିଜେଡି ପର୍ଯ୍ୟବେକ୍ଷକ ସୁବାଷ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ତଳମୂଳ ଗ୍ରାମ ପଞ୍ଚାୟତରେ ୫୦୦ରୁ ଉର୍ଦ୍ଧ୍ବ ମହିଳା ଓ ଯୁବକ ଶିମିଳିଛୁଇଁ , ଗଡ଼ତଳମୂଳ ଓ ପାଟଣା ସାହି ପରିକ୍ରମା କରି ଚନ୍ଦନ ଯାତ୍ରା ପଡିଆ ନିକଟରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥି ସହିତ ରନ୍ତଲେଇ ଗ୍ରାମ ପଞ୍ଚାୟତର ଅଦ୍ୱୈତ ନଗର, ଚନ୍ଦ୍ରବାହାଳ, ରନ୍ତଲେଇ , ହରିବେରିଣୀ ଓ ମୁସାପାପୁଲି ଗ୍ରାମର ପରିକ୍ରମା କରି ପ୍ରତେକ ଗ୍ରାମର ମୁଖ୍ୟ ଛକ ଠାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା।

Follow by Email
WhatsApp