ବିଧାନସଭା ଗୃହ କମିଟିର ଢେଙ୍କାନାଳ ଓ ଅନୁଗୋଳ ଗସ୍ତ


ଅନୁଗୋଳ(ଏନ ଟି ପି):


ଡିଶା ବିଧାନସଭାର ହାଉସ କମିଟି ର ୫ ଜଣିଆ ଟିମ ଅନୁଗୋଳ ଗସ୍ତ କରିଛନ୍ତି ।ବିଧାନସଭା ଗୃହ କମିଟିର ଊପ-କମିଟି -ର ଅନୁଗୋଳ ଗସ୍ତ।ପ୍ରଦୁଷଣର ସ୍ଥିତିକୁ ଅନୁଧ୍ୟାନ କରିବା ନିମନ୍ତେ ଓଡିଶା ବିଧାନସଭାର ୫ ଜଣିଆ କମିଟି କେଉଁଝର ବିଧାୟକ ଶ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଗୋଳ ଜିଲ୍ଲା ପରିଦର୍ଶନରେ ଆସିଥିଲେ ।କମିଟି ବିଭିନ୍ନ ଶିଳ୍ପ ସଂସ୍ଥା ତଥା GMR, ଏମ୍ ଜି ଏମ୍ ମିନେରାଲ . ,ଟାଟା ଷ୍ଟିଲ ଲି . ,ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ରଭୃତି କାରଖାନା ପରିଦର୍ଶନ କରି ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ପ୍ରଦୁଷଣର ସ୍ଥିତି ଅନୁଧ୍ୟାନ କରିବା ସହ ଏହାର ନିୟନ୍ତ୍ରଣର କଣ ଉପାୟ ବିଭିନ୍ନ କାରଖାନାଗୁଡ଼ିକ ଅବଲମ୍ବନ କରିଛନ୍ତି ସେ ସମ୍ପର୍କରେ ପଚାରି ବୁଝିଥିଲେ ଜାତୀୟ ରାଜପଥ ଉପରେ ବାୟୁ ପ୍ରଦ୍ୟୁଷଣ ପାଇଁ କଣ ପଦକ୍ଷେପ ନିଆଯାଇଛି । ୨ଟି ଜିଲ୍ଲାର ଜଳ ପ୍ରଦୂଷଣ,ବାୟୁ ପ୍ରଦୁଷଣ କେମିତି ଅଛି ।କେଉଁ କେଉଁ କଳକରାଖନା ଏହାର ଖିଲାପ କରୁଛନ୍ତି ସେ ଉପରେ ସବକମିଟି ଅନୁଧ୍ୟାନ କରିଛନ୍ତି। ଶିଳ୍ପାୟନ ପରିବେଶ ଅବନତିର ମୁଖ୍ୟ କାରଣ ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ । ପ୍ରଦୁଷଣ ଆମ ସ୍ୱାସ୍ଥ୍ୟ , ଜିବିତ ଅବସ୍ଥା ଓ ମଣିଷ ତଥା ଅନ୍ୟାନ୍ୟ ପ୍ରାଣୀମାନଂକ ଉପରେ ପ୍ରତିକୂଳ ପ୍ରଭାବ ସୃଷ୍ଟି କରୁଛି । ଅଙ୍ଗାରକ ନିଃସରଣ ଓ ପରିବେଶ ନିୟନ୍ତ୍ରଣ ଉପାୟ ବିଭିନ୍ନ ଲଘୁକରଣ ଉପାୟର କାର୍ଯ୍ୟକାରିତା ଉପରେ ଅଧ୍ୟକ୍ଷ ଗୁରୁତ୍ବାରୋପ କରିଥିଲେ । କାରଖାନାରୁ ନିର୍ଗତ ହେଉଥିବା ପାଉଁଶ , କଠିନ ବର୍ଜ୍ୟବସ୍ତୁ , ପୁନଃ ବ୍ୟବହାର ଓ ମୁଳ ବସ୍ତୁରେ ପରିବର୍ତ୍ତନ କରି ଏହାକୁ ଆଉଥରେ ବ୍ୟବହାର କରିବା ନିମନ୍ତେ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ ।ଅନୁଗୋଳ ଜିଲ୍ଲାରେ ହେଉଥିବା ଜଳ ପ୍ରଦୂଷଣ ସହ ପରିବେଶ ପ୍ରଦୂଷଣ ଖିଲାପ କାରୀଙ୍କ ଉପରେ ରିପୋର୍ଟ ପ୍ରସ୍ତୁତ କରାଯାଇ ବାଚସ୍ପତିଙ୍କୁ ଦିଆଯିବ ।ଏହି ସବ କମିଟି ରେ ରାଜଗାଙ୍ଗପୁର ବିଧାୟକ ସି ଏସ ରାଜିନ ଏକା,ପ୍ରକାଶ ସୋରେନ,ସୁବାସ ବେହେରା, ଆଦିତ୍ୟ ମାଢି, ନାଉରି ନାଏକ,ସମ୍ବଲପୁର ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ଅଗସ୍ତି ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।

Follow by Email
WhatsApp