ଭାରତୀୟ ବାୟୁସେନାର ବିମାନ AN-32 ର ନିଖୋଜ ଓଡ଼ିଆ ପାଇଲଟ୍‌ ସୁନୀତ ମହାନ୍ତି ନିଖୋଜ

ଭାରତୀୟ ବାୟୁସେନାର ବିମାନ AN-32 ର ନିଖୋଜଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ପାଇଲଟ୍‌ ସୁନୀତ ମହାନ୍ତି । ତାଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାର ବଳିଆପଲ୍ଲୀ ଗାଁରେ । ତେବେ ସୁନୀତଙ୍କ ବାପା ଓ ମା’ ଦିଲ୍ଲୀରେ ରହୁଛନ୍ତି । ୨୦୧୨ ମସିହାରେ ସୁନୀତ ବାୟୁସେନାରେ ଯୋଗ ଦେଇଥିଲେ । ୫ ଦିନ ହେଲା ହେଲିକପ୍ଟରର ନିଖୋଜ ଅଛି । ବିମାନରେ ୮ କ୍ରିଉ ମେମ୍ବରଙ୍କ ସମେତ ମୋଟ୍‌ ୧୩ ଜଣ ଜଣ ଥିଲେ ।
ଗତ ୩ ତାରିଖରେ AN-32 ହେଲିକପ୍ଟର ଚୀନ ସୀମାରେ ନିଖୋଜ ଅଛି । ଏହା ଆସାମର ଜୋରାହାଟରୁ ଦିନ ୧୨ଟା ୨୫ରେ AN-32 ବିମାନ ଉଡ଼ାଣ ଭରିଥିଲା । ଅରୁଣାଚଳ ପ୍ରଦେଶର ମେଚୁକ ଅଭିମୁଖେ ଯାଉଥିଲା । ତେବେ ଉଡ଼ାଣର କିଛି ସମୟ ପରେ ଦିନ ୧ଟାରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ନିଖୋଜ ବିମାନକୁ ଠାବ କରିବା ପାଇଁ ସୁଖୋଇ-୩୦ ଓ ସି-୧୩୦ ଏୟାରକ୍ରାଫଟ ନିୟୋଜିତ ହୋଇଛନ୍ତି । ଇଣ୍ଡୋ-ତିବ୍ଦତୀୟ ବର୍ଡର ପୋଲିସ ମଧ୍ୟ ସର୍ଚ୍ଚ ଅପରେସନ ଚଳାଇଛି ।
ଏହି ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାୟୁସେନା ଉପମୁଖ୍ୟ ଏୟାର ମାର୍ଶଲ ରାକେଶ ସିଂ ବାହାଦୁରିଆଙ୍କ ସହ କଥା ହୋଇଛନ୍ତି । ପୂର୍ବରୁ ୨୦୧୬ରେ ମଧ୍ୟ ଗୋଟିଏ AN-32 ବିମାନ ନିଖୋଜ ହୋଇଥିଲା । ଚେନ୍ନାଇରୁ ଆଣ୍ଡାମାନ ନିକୋବର ଯାଉଥିବା ବିମାନଟି ବଙ୍ଗୋପସାଗରରେ ନିଖୋଜ ହୋଇଗଲା । ବିମାନରେ ୨୯ ଜଣ ଥିଲେ। ସେହି ବିମାନର ସନ୍ଧାନ ଆଜି ଯାଏ ମିଳି ନାହିଁ। AN-32 ଅର୍ଥାତ ଏନ୍ତୋନୋବ୍‌-୩୨ ୧୯୮୪ରୁ ଏହି ବିମାନ ବାୟୁସେନା ବ୍ୟବହାର କରୁଛି। ଏହି ବିମାନକୁ ଡିଜାଇନ କରିଛି ୟୁକ୍ରେନର ଏନ୍ତୋନୋବ ଷ୍ଟେଟ୍‌ କର୍ପୋରେସନ।
Follow by Email
WhatsApp