କାଳିଆ ଯୋଜନା କଣ ? କେମିତି ପାଇବେ ଲାଭ ପଢନ୍ତୁ ପୁରା ରିପୋର୍ଟ ….

ଚାଷୀଙ୍କ ପାଇଁ ଖୁସି ଆଣିଲେ ରାଜ୍ୟସରକାର।ଋଣ ଭାରରେ ଛଟ ପଟ ହେଉଥିବା ଚାଷୀଙ୍କୁ ସହାୟ ହେବ କାଳିଆ ଯୋଜନା।କୃଷକ ଆସିଷ୍ଟାନ୍‌ସ ଫର ଲାଇଭଲିହୁଡ୍‌ସ ଆଣ୍ଡ ଇନ୍‌କମ ଅଗମେଣ୍ଟେସନ ବା କାଳିଆ ଯୋଜନା କୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  କାଳିଆ ଯୋଜନା ଚାଷୀଙ୍କ ପାଇଁ ଏକ ପ୍ରକାର ରାମବାଣ ସଦୃଶ କାର୍ଯ୍ୟକରୁଛି।ବିଭିନ୍ନ ବ୍ଳକର ଚାଷୀଙ୍କୁ ଏହି ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରିବାରେ ସହାୟକ ହେବ।ଏହି ଯୋଜନାରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ୩୦ ଲକ୍ଷ ଚାଷୀ ଓ ଭାଗଚାଷୀ ଉପକୃତ ହେବେ। ଯୋଜନାରେ ବର୍ଷକୁ ମିଳିବ ୧୦ ହଜାର ଟଙ୍କା। ଖରିଫ ଓ ରବି ଋତୁରେ ୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ। ସେହିପରି ଭୂମିହୀନ ଚାଷୀଙ୍କୁ ଛେଳି, ଛତୁ, କୁକୁଡ଼ା, ମାଛ ଚାଷ ପାଇଁ ପ୍ରୋତ୍ସାହନ ଦିଆଯିବ। ପରିବାର ପିଛା ୧୨୫୦୦ ଟଙ୍କା ଦିଆଯିବ। ଏହାଦ୍ୱାରା ୧୦ ଲକ୍ଷରୁ ଅଧିକ ପରିବାର ଉପକୃତ ହେବେ।ଉଭୟ ଚାଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ଦୁଇ ଲକ୍ଷ ଟଙ୍କାର ଜୀବନ ବୀମା ଯୋଗାଇ ଦିଆଯିବ। ଦୁର୍ଘଟଣା କ୍ଷେତ୍ରରେ ଅତିରିକ୍ତ ଆଉ ଦୁଇ ଲକ୍ଷ ଟଙ୍କାର ବୀମା ସୁରକ୍ଷା ଯୋଗାଇ ଦିଆଯିବ। ଏହାଦ୍ୱାରା ୫୭ ଲକ୍ଷ ପରିବାର ଉପକୃତ ହେବେ। କାଳିଆ ଯୋଜନାରେ ଚାଷୀଙ୍କୁ ୫୦ ହଜାର ଟଙ୍କା ପର‌୍ୟ୍ୟନ୍ତ ଫସଲ ଋଣ ବିନା ସୁଧରେ ଦିଆଯିବ। ଏଥିପାଇଁ ଆଗାମୀ ୩ ବର୍ଷରେ ୧୦ ହଜାର ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ।

କେତେ ଟଙ୍କା ପାଇବେ ବିନା ସୁଧରେ ପାଇବେ ଋଣ ::

୧. କ୍ଷୁଦ୍ର ଓ ନାମମାତ୍ର ଚାଷୀ(ଯେଉଁ ଚାଷୀଙ୍କ ଜମିର ପରିମାଣ ୨.୫ ଏକର କିମ୍ବା ତାଠାରୁ ଅଧିକ କିମ୍ବା ୫ ଏକରରୁ କମ୍ ଥିବ)- ଏହି ଶ୍ରେଣୀର ଚାଷୀ ପ୍ରତି ରବି ଓ ଖରିଫ ଋତୁରେ ବିହନ, ସାର ଓ କୀଟନାଶକ ପାଇଁ ୫ଟି ଫସଲ ଋତୁ ପାଇଁ ୨୫ ହଜାର ଟଙ୍କା ପାଇପାରିବେ ।

୨.କୃଷି ଶ୍ରମିକ ଓ ଭାଗଚାଷୀ, ଅସମମର୍ଥ ଚାଷୀ- ଯେଉଁ ଚାଷୀ ବାର୍ଦ୍ଧକ୍ୟ କିମ୍ବା ରୋଗଗ୍ରସ୍ତ ଯୋଗୁଁ ଚାଷ କରିବା ପାଇଁ ଅସମର୍ଥ ସେମାନଙ୍କ ପାଇଁ ଏକ କାଳୀନ ୧୦ହଜାର ଟଙ୍କା ଦିଆଯିବ । ଏଥିରେ ପ୍ରତିବର୍ଷ ୫ଲକ୍ଷ ପରିବାର ଲାଭାନ୍ବିତ ହେବେ ।

୩.ବୀମା ସହାୟତା- ଚାଷୀଙ୍କ ପାଇଁ ୨ଲକ୍ଷ ଟଙ୍କାର ଦୁର୍ଘଟଣା ଜନିତ ସହାୟତା ରାଶି ପ୍ରଦାନ କରାଯିବ ।

୪.ଫସଲ ବୀମା- ଏଥିସହ ଆସନ୍ତା ୨୦୧୯ ଖରିଫ ଋତୁ ଠାରୁ ପ୍ରତ୍ୟେକ ଚାଷୀଙ୍କୁ ବିନା ସୁଧରେ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବ୍ୟବସ୍ଥା ହୋଇଛି

କେମିତି କରିବେ ଆବେଦନ:

ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରତି ପଞ୍ଚାୟତ ଓ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ତିନୋଟି ପର୍ଯ୍ୟାୟରେ ତାଲିକା ପ୍ରକାଶିତ ହେବ । ଚଳିତ ମାସ ପ୍ରଥମ ସପ୍ତାହ ମଧ୍ୟରେ ଚିଠା ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହିତାଧିକାରୀ ନିଜ ନାମ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି କି ନାହିଁ ତାହା ଦେଖିପାରିବେ । ସେହିପରି ଆସନ୍ତା ଫେବୃୟାରୀରେ ଦ୍ଵିତୀୟ ତାଲିକା ଓ ମାର୍ଚ୍ଚରେ ତୃତୀୟ ତାଲିକା ପ୍ରକାଶ ହେବ ହିତାଧିକାରୀଙ୍କ ନାମ ଚିଠା ତାଲିକାରୁ ବାଦ ପଡିଥିଲେ, ସେମାନେ ସମ୍ପୃକ୍ତ କୃଷି ସମବାୟ ସମିତିରେ ଉପଲବ୍ଧ ଗ୍ରୀନ କାର୍ଡ ପୂରଣ କରି ଆବେଦନ କରିପାରିବେ । ଏଥିପାଇଁ ଆବେଦନ ପ୍ରକ୍ରିୟାକୁ ସ୍ଵଚ୍ଛ କରିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଓ ସମବାୟ ସମିତି କାର୍ଯ୍ୟାଳୟରେ ଡ୍ରଫ ବକ୍ସ ବ୍ୟବସ୍ଥା କରାଯାଇଛି । ଏହାସହ ଏକ ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି ହୋଇଛି । ୧୮୦୦୫୭୨୧୧୨୨ ନମ୍ବର ଡାୟଲ କରି ତ୍ରୃଟି ସୁଧାର କରିପାରିବେ।

ଜାଲିଆତି କଲେ କଣ ମିଳିବ ଦଣ୍ଡ :

ସରକାରୀ କର୍ମଚାରୀ କିମ୍ବା ବୃହତ ଚାଷୀ ସେମାନେ ନିଜର ନାମ ହଟେଇବା ପାଇଁ ରେଡ୍ କାର୍ଡ ଆବେଦନ କରିପାରିବେ । କାହିଁକିନା ସେମାନଙ୍କୁ କାଳିଆ ଯୋଜନାରୁ ବାଦ ଦିଆଯାଇଛି । ଯଦି ନାମ ନ ହଟାଇ ଏହି ଯୋଜନାର ଲାଭ ଉଠେଇବେ, ଧରାପଡିଲେ ସେମାନଙ୍କ ଠାରୁ କାଳିଆ ଯୋଜନାରେ ନେଇଥିବା ଅର୍ଥ ଆଦାୟ ସହ ଫାଇନ ଆଦାୟ କରାଯିବ ।

Follow by Email
WhatsApp