ସୁଭାଷ ଚନ୍ଦ୍ର ବୋଷଙ୍କ କଣ ରହିଛି ୧୦ ଟି ବାଣୀ…

ଏନଟିପି (ବ୍ୟୁରୋ ରିପୋର୍ଟ)

ଆଜି ଭାରତମାତାର ବୀର ସୁପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମତିଥି ! ଆସନ୍ତୁ ଜାଣିବା ତାଙ୍କର ୧୦ ଟି ବାଣୀ ଯାହା ସୁପ୍ତସିଂହକୁ ମଧ୍ୟ ଉଠାଇବାର ସାହାସ ରଖୁଥିଲା

ଭାରତକୁ ସ୍ୱାଧିନତା ଦେବାରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜାନୁଆରୀ ୨୩ ୧୮୯୭ ରେ ଓଡିଶାର କଟକ ସହରରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଜାନକୀନାଥ ବୋଷ ଏବଂ ମା’ଙ୍କ ନାଁ ପ୍ରଭାବତୀ ଦେବୀ । ୧୮ ଅଗଷ୍ଟ ୧୯୪୫ ରେ ଏକ ବିମାନ ଦୂର୍ଘଟଣାରେ ତାଙ୍କ ଦେହାନ୍ତ ହୋଇଯାଇଥିଲା । କିନ୍ତୁ ତାଙ୍କ ମୃତ୍ୟୁ ସମ୍ବନ୍ଧରେ ଅନେକ ବିଭିନ୍ନ ମନ୍ତବ୍ୟ ଦେଇଥାନ୍ତି । ଆଜାଦ୍ ହିନ୍ଦ୍ ଫୌଜର ଗଠନ କରିଥିବା ଭାରତମାତାର ଏହି ବୀର ସୁପୁତ୍ରଙ୍କର ଆଜି ହେଉଛି ଜନ୍ମତିଥି । ତାଙ୍କ ପ୍ରସିଦ୍ଧ ନାରା ମଧ୍ୟରେ ଥିଲା, ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧିନତା ଦେବି ।’ ଜୟ ହିନ୍ଦ୍ ଭଳି ନାରା ବି ସେ ହିଁ ଦେଇଥିଲେ । ତାଙ୍କ ବଚନରେ ଏତେ ଦମ୍ଭ ଥିଲା ଯେ ତାଙ୍କର ଗୋଟିଏ କଥାରେ ଭାରତବାସୀଙ୍କ ଶରୀରର ରକ୍ତ ଗରମ ହୋଇଯାଉଥିଲା । ସମସ୍ତଙ୍କ ମନରୁ ଡରକୁ ବାହାର କରି ନିର୍ଭିକତାର ପାଠ ପଢାଉଥିଲେ ନେତାଜୀ ବୋଷ୍  । ତେବେ ଆଜି ଆସନ୍ତୁ ତାଙ୍କର ଏଭଳି କିଛି ବଚନ ବିଷୟରେ ଜାଣିବା ।

୧ . ଯେଉଁ ବ୍ୟକ୍ତିଠାରେ ପାଗଳାମୀ ନଥାଏ, ସେ କେବେ ମହାନ୍ ହୋଇପାରିବ ନାହିଁ । କିନ୍ତୁ ସବୁ ପାଗଳ ବ୍ୟକ୍ତି ମହାନ୍ ହୋଇପାରିବେ ନାହିଁ , କାରଣ ସମସ୍ତେ ପ୍ରତିଭାଶାଳୀ ନୁହଁନ୍ତି । ପ୍ରତିଭାଶାଳୀ ଏବଂ ପାଗଳାମୀର ଯୁଗଳବନ୍ଦୀ ହିଁ ମଣିଷକୁ ମହାନ୍ ର ରୁପ ଦେଇଥାଏ ।

୨ .  ଯେଉଁ ଲୋକମାନେ ଫୁଲକୁ ଦେଖି ଡିଅଁନ୍ତି ସେମାନଙ୍କୁ କଣ୍ଟା ମଧ୍ୟ ଆଗ ଲାଗିଥାଏ ।

୩ . ଆମକୁ ନିଜ ଶକ୍ତି ଉପରେ ଭରସା ରହିବା ଦରକାର ମାଗିଆଣିଥିବା ଶକ୍ତି ଆମ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ ।

୪ .  ଧ୍ୟାନ ରଖନ୍ତୁ ସବୁଠାରୁ ବଡ ଅପରାଧ ଅନ୍ୟାୟ ସହ୍ୟ କରିବା ଏବଂ ଭୁଲ୍ ସହ ସାଲିସ୍ କରିବା ।

୫ .  ଯଦି ଜୀବନରେ କେବେ ଅସ୍ଥାୟୀ ରୁପରେ ମୁଣ୍ଡ ନୁଆଁଇବାକୁ ପଡେ ତେବେ ବୀର ଭଳି ନୁଇଁବ ।

୬ . ସମୟପୂର୍ବର ପରିପକ୍ୱତା ଆଦୌ ଠିକ୍ ହୋଇନଥାଏ । ଏହା କୌଣସି ବୃକ୍ଷ ହେଉ କିମ୍ବା କୌଣସି ବ୍ୟକ୍ତି ଏହାର ହାନି ଭବିଷ୍ୟତରେ ଭୋଗିବାକୁ ପଡିଥାଏ ।

୭ . ଯଦି ଜୀବନରେ ସଂଘର୍ଷ ନାହିଁ , କାହା ପାଇଁ ଭୟ ନାହିଁ ତେବେ ଜୀବନର ଅଧା ସ୍ୱାଦ ହିଁ ଶେଷ ହୋଇଯାଏ ।

୮ . ନେତାଜୀଙ୍କ ଭାଷାରେ ସେ ଜୀବନରେ କେବେ କାହାର ଖୁସାମତୀ କରି ନାହାନ୍ତି । ଅନ୍ୟକୁ ଭଲ ଲାଗିବା ଭଳି କଥା ହେବା ମତେ କେବେ ଆସିନାହିଁ ।

୯ . ସଫଳତାର ରାସ୍ତା ଅବଶ୍ୟ ଲମ୍ବା ହୋଇଥାଏ କିନ୍ତୁ ତାହା ଆସିବା ସୁନିଶ୍ଚିତ । ତେଣୁ ଆମକୁ ନିରନ୍ତର ଆଗକୁ ବଢିବା ଦରକାର ।

୧୦ . ଉଚ୍ଚ ବିଚାରରେ ଦୂର୍ବଳତା ଦୂର ହୋଇଥାଏ । ତେଣୁ ଆମକୁ ନିଜ ହୃଦୟରେ ଉଚ୍ଚବିଚାର ଆଣିବାକୁ ପଡିବ ।

Follow by Email
WhatsApp