ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକ ଅଭିନେତ୍ରୀ ନିକିତାଙ୍କର ଶନିବାର କଟକଠାରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍ରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି।ନିକିତାଙ୍କୁ ଓଲିଉଡ୍ର ଲୋକପ୍ରିୟ ନିର୍ଦ୍ଦେଶକ ସଞ୍ଜୟ ନାୟକ ତାଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ତୁ ମୋ ଆଖିତର ତାରା’ରେ ବ୍ରେକ୍ ଦେଇଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ଭୂମିକାଟି ଖୁବ୍ ସଂକ୍ଷିପ୍ତ ଥିଲା। ଏହାପରେ ତାଙ୍କୁ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ମିତ ବସିଛି ମୁଁ ଭୂତ ସାଥୀରେ’, ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଚୋରି ଚୋରି’, ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ‘ମଥାରେ ଦେଇ ପାଟ ଓଢ଼ଣୀ’ ଏବଂ ସୁଭାଶିଷ ପତିଙ୍କ ନିର୍ଦ୍ଦେଶିତ ‘ଗୁଣ୍ଡା’ ଆଦି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ତାଙ୍କ ଅଭିନିୀତ ଶେଷ ସିନେମା ଥିଲା ‘ଗୁଣ୍ଡା’।!
Related Posts
ସିନ୍ଦୁର ମାଗିବାରୁ ହତ୍ୟା କଲେ ଅନୁପ ସାଏ,ଖୋଲିଲା ଡବଲ ମର୍ଡର ମିଷ୍ଟ୍ରି
- NTP Bureau Report
- 14/02/2020
- 0
ଛତିଶଗଡ଼(ଏନଟିପି): ଛତିଶଗଡ଼ ପୋଲିସ ଦ୍ୱାରା ବିଜେଡି ନେତା ଅନୁପ କୁମାର ସାଏ ଗିରଫ। ଛତିଶଗଡ଼ ପୋଲିସ ଅନୁପଙ୍କୁ ଏକ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରିଛି । ଖୋଲିଲା ଅନୁପ ସାଏ […]
କେମିତି ହେଲା ନିକିତାଙ୍କ ମୃତ୍ୟୁ…
- NTP Bureau Report
- 05/01/2019
- 0
ଓଡ଼ିଆ ଫିଲ୍ମ ଜଗତର ଅଭିନେତ୍ରୀ ନିକିତା ମହାନ୍ତିଙ୍କ ମୃତ୍ୟୁ କେମିତୁ ହେଲା।ସନ୍ଦେହ ଘେରରେ ମୃତ୍ୟୁ।ଓଡିଆ ଫିଲ୍ମ ଜଗତର ଆଗଧାଡିର ଅଭିନେତ୍ରୀ ନିକିତା ଆଉ ନାହାନ୍ତି । ଏସିପି ନିକିତା ଭୂମିକାରେ ଅଭିନୟ କରି ନୂଆ […]
ଓଡିଶାରେ ପାଳନ କରାଯାଉଥିବା ସମସ୍ତ ପର୍ବପର୍ବାଣି ମଧ୍ୟରୁ ହୋଲି ପର୍ବ ନିଆରା ।
- NTP Bureau Report
- 21/03/2019
- 0
(ଏନଟିପି )ବ୍ୟୁରୋ ରିପୋର୍ଟ : “ହୋଲି”, ରଙ୍ଗ ପସରା ତଥା ଜାତି ଧର୍ମ ସମ୍ପ୍ରଦାୟର ସାଂସ୍କୃତିକ ଭାଇଚାରାର ଉତ୍ସବ, ଓଡିଶା ସମେତ ସମଗ୍ର ଭାରତ ହଜାର ହଜାର ବର୍ଷ ଧରି ପାଳନ କରାଯାଉଅଛି । […]