ମ୍ୟାଚ ବାତିଲ ହେଲେ ଫାଇନାଲରେ ଖେଳିବ ଭାରତ…ପଢନ୍ତୁ ସମ୍ପୂର୍ଣ୍ଣ ଖବର…

ଲଣ୍ଡନ, (ଏନଟିପି ବ୍ୟୁରୋ):
ମାଞ୍ଚେଷ୍ଟର ଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ଵ କପ ୨୦୧୯ର ପ୍ରଥମ ସେମି ଫାଇନାଲ ବର୍ଷା କାରଣରୁ ବନ୍ଦ ରହିଛି। ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ଓ୍ଵିକେଟ୍ ହରାଇ ୨୧୧ ରନ କରିଛି। କ୍ରିଜରେ ରସ ଟେଲର ୬୭* ଓ ଟମ ଲାଥମ ୩* କରିଛନ୍ତି। ତାଙ୍କ ବ୍ୟତୀତ ଅଧିନାୟକ କେନ ଓ୍ଵିଲିୟମସନ ୬୭ ରନର ଯୋଗଦାନ ଦେଇଛନ୍ତି।

ସମସ୍ତଙ୍କ ମୁହଁରେ ଏହି ପ୍ରଶ୍ନ ନିଶ୍ଚୟ ଥିବ ଯେ ଯଦି ଆଜି ଏହି ମ୍ୟାଚ୍ ହୁଏ ନାହିଁ ତେବେ ଭାରତର ଅଭିଯାନ କଣ ହେବ। କିନ୍ତୁ ଜୁଲାଇ ୧୦ରେ ରିଜର୍ଭ ଡେ ରଖାଯାଇଛି।

ଯଦି ନିଜର ନିର୍ଦ୍ଧାରିତ ଦିନରେ ସେମି ଫାଇନାଲ ମ୍ୟାଚ୍ ପୂରା ନହୁଏ ତେବେ ଆସନ୍ତାକାଲି ସେଠାରୁ ଖେଳ ଆରମ୍ଭ ହେବ, ଯେଉଁଠି ପ୍ରଥମ ଦିନର ଖେଳ ବର୍ଷା କାରଣରୁ ବନ୍ଦ ଥିବ। ଅର୍ଥାତ ରିଜର୍ଭ ଡେରେ ମ୍ୟାଚ୍ ନୂତନ ଭାବେ ପୁର୍ନବାର ହେବ ନାହିଁ ବରଂ ମଙ୍ଗଳବାର ଯେଉଁଠି ମ୍ୟାଚ୍ ବନ୍ଦ ହୋଇଥିବ ବୁଧବାର ସେଠାରୁ ହିଁ ମ୍ୟାଚ୍ ଆରମ୍ଭ ହେବ। ଉଲ୍ଲେଖଯୋଗ୍ୟ, ଦ୍ଵିତୀୟ ସେମି ଫାଇନାଲ ଜୁଲାଇ ୧୧ରେ ହେବ। ଏଥିପାଇଁ ଜୁଲାଇ ୧୨ ଦିନ ରିଜର୍ଭ ଡେ ରଖାଯାଇଛି। ଫାଇନାଲ ମ୍ୟାଚ୍ ଜୁଲାଇ ୧୪ରେ ହେବ ଏବଂ ରିଜର୍ଭ ଡେ ଜୁଲାଇ ୧୫ ରଖାଯାଇଛି।

ନିର୍ଦ୍ଧାରିତ ଦିନ ଏବଂ ରିଜର୍ଭ ଡେ’ରେ ମ୍ୟାଚ୍ ନହୁଏ ତେବେ, ଏହି ସ୍ଥିତିରେ ପଏଣ୍ଟ ଟେବୁଲର ମହତ୍ଵ ସାମ୍ନାକୁ ଆସିବ। ଲିଗ୍ ପର୍ଯ୍ୟାୟର ପ୍ରଦର୍ଶନ ଦେଖାଯିବ। ଯେଉଁ ଦଳ ପଏଣ୍ଟ ଟେବୁଲରେ ନିଜର ବିରୋଧୀ ଦଳଠୁ ଉପରେ ଥିବ ସେହି ଦଳ ଫାଇନାଲରେ ପ୍ରଵେଶ କରିବ । ଅନ୍ୟ ଦଳର ବିଶ୍ଵ କପ୍ ଅଭିଯାନ ଏଠାରେ ସମାପ୍ତ ହୋଇଯିବ। ଏହାର ଅର୍ଥ ବର୍ଷା କାରଣରୁ ସେମି ଫାଇନାଲ ମ୍ୟାଚ୍ ବାତିଲ ହେଲେ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିବ ।

ଉଲ୍ଲେଖଯୋଗ୍ୟ, ସେମି ଫାଇନାଲ ଓ ଫାଇନାଲ ମ୍ୟାଚ୍ ଡ୍ର ରହିବା ସ୍ଥିତିରେ ପରିମାଣ ପାଇଁ ସୁପର ଓଭରର ସାହାରା ନିଆଯିବ। ଯଦି ଫାଇନାଲ ମ୍ୟାଚ୍ ବର୍ଷାରେ ଧୋଇଯାଏ ଏବଂ ରିଜର୍ଭ ଡେରେ ଖେଳ ନହୋଇ ପାରିଲେ ଫାଇନାଲରେ ପ୍ରବେଶ କରିଥିବା ଦୁଇ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।

Follow by Email
WhatsApp