ହତ୍ୟାକାରୀକୁ ଗିରଫ ଦାବିରେ ଏସ ପି ଙ୍କୁ ଭେଟିଲେ ମୃତକଙ୍କ ପରିବାର

ଏନଟିପି(ଅନୁଗୁଳ)ହତ୍ୟାକାରୀଙ୍କୁ କେବେ ଗିରଫ କରିବ ପୋଲିସ।ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ହତାନାଳି ଗ୍ରାମ ର ଦାଶରଥି ବେହେରା ଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ଡିସେମ୍ବର ୧୩ ତାରିଖରେ ହତ୍ୟା କରିଥିବା ଅଭିଯୋଗ କରିଥିଲେ।ମୃତକଙ୍କ ପରିବାର ଲୋକେ। ଟୁନା ବେହେରା ଓ ମୁନା ବେହେରା ଦାଶରଥିଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।ଏନେଇ ପରିବାର ଲୋକେ ନ୍ୟାୟ ଦାବିରେ ଆଜି ସମାଜସେବୀ ଅଜିତ ସାହୁ ଙ୍କ ସହ ସଂଗ୍ରାମ ମହାପାତ୍ର ଓ ମୃତକଙ୍କ ପରିବାର ଲୋକେ ଏସ ପି ଙ୍କ ନିକଟରେ ଅଭିଯୋଗ କରିଛନ୍ତି।ଅଭିଯୁକ୍ତ କୁ ତୁରନ୍ତ ଗିରଫ କରାଯିବ ବୋଲି ଏସ ପି ପ୍ରତିଶୃତି ଦେଇଛନ୍ତି।ସେପଟେ ଅଭିଯୁକ୍ତ କୁ ଗିରଫ କରାନଗଲେ ଆନ୍ଦୋଳନ କରାଯିବ ବୋଲି ଦେଇଛନ୍ତି ଚେତାବନୀ।ଏଠି ପ୍ରଶ୍ନ ଉଠୁଛି କେବେ ପୋଲିସ ହାତରେ ଧରାପଡୁଛି ଅଭିଯୁକ୍ତ।

Follow by Email
WhatsApp