ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜନୈତିକ ଜୀବନୀ ଉପରେ ଆଧାରିତ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମମିନିଷ୍ଟର’ର ଟ୍ରେଲର ହେଲା ରିଲିଜ…….

ମୁମ୍ବାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜନୈତିକ ଜୀବନୀ ଉପରେ ଆଧାରିତ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମମିନିଷ୍ଟର’ର ଟ୍ରେଲର ଗୁରୁବାର ମୁମ୍ବାଇଠାରେ ରିଲିଜ ହୋଇଛି । ଏହା ମନମୋହନଙ୍କ ମିଡିଆ ଉପଦେଷ୍ଟା ସଂଜୟ ବାରୁଙ୍କ ଦ୍ୱାରା ଲେଖା ହୋଇଥିବା ତାଙ୍କ ବହି ନାଁରୁ ଆସିଛି । ଫିଲ୍ମ ଟ୍ରେଲର ସହିତ ବିବାଦ ମଧ୍ୟ ସୃଷ୍ଟି ହେବା ଆରମ୍ଭ ହୋଇଗଲାଣି । ଏକ କଂଗ୍ରେସ ନେତା ଫିଲ୍ମର ଟ୍ରେଲର ଉପରେ ଆପତି ଉଠାଇଛନ୍ତି ।
ମାତ୍ର ଅଢେଇ ମିନିଟର ଏହି ଟ୍ରେଲରରେ ଦେଖିବାକୁ ମିଳିଛି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂଙ୍କ ଜୀବନ କାହାଣୀର ଏକ ଛୋଟିଆ ଝଲକ୍ । ଡ. ମନମୋହନ ସିଂଙ୍କ ଚରିତ୍ରରେ ନଜର ଆସିଛନ୍ତି ବଲିଉଡର ଲୋକପ୍ରିୟ ତଥା ଖ୍ୟାତନାମା ଅଭିନେତା ଅନୁପମ ଖେର୍ । ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମମିନିଷ୍ଟର’ରେ ନିଜ ଅଭିନୟକୁ ବେଶ୍ ସଠିକ୍ ଢଙ୍ଗରେ ପରିବେଶଷ କରିଛନ୍ତି ଅନୁପମ । ସିନେମାଟିରେ ଅବିକଳ ମନମୋହନ୍ ସିଂଙ୍କ ଭଳି ନଜର ଆସିବା ସହ ମନମୋହନଙ୍କ ଭଳି ଚାଲି, କଥା କହିବାର ଶୈଳୀ ତଥା ପ୍ରତିଟି ମତିଗତି ବେଶ୍ ଭଲ ଭାବରେ ଉପସ୍ଥାପନା କରିଛନ୍ତି ଅନୁପମ ।
ଏହି ସିନେମାକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ଅନୁପମ ଖେର୍ । ସିନେମାରେ ମନମୋହନ୍ ସିଂଙ୍କ ବ୍ୟକ୍ତିଗତ ଜୀବନର ଅନେକ କଥା ଏହି ଦେଖିବାକୁ ପାଇବେ ଦର୍ଶକ । ପୂର୍ବରୁ ଏହି ସିନେମାର ନିର୍ମାଣ ନେଇ ସେନସର୍ ବୋର୍ଡ ପକ୍ଷରୁ ଆପତ୍ତି କରାଯାଇଥିଲା । ତେବେ ସିନେମା ବନାଇବା ପାଇଁ ମେକର୍ ଡ.ମନମୋହନ ସିଂ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କଠାରୁ ଲିଖିତ ଅନୁମୋଦନ ଆଣିବା ପରେ ହିଁ ସିନେମାକୁ ପ୍ରସ୍ତୁତ କରାଯାଉଛି ।

ଏହି ଅପକମିଂ ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବିଜୟ ରତ୍ନାକର ଗୁଟ୍ଟେ ଏବଂ ସିନେମାର ପ୍ରଯୋଜନା କରୁଛନ୍ତି ବୋହରା ବ୍ରଦର୍ସ । ଫିଲ୍ମରେ ଅଭିନେତା ଅକ୍ଷୟ ଖନ୍ନାଙ୍କୁ ବି ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ।

Follow by Email
WhatsApp