ଅନୁଗୁଳ ଜିଲ୍ଲାରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୨୨ ତାରିଖ ସକାଳ ଦଶଟା ରୁ ଅପରାହ୍ନ ତିନିଟା ଯାଏଁ ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ।ମେଳାରେ ଜିଲ୍ଲାର ବେକାର ଯୁବକ ଯୁବତୀ ଯେଉଁମାନେ ଯୁକ୍ତ ଦୁଇ କିମ୍ବା ଆଇଟିଆଇ ପାସ କରିଥିବେ ଏବଂ ପାଠ ମଝିରେ ଛାଡିଥବା ୧୮ ରୁ ୩୫ ବୟସ୍କ ବେସରକାରୀ ସଂସ୍ଥା ମାନଙ୍କରେ ନିଯୁକ୍ତି ଓ ପ୍ରଶିକ୍ଷଣ ପାଇଁ ଅଂଶଗ୍ରହଣ କରି ପାରିବେ।ଏଥିପାଇଁ ସେମାନଙ୍କୁ ଶିକ୍ଷା ପ୍ରମାଣପତ୍ର ନକଲ ସହିତ ଓ ଗୋଟିଏ ପାସପୋର୍ଟ ଫୋଟୋ ସାଙ୍ଗରେ ନେଇ ଆସିବାକୁ ପଡ଼ିବ।ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ନିଯୁକ୍ତିଦାତା ଓ ତାଲିମଦାତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ଅଧିକ ଜାଣିବା ପାଇଁ ଆଶାୟୀ ପ୍ରାର୍ଥୀମାନେ ବ୍ଲକ କାର୍ଯ୍ୟାଳୟ କିମ୍ବା ଜିଲା ନିୟୋଜନ କାର୍ଯ୍ୟାଳୟ ଅନୁଗୁଳ ସହ ଯୋଗାଯୋଗ କରିପାରିବେ।
Related Posts

କନ୍ଧମାଳ ସାଂସଦଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
- NTP Bureau Report
- 15/11/2021
- 0
କନ୍ଧମାଳ(ଏନ ଟି ପି): କନ୍ଧମାଳ ସାଂସଦଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷାକନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ୬ ଦିନିଆ ସଂସଦୀୟ କ୍ଷେତ୍ର ସମୀକ୍ଷା କାର୍ଯ୍ୟକ୍ରମର ୫ମ ଦିନରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଉନ୍ନୟନ […]

କଲେଜ ଛାତ୍ରୀଙ୍କ ମଦ ପିଇବା ଭିଡ଼ିଓ ଭାଇରାଲ
- NTP Bureau Report
- 02/02/2020
- 0
ଅନୁଗୋଳ (ଏନଟିପି) କଲେଜ ଛାତ୍ରୀ ଖୁଲମ ଖୁଲା ପିଇଲେ ମଦ।ଆମେ କହୁନୁ ଏ ଚିତ୍ର ହିଁ ବୟାନ କରୁଛି।ଅନୁଗୋଳ ଜିଲ୍ଲା ତାଳଚେର ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କ ମଦ ପିଇବା ଭିଡିଓ ସୋସିଆଲ ମେଡିଆରେ ହେଲା […]

ସମଲରୁ ବେଆଇନ କଫ ସିରପ ଜବତ,ଅଭିଯୁକ୍ତ ଗିରଫ
- NTP Bureau Report
- 10/03/2019
- 0
ଅନୁଗୋଳ: ବେଆଇନ କଫ ସିରପ ଜବତ।ଅନୁଗୁଳ ଜିଲ୍ଲା ସମଲ ଥାନା ପୋଲିସ ଓ ଭ୍ରାମ୍ୟମାନ ଅବକାରୀ ଦଳ ଗତକାଲି ଆଠ ତାରିଖରେ ବିଶ୍ୱସ୍ତ ସୂତ୍ରରୁ ବେଆଇନ କଫ ଶିରାପ ଗଚ୍ଛିତ ଥିବା ର ଖବର […]