ସମଲରୁ ବେଆଇନ କଫ ସିରପ ଜବତ,ଅଭିଯୁକ୍ତ ଗିରଫ

ଅନୁଗୋଳ:

ବେଆଇନ କଫ ସିରପ ଜବତ।ଅନୁଗୁଳ ଜିଲ୍ଲା ସମଲ ଥାନା ପୋଲିସ ଓ ଭ୍ରାମ୍ୟମାନ ଅବକାରୀ ଦଳ ଗତକାଲି ଆଠ ତାରିଖରେ ବିଶ୍ୱସ୍ତ ସୂତ୍ରରୁ ବେଆଇନ କଫ ଶିରାପ ଗଚ୍ଛିତ ଥିବା ର ଖବର ପାଇ ସମଲ ବ୍ୟାରେଜ ଓ ସି ସି କଲୋନୀ ନିକଟରେ ମିଳିତ ରେଡ଼ କରି କୋଡେଇନ ମିଶି ଥିବା ଏସକଫ କଫ ଶିରାପ ର ୧୦୦ ମି.ଲି. ପ୍ୟାକିଙ୍ଗ ବିଶିଷ୍ଟ ୧୧୬୮ ବୋତଲ ଜବତ କରିଛନ୍ତି ଯାହାର ପରିମାଣ ୧୧୬.୮ ଲିଟର ହେବ।ଏହି ସନ୍ଦର୍ଭରେ ଏନ ଡି ପି ଏସ ଆକ୍ଟ ଅଧୀନରେ କେଶ ରୁଜୁ କରାଯାଇ ଅଭିଯୁକ୍ତ ସମଲ ଅଞ୍ଚଳର ଡାକ୍ତର ନାୟକ କୁ ଗିରଫ କରାଯାଇଛି ଓ ଅନ୍ୟ ଅଭିଯୁକ୍ତ ଫେରାର ହେବାରେ ସକ୍ଷମ ହୋଇଛି।ପୋଲିସ ସବିଶେଷ ଅନୁସନ୍ଧାନ ଜାରି ରଖିଛି।

Follow by Email
WhatsApp