ବାଲଜ୍ୟୋତି କାର୍ଯ୍ୟକ୍ରମରେ ୩୦୦୦ପିଲାଙ୍କୁ ମିଳିବ ଚଷମା……..

ଏନଟିପି(ଅନୁଗୁଳ): ଅନୁଗୁଳ ଜିଲ୍ଲା ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ କାର୍ଯ୍ୟକାରୀ ହେଉଥିବା ବାଲ ଜ୍ୟୋତି କାର୍ଯ୍ୟକ୍ରମ ରେ ସ୍ବଳ୍ପ ଦୃଷ୍ଟି ସମ୍ପନ୍ନ ଛାତ୍ର ଛାତ୍ରୀ ମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଚଷମା, ଲେନ୍ସ, ଅସ୍ତ୍ରୋପଚାର ଓ ଅନ୍ୟାନ୍ୟ ଚିକିତ୍ସା ମାଗଣାରେ ଯୋଗାଇଦେବାକୁ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଏ ସମ୍ବଧିୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଚଳିତ ମାସ ୭ ତାରିଖରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ଦିଆଯାଇ ୯,୧୦,୧୧ ଓ ୧୨ ତାରିଖରେ ବିଦ୍ୟାଳୟ ସ୍ତରରେ ପ୍ରାଥମିକ ଚିହ୍ନଟ ଓ ତାଲିକା ପ୍ରସ୍ତୁତ ହେବ। ଜିଲା ମୁଖ୍ୟ ଚିକିତ୍ସାଳୟ ଚକ୍ଷୁ ବିଶେଷଜ୍ଞ ଙ୍କ ଦ୍ଵାରା ଚକ୍ଷୁ ପରୀକ୍ଷା କରାଯାଇ ଚଳିତ ମାସ ୧୫ ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ପିଠା (PEETHA)କାର୍ଯ୍ୟକ୍ରମ ଜରିଆରେ ପିଲାମାନଙ୍କୁ ଚଷମା ଓ ଲେନ୍ସ ମାଗଣାରେ ଦିଆ ଯିବା ସହ ଆବଶ୍ୟକ ସ୍ଥଳେ ଅସ୍ତ୍ରୋପଚାର ଓ ଅନ୍ୟାନ୍ୟ ଚିକିତ୍ସା କରାଯିବ।ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଆଠ ଟି ବ୍ଲକ ରୁ ତିନି ହଜାରରୁ ଉର୍ଦ୍ଧ୍ବ ପିଲାଙ୍କୁ ଚଷମା ଦେବାର ଲକ୍ଷ୍ୟ ରଖାଯାଇଛି।ଜିଲ୍ଲାପାଳ ଅନିଲ ସାମଲ ଙ୍କ ଅଧ୍ୟକ୍ଷତା ରେ ଏହି ବୈଠକ ବସିଥିଲା।ଏହି ବୈଠକରେ ଜିଲ୍ଲାର ବିଭିନ୍ନ ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ

Follow by Email
WhatsApp