ସ୍ନାନଯାତ୍ରାରେ ସାମାଜିକ ଦୁରତ୍ୱ ଓ ମାସ୍କ କୁ ଭୁଲିଗଲେ ସେବାୟତ,କରୋନା ସଂକ୍ରମଣ ବଢ଼ିଲେ ଦାୟୀ ରହିବ କିଏ ?

ଅନୁଗୋଳ(ଏନଟିପି):

ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା।କରୋନା କଟକଣା ଯୋଗୁଁ ସାମାଜିକ ଦୁରତ୍ୱ ଅବଲମ୍ବନ କରିବା ସହ ଚତୁର୍ଦ୍ଧା ମୂର୍ତି ଙ୍କର ସ୍ନାନଯାତ୍ରା ନିଷ୍ପତି ନିଆଯାଇଥିଲା।ଅନୁଗୋଳ ଶୈଳଶ୍ରୀକ୍ଷେତ୍ର ରେ ସ୍ନାନପୁର୍ଣିମାରେ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇଛି।ପ୍ରଥମେ ସେବାୟତ ମାନଙ୍କୁ ମନ୍ଦିର ଭିତରେ ପ୍ରବେଶ ପୂର୍ବରୁ ସ୍କ୍ରିନିଂ କରାଯାଇଥିଲା।କିନ୍ତୁ ଯଦି ପୁରୀ ରେ ସେବାୟତ ମାନଙ୍କର COVID 19 ପରୀକ୍ଷା କରାଯାଇଥିଲା ତେବେ ଅନୁଗୋଳ ସେବାୟତ ଙ୍କ ର ପରୀକ୍ଷା ଦିଗରେ ଜିଲ୍ଲା ପ୍ରଶାସନ କାହିଁକି ଧ୍ୟାନ ଦେଲେ ନାହିଁ ତାକୁ ନେଇ ଉଠିଛି ବଡ ପ୍ରଶ୍ନ।ଯଦି କେହି ବି ସଂକ୍ରମିତ ହୋଇଥିବେ କଣ ହେବ ପରିସ୍ଥିତି ଦାୟୀ ରହିବ କିଏ ?
ସ୍ନାନଯାତ୍ରା ସମୟରେ ଭୁଲିଗଲେ ମାସ୍କ ,ସାମାଜିକ ଦୁରତ୍ୱ
ସାମାଜିକ ଦୁରତ୍ୱକୁ ଦୃଷ୍ଟିରେ ରଖି ଶୈଳଶ୍ରୀ କ୍ଷେତ୍ରକୁ ସାମ୍ବାଦିକଙ୍କୁ ବାରଣ କଲେ ଅନୁଗୋଳ ଜିଲ୍ଳାପାଳ ।ପୁରୀ ଠାରୁ ଆରମ୍ଭ କରି ବିଭିନ୍ନ ଜାଗାରେ ସ୍ନାନଯାତ୍ରାରେ ମନ୍ଦିରରେ ସାମ୍ବାଦିକଙ୍କ ପାଇଁ ପ୍ରବେଶ କଟକଣା ନଥିବା ବେଳେ ଅନୁଗୋଳ ରେ ଏହାର ବ୍ୟତିକ୍ରମ।ସାମାଜିକ ଦୂରତ୍ୱ ଓ ମାସ୍କ କୁ କଡା କଡୀ କରିଛନ୍ତି ରାଜ୍ୟସରକାର ।କିନ୍ତୁ ଖୋଦ ଜିଲ୍ଳାପାଳ ଓ ଏସ ପି ଙ୍କ ସାମନାରେ ନା ସେବାୟତ ପିନ୍ଧିଥିଲେ ମାସ୍କ ନା ମାନିଥିଲେ ସାମାଜିକ ଦୂରତ୍ୱ।ଯଦି ଏଥିପାଇଁ କରୋନା ସଂକ୍ରମଣ ବଢେ ତେବେ ଦାୟୀ ରହିବ କିଏ ?
ଜିଲ୍ଳାପାଳ ଓ ଏସ ପିଙ୍କ ସାମ୍ନାରେ ସେବାୟତ ଭୁଲିଲେ ସାମାଜିକ ଦୂରତ୍ୱ
ସ୍ନାନଯାତ୍ରାରେ ଚତୁର୍ଦ୍ଧାମୂର୍ତିଙ୍କ ସ୍ନାନ ପରେ ହଟିବେଶରେ ସୁସଜ୍ଜିତ କରାଯାଇଥିଲା।ଚଳିତ ଥର କରୋନା କଟକଣା ଯୋଗୁଁ ବିନା ଭକ୍ତରେ ହେଲା ସ୍ନାନ ଯାତ୍ରା।
Follow by Email
WhatsApp