ଟ୍ଵିନ୍‌ସିଟି ବାସିନ୍ଦାଙ୍କୁ ଚେତାବନୀ ଦେଲେ ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ

ଭୁବନେଶ୍ୱର(ଏନ ଟି ପି):

ପୋଲିସ୍‌ କମିଶନରଙ୍କ କଡା  ନିୟମ। ଦୁଇ  ସପ୍ତାହ ଲକଡାଉନର ନିୟମ କଡାକଡି ହେବ ବୋଲି କହିଛନ୍ତି  କମିଶନର ସୁଧାଂଶୁ ଷଡଙ୍ଗୀ। ସେ କହିଛନ୍ତି ସ୍ୱାଭାବିକ ସ୍ଥିତି ଏବେଯାଏ ଫେରି ନାହିଁ। ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ହେବ । ଏଥିପାଇଁ ଟ୍ବିନ ସିଟିର ଅତ୍ୟାବଶ୍ୟକ ସେବା  ଦେଉଥିବା ସମସ୍ତ ସଂସ୍ଥାର ମାଲିକମାନେ ନିଜ ସଂସ୍ଥାକୁ ଆସୁଥିବା କର୍ମଚାରୀ ସଂଖ୍ୟା କମାଇବେ। ଲକଡାଉନ ବେଳେ ଅତ୍ୟାବଶ୍ୟକ ସେବା ସହ ଔଷଧ ଦୋକାନ ଖୋଲା ରହିବ।ତେଜରାତି ଓ ପନିପରିବା ଦୋକାନ ସକାଳ ୬ଟାରୁ ଦିନ ୧ଟା ଯାଏ ଖୋଲା ରହିବ। ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ସେ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର ବାହାରକୁ ମଧ୍ୟ ଯିବା ଉପରେ କଟକଣା ରହିବ। ଏହା ସହ ସମସ୍ତଙ୍କୁ ଏହି ସମୟରେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।.

ଗଣମାଧ୍ୟମ ପ୍ରତିନିଧି, ଆଇଟି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଦେଉଥିବା ସଂସ୍ଥା ମାନେ ନିଜର କର୍ମଚାରୀ ସଂଖ୍ୟା କମାଇବେ। ଏହା ସହିତ ସେମାନଙ୍କୁ ଆଇଡି କାର୍ଡ ସହ ମୋବିଲାଇଜେସନ ଲେଟର ସାଙ୍ଗରେ ଦେବେ। ଏହି ଲେଟର କେବଳ ଅଫିସ ସମୟରେ ବ୍ୟବହାର କରିହେବ, ଅନ୍ୟକାମରେ ଲଗାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁଧାଂଶୁ ଷଡଙ୍ଗୀ କହିଛନ୍ତି।

Report By Smruti Lipi Sahu ,Resident Editor

Follow by Email
WhatsApp