ବାଙ୍କୀ (ଏନଟିପି):
କଟକ ଜିଲ୍ଲାର ମହାନଦୀ ଅବବାହିକା ବାଙ୍କୀ ବ୍ଲକ ସୁବର୍ଣ୍ଣପୁର ରେ ଶ୍ରୀ ରଘୁନାଥ ଜୀଉ ରାମଲୀଳା ନାଟ୍ୟ ସଂସଦ ଆନୁକୂଲ୍ୟରେ ଶୁକ୍ରବାର ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବ କୁ ପ୍ରବଳ ପରାକ୍ରମୀ ରାବଣ ନିଜର ସର ମୁନିରେ ଲଂକାଧିରାଜ ରାବଣକୁ ନିହତ କରିଥିଲା।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସୁବର୍ଣ୍ଣପୁର ଯାତ୍ରା ପଡ଼ିଆ ଠାରେ ପ୍ରାୟ ୩୦ ଫୁଟ ଲମ୍ବର ଏକ ରାବଣ ର ପ୍ରତିମୂର୍ତ୍ତି ରେ ଅଗ୍ନି ସଂଯୋଗ କରାଯାଇଥିଲା।ଏବଂ ବାଣ ର ଧ୍ୱନୀ ରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା।ଏହି ଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳର ଏକ ଲକ୍ଷ ରୁ ଉର୍ଦ୍ଧ୍ବ ଲୋକଙ୍କ ଜନସମାଗମ ମଧ୍ୟ ଦେଖିବାକୁ ମିଳିଥିଲା।ଏବଂ ଏହା ସହ ପ୍ରତ୍ୟେକ ଦିନ ରାମଚରିତ ମାନସଗନ୍ଥକୁ ପାଠ କରାଯିବା ସହ ଆଜି ରାତିକୁ ମିଶାଇ ୧୬ରାତି ପୌରାଣିକ ଗୀତିନାଟ୍ୟ ଶ୍ରୀରାମ ଜନ୍ମ ,ତାଡକା ବଧ,ସୀତା ବିବାହ,ବାଳି ବଦ୍ଧ,ଲଙ୍କା ଦହନ,କୁମ୍ଭକର୍ଣ୍ଣ ବଦ୍ଧ,ଇନ୍ଦ୍ରଜିତ ବଦ୍ଧ,ଶକ୍ତି ଭେଦ,ମହୀରାବଣ ବଦ୍ଧ,ରାବଣ ପୋଡି,ଅଶ୍ୱମେଧ ଯଜ୍ଞ ଆଦି ନାଟକ ମଞ୍ଚସ୍ତ କରାଯାଉଥିବାର ସମ୍ପାଦକ ସମର କୁମାର ପଣ୍ଡା ଓ ସଭାପତି ପୁରୁଷୋତ୍ତମ ମିଶ୍ର ସୂଚନା ଦେଇଛନ୍ତି।
