“ସଡକ ସୁରକ୍ଷା ଜୀବନ ରକ୍ଷା “ବାର୍ତା ନେଇ ଆରମ୍ଭ ହେଲା ସଡ଼କସୁରକ୍ଷା ସପ୍ତାହ

ଅନୁଗୋଳ(ଏନ ଟି ପି) :

ସଡକ ସୁରକ୍ଷା ଜୀବନ ରକ୍ଷା ବାର୍ତା ନେଇ ଆରମ୍ଭ ହେଲା ୩୦ ତମ ସଡକ ସୁରକ୍ଷା ସପ୍ତାହ।ରାସ୍ତା ଦୁର୍ଘଟଣା କୁ ନିୟନ୍ତ୍ରଣ କରିବା ପାଇଁ ଜନ ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଦଶ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ୩୦ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଆଜି ଅନୁଗୁଳ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥକୁ ଜିଲ୍ଲାପାଳ ଅନିଲ ସାମଲ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ।ଏହା ସହିତ ବିଭିନ୍ନ ମଟରଯାନ ସଂଘର ମିଳିତ ସହଯୋଗରେ ଅନୁଗୁଳ ଷ୍ଟାଡିୟମରେ ସକାଳେ ଆୟୋଜିତ ଗଣଦୌଡ଼ ଓ ଅଟୋ ରିକ୍ସା ରାଲି କୁ ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଅନୁଗୋଳ ଷ୍ଟାଡିୟମରେ ଆଞ୍ଚଳିକ ପରିବହନ ଅଧିକାରୀ ଧନଞ୍ଜୟ ସେନାପତି,MVI ଚିତ୍ତ ରଞ୍ଜନ ସେନାପତି ଉପସ୍ଥିତ ଥିଲେ।ଚଳିତ ବର୍ଷ ର ବାର୍ତା ” ସଡକ ସୁରକ୍ଷା ଜୀବନ ରକ୍ଷା” ର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ପୋଲିସ, ଶିଳ୍ପ ସଂସ୍ଥା, ବିଭିନ୍ନ ମୋଟରଯାନ ସଙ୍ଘ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସହାୟତାରେ ସଚେତନତା ତୋରଣ,ବ୍ୟାନର ଓ ପୋଷ୍ଟର ପ୍ରଦର୍ଶିତ ହେଉଛି ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଚେତନତା ରାଲି ମଧ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।ଦଶ ତାରିଖ ଯାଏଁ ଜିଲ୍ଲାବ୍ୟାପୀ ଦୁଇ ଚକିଆ ଯାନ, ଅଟୋରିକ୍ସା କାଗଜପତ୍ର, ଟ୍ରକ ଓ ବସ ର କ୍ଷମତା ଠାରୁ ଅଧିକ ପରିବହନ ଆଦି କଡାକଡି ଭାବେ ଯାଞ୍ଚ କରାଯିବ।ଏହାଛଡା ଚଳିତ ମାସ ଦଶ ତାରିଖରେ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ଠାରେ ଚାଳକ ମାନଙ୍କ ପାଇଁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ ହେବ ଓ ଦଶ ବର୍ଷ ମଧ୍ୟରେ ଦୁର୍ଘଟଣା ଘଟାଇ ନଥିବା ଚାଳକ ମାନଙ୍କୁ ପୁରସ୍କୃତ କରାଯିବ।
Follow by Email
WhatsApp