କାଫେ କଫି ଡେ’ର ପ୍ରତିଷ୍ଠାତା ଙ୍କ ମୃତଦେହ ଉଦ୍ଧାର, ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ Posted on 31/07/201931/07/2019 by NTP Bureau Report କର୍ଣ୍ଣାଟକ(ଏନଟିପି) : ୨ ଦିନ ପରେ ଉଦ୍ଧାର ହେଲା କାଫେ କଫି ଡେ’ର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥଙ୍କ ମୃତଦେହ। ନେତ୍ରାବତୀ ନଦୀରୁ ମୃତଦେହ ଉଦ୍ଧାର କରାଯାଇଛି। ଗତ ସୋମବାରରୁ ନିଖୋଜ ଥିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ କ୍ରିଷ୍ଣାଙ୍କ ଜ୍ୱାଇଁ ସିଦ୍ଧାର୍ଥ। ମାଙ୍ଗାଲୋର ଯିବା ବାଟରେ ନେତ୍ରାବତୀ ନଦୀ ନିକଟରେ କାର୍ ଅଟକାଇବାକୁ କହିଥିଲେ ବିଜି ସିଦ୍ଧାର୍ଥ । କାର୍ ଅଟକିବା ପରେ ସେ ପୋଲ ତଳକୁ ଓହ୍ଲାଇ ଯାଇଥିଲେ । କିଛି ସମୟ କାହା ସହ ଫୋନରେ କଥା ବି ହୋଇଥିଲେ । ହେଲେ ଆଉ କାର ପାଖକୁ ଫେରି ନଥିଲେ । ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହରେ ନେତ୍ରାବତୀ ନଦୀରେ ସର୍ଚ୍ଚ ପରେସନ୍ ଜାରି ରହିଥିଲା। ସିଦ୍ଧାର୍ଥଙ୍କ କଂପାନୀ ଉପରେ ୭ହଜାର କୋଟି ଟଙ୍କାର ଋଣ ରହିଛି। ଏହାକୁ ନେଇ ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କର୍ଣ୍ଣାଟକ ପୋଲିସ ସନ୍ଦେହ କରୁଛି। Share on FacebookTweetFollow usSave Post Views: 332
Odisha NATIONAL କରୋନାରୁ ବର୍ତ୍ତିବା ଲକ ଡାଉନ କେବଳ ଯଥେଷ୍ଟ ନୁହେଁ ; ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ NTP Bureau Report 23/03/2020 0 ନୂଆଦିଲ୍ଲୀ(ଏନଟିପି): କରୋନା ଭାଇରସ ଯୋଗୁଁ ଭାରତର ଅନେକ ରାଜ୍ୟରେ ଲକଡାଉନ ଘୋଷଣା ହୋଇଛି । କେବଳ ଭାରତ ନୁହେଁ, ବରଂ ସମଗ୍ର ବିଶ୍ୱରେ ଅନେକଗୁଡ଼ିଏ ଦେଶର ଲୋକେ ଘରୁ ବାହାରକୁ ଯାଉନାହାନ୍ତି । ସମସ୍ତେ […]
Odisha NATIONAL 73rd Independence Day was celebrated at NTPC NTP Bureau Report 16/08/2019 0 Anugul(NewsTimePro): Talcher Kaniha on 15th August,2019 with patriotic fervour. Shri Ramesh Babu V ,Executive Director hoisted the national flag at Ambedkar Stadium of the township. […]
NATIONAL ବିଗ ସ୍କ୍ରିନ ରେ ଆସିବେ ; ଅମୀର ଖାନ ଓ ସାଉଥ ହିରୋ ରଜନୀକାନ୍ତ NTP Bureau Report 29/08/2024 0 ମୁମ୍ବାଇ: ବଲିଉଡର ବିଗ୍ ଷ୍ଟାର ଆମୀର ଖାନ ଏବଂ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ରଜନୀକାନ୍ତ ପୁଣି ଥରେ ବଡ ପରଦାରେ ଏକାଠି କାମ କରିବାକୁ ଯାଉଛନ୍ତି । ଏହି ଦୁଇ ସୁପରଷ୍ଟାର ଶେଷ […]