ପ୍ରବାସୀ ଓଡ଼ିଆ ଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଭୁବନେଶ୍ୱର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ Posted on 01/06/202001/06/2020 by NTP Bureau Report ଭୁବନେଶ୍ୱର(ଏନ ଟି ପି): ପ୍ରବାସୀ ଓଡ଼ିଆ ଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଭୁବନେଶ୍ୱର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ.କରୋନା ମହାମାରୀ ସମୟରେ ସାରା ରାଜ୍ୟ ଓ ଦେଶ ଏବେ ଏକ ସମ୍ବେଦନଶିଳ ସମୟ ଦେଇ ଗତି କରୁଥିବା ବେଳେ, ଅର୍ଥ ଓ ଯାତାୟାତ ସେବା ରେ ହଇରାଣ ହେଉଥିବା ପ୍ରବାସୀ ଓଡ଼ିଆ ଯେଉଁମାନେ ବାହାର ରାଜ୍ୟ ରୁ ରାଜଧାନୀ ଭୁବନେଶ୍ୱର ମଧ୍ୟ ଦେଇ ଯିବା ଆସିବା କରୁଥିଲେ ତାଙ୍କୁ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଶୁଖିଲା ଖାଦ୍ୟ, ପାଣି ବୋତଲ ବଣ୍ଟନ କରାଯିବ ସହିତ ସେମାନଙ୍କ ସହିତ ସଦସ୍ୟ ଓ ସଦସ୍ୟା ମାନେ ଆଲୋଚନା କରି କିଛି କାଂଶରେ ଦୁଃଖ ଲାଘବ କରିବାକୁ ଚେଷ୍ଟା କରିଥିଲେ. ଭୁବନେଶ୍ୱର ର ଜନ ବହୁଳ ସ୍ଥାନ ବରମୁଣ୍ଡା ବସ ଷ୍ଟାଣ୍ଡ ଭିତରୁ ବଣ୍ଟନ କାଯ୍ୟକ୍ରମ ଆରମ୍ବ କରି ବରମୁଣ୍ଡା, ଫାୟାର ଷ୍ଟେସନ ଛକ, ସି ଆର ପି ଛକ ଓ ନୟାପଲ୍ଲୀ ଦେଇ ଜୟଦେବ ବିହାର ପଯ୍ୟନ୍ତ ବଣ୍ଟନ କାଯ୍ୟକ୍ରମ ଜାରି ରଖିଥିଲେ. ଅନୁଷ୍ଠାନ ର ସଦସ୍ୟ ମାନେ ପ୍ରବାସୀ ମାନଙ୍କୁ ଯଥା ସମ୍ଭବ ଚେଷ୍ଟା କରିଥିଲେ ଓ ଆଶ୍ୱାସନା ଓ ସଦସ୍ୟ ମାନଙ୍କ ର ଫୋନ ନମ୍ବର ମଧ୍ୟ ଦେଇଥିଲେ ଯଦ୍ୱାରା ଯଦି କୌଣସି ପରିସ୍ଥିତି ରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ କିଛି ବି ଅସୁବିଧା ର ସମ୍ମୁଖୀନ ହୁଅନ୍ତି, ସେମାଙ୍କୁ ତୁରନ୍ତ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ। ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ର ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ନାରାୟଣ ସ୍ୱାଇଁ ନିଜ ପ୍ରତିକ୍ରିୟା ରଖି ଏହା କହିଥିଲେ ଯେ ଏହିପରି କାଯ୍ୟକ୍ରମ ଆଗାମୀ ଦିନ ମାନଙ୍କ ରେ ଜାରି ରହିବ ଓ ସମାଜ ସେବା ହିଁ ଈଶ୍ୱର ଙ୍କର ସେବା ଯାହାକୁ ଆସ୍ଥା ଫାଉଣ୍ଡେସନ ସବୁବେଳେ ବିଶ୍ୱାସ କରି କାଯ୍ୟକ୍ରମ ଆସୁଛି ଓ କରୁଥିବ ମଧ୍ୟ. ଏହି ଅନୁଷ୍ଠାନ ସବୁସମୟରେ ସମସ୍ତଙ୍କ ସହିତ ଦୁଃଖର ସାଥି ହୋଇ ସେମାନଙ୍କୁ ପାରୁପଯ୍ୟନ୍ତ ସାହାଯ୍ୟ କରିବା ଲକ୍ଷ୍ୟ ରଖି ଆଗେଇ ଚାଲିଛି. ଏହି କାଯ୍ୟକ୍ରମ ରେ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଯୋଗ ଦେଇଥିଲେ ବରିଷ୍ଠ ସମାଜ ସେବୀ ନାରାୟଣ ସ୍ୱାଇଁ, ପ୍ରତିଷ୍ଠାତା ଓ ଅଧକ୍ଷ ଶୁଭକାନ୍ତ ସାମଲ, କାଯ୍ୟକ୍ରମ ମୁଖ୍ୟ ସନ୍ତୋଷ ଦାଶ ଓ ଲଷ୍ମୀପ୍ରିୟା ବେହେରା, ମୁଖ୍ୟ ଉପଦେଷ୍ଟା ପ୍ରଦୀପ ପାତ୍ର, କୋଷାଧକ୍ଷ ଦୈତାରୀ ସେନାପତି ଓ ସଦସ୍ୟ ରାଜୀବ ଲୋଚନ ମହାରଣା, ଶିବୁ ଆଚାର୍ଯ୍ୟ, ସତ୍ୟ ରଞ୍ଜନ ସାହୁ, ସିଦ୍ଧାର୍ଥ ବିଶୋଇ, ସୂର୍ଯ୍ୟ ପାଣି ଓ ପ୍ରିୟଙ୍କା ପ୍ରମୁଖ ଯୋଗଦାନ ଦେଇ କାଯ୍ୟକ୍ରମ କୁ ଆଗକୁ ବଢ଼ାଇ ନେଇଥିଲେ.ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ, ଦିନ ରାତି କାଯ୍ୟ କରୁ ଥିବା ସମସ୍ତ ସରକାରି କର୍ମଚାରୀ, ଡାକ୍ତର, ନର୍ସ, ପୋଲିସ ପ୍ରଶାସନ ଓ ସମସ୍ତ ସମାଜ ସେବୀ ଭାଇ ଭଉଣୀ ମାନଙ୍କୁ ଏହି କରୋନା ମହାମାରୀ ସମୟରେ ସାହାଯ୍ୟ କରୁଥିବାରୁ ସାଧୁବାଦ ପ୍ରଦାନ କରିଥିଲେ.ଆଜିର କାଯ୍ୟକ୍ରମ କୁ ମିଶାଇ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ଏହି କରୋନା ମହାମାରୀ ସମୟରେ 24 ଦିନ ଧରି ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ କାଯ୍ୟକ୍ରମ ଜାରି ରଖିଛନ୍ତି. Share on FacebookTweetFollow usSave Post Views: 371
Odisha ୧୧ ଦଫା ଦାବୀ ନେଇ ବାସଚ୍ୟୁତ ଶ୍ରମିକ କର୍ମଚାରୀ ସଂଘର ଗଣଧାରଣା NTP Bureau Report 16/01/2019 0 ତାଳଚେର୧୬/୧: ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ ଅନ୍ତର୍ଗତ ସମଲ ବୃହତ ନଦୀବନ୍ଧ ଯୋଜନା ଦ୍ୱାରା ସମ୍ପୂର୍ଣ୍ଣ ବାସଚୁ୍ୟତ ତଥା ଏନ୍.ଏମ୍.ଆର କ୍ୟାଡ଼ରର ୭୯ ଜଣ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗ ଦେବା ତାରିଖଠାରୁ ହିସାବ କରି […]
Odisha ରାଜ୍ୟ ବାହାରେ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ବହୁ ପ୍ରଚେଷ୍ଟା ପରେ ସରକାରୀ ଓ ବ୍ୟକ୍ତିଗତ ସହାୟତାର ହାତ ବଢାଇଲେ ଯୁବ ସମାଜସେବୀ NTP Bureau Report 25/04/2020 0 ଅନୁଗୋଳ(ଏନଟିପି): କରୋନା ମହାମାରୀ ସାରା ବିଶ୍ୱକୁ ଗ୍ରାସ କରିଛି।ଗୋଟିଏ ପରେ ଗୋଟିଏ ଦେଶରେ କରୋନା ତାର କାୟା ବିସ୍ତାର କରୁଛି।କରୋନା ସହ ଲଢ଼ିବା ।ସଚେତନତା ଓ ସତର୍କତା ଅବଲମ୍ବନ କଲେ କରୋନା ସହ ଲଢେଇ […]
Odisha ଅକ୍ଷୟତୃତୀୟାରେ ରଥଗଡ଼ାରେ ରଥକାଠ ଅନୁକୂଳ NTP Bureau Report 26/04/2020 0 ଢେଙ୍କାନାଳ(ଏନଟିପି): ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ।ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ଅନୁକୂଳ ହୋଇଥିବା ବେଳେ ଢେଙ୍କାନାଳ ରେ ମଧ୍ୟ ରଥକାଠ ସବୁ ପୂଜା କରାଯାଇଛି।ଶ୍ରୀ ଶ୍ରୀ ସିଦ୍ଧ ବଳରାମଙ୍କର ମନ୍ଦିରରୁ ଆଜ୍ଞାମାଳ ନିଆଯାଇ ରଥଗଡା […]