ତାଳଚେର ବଲଣ୍ଡାରେ ବିଦ୍ୟୁତ ଚୋରି କୁ ପ୍ରଶ୍ରୟ ଦେଉଛନ୍ତି କି MCL ଅଧିକାରୀ ?କ୍ୱାର୍ଟର ଲାଇନରେ ଲୋ ଭୋଲ୍ଟେଜ ପାଇଁ ଦାୟୀ କିଏ?

ଅନୁଗୋଳ( ଏନ ଟି ପି)

ଖଣି ଖଦାନ ରେ ଭରା ତାଳଚେର।ତାଳଚେର ରୁ କୋଟି କୋଟି ଟଙ୍କାର ରାଜସ୍ୱ ଆଦାୟ ହେଉଛି ।କୋଇଲା ପରିବହନ ହୋଇ କୋଇଲରୁ ବିଦ୍ୟୁତ ଶକ୍ତି ଉତ୍ପାଦନ ମଧ୍ୟ ହେଉଛି କିନ୍ତୁ ଖୋଦ ତାଳଚେର ରେ ବିଦ୍ୟୁତ ଜନିତ ସମସ୍ୟା ଦେଖାଦେବା ଦୁର୍ଭାଗ୍ୟ ର ବିଷୟ।
ଅନୁଗୋଳ ଜିଲ୍ଲା ତାଳଚେର ସାଉଥ ବଲଣ୍ଡା ଅଞ୍ଚଳରେ ଲୋ ଭୋଲେଟେଜ ପାଇଁ ଟିଭି, ଫ୍ରିଜ , ଏସି, ଷ୍ଟାବଲାଇଜର ଆଦି ଖରାପ ହୋଇଗଲାଣି । ଏ ସମ୍ପର୍କରେ ବିଜୁଳି ବିଭାଗ ଠାରୁ ଆରମ୍ଭ କରି MCL ଜଗନ୍ନାଥ ମହାପ୍ରବନ୍ଧକ M . G. BRAHMAPURAKAR ଙ୍କୁ ଏହି ବାବଦରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ତାଳଚେର MCL ଜଗନ୍ନାଥ କୋଇଲା ଖଣି ମହାପ୍ରବନ୍ଧ ଙ୍କ ଏରିଆରେ । ସାଉଥ ବଲଣ୍ଡା ଠାରେ ଥିବା ଓପନ କାଷ୍ଟ କୋଇଲା ଖଣି ବହୁ ବର୍ଷ ହେବ ବନ୍ଦ ହୋଇସାରିଲାଣି । ସେହି ଅଞ୍ଚଳରେ ଥିବା କ୍ଵାଟର ରେ କିଛି MCL କର୍ମଚାରୀ ରହୁଥିବା ବେଳେ ଅନ୍ୟ କିଛି କ୍ଵାଟର କୁ ଜୋର ଜବରଦସ୍ତ ମାଡି ବସିଛନ୍ତି ବାହାର କିଛି ମୁଷ୍ଟିମେୟ ଲୋକ । ଏବେ ସେହି ସବୁ କ୍ଵାଟର ବିପଦ ସଙ୍କୁଳ ଅବସ୍ଥାରେ ରହିଅଛି ।
MCL ପକ୍ଷରୁ ବାରମ୍ବାର ବିପଦ ସଙ୍କୁଳ ଘରେ ରହୁଥିବା ପରିବାରକୁ ନୋଟିସ କରୁଥିଲେ ମଧ୍ୟ ସେମାନେ ସେହି ଘର ଖାଲି କରୁନାହାନ୍ତି । ଯାହାକି MCL ର ପାରିବ ପଣିଆ ଉପରେ ଆଙ୍ଗୁଳି ନିର୍ଦ୍ଧେସ କରୁଛି । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଙ୍କୁ ଡରି MCL କର୍ତ୍ତୃପକ୍ଷ ବା ଅଧିକାରୀମାନେ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସାଧାରଣ ରେ ଆଲୋଚନା ହେଉଥିବା ବେଳେ ବିଧାୟକଙ୍କ କିଛି କର୍ମୀ ଏବଂ ସହକର୍ମୀ ସେହି ଘର ମାନଙ୍କରେ ରହୁଥିବାରୁ MCL କର୍ତ୍ତୃପକ୍ଷଙ୍କ ମୁହଁକୁ ତାଲା ପକାଇ ଦେଇଥିବା କହୁଛନ୍ତି ସାଧାରଣ ଲୋକେ । ଯେଉଁମାନେ ନିୟମ ଅନୁସାରେ ଘର ପାଇଛନ୍ତି ସେମାନଙ୍କ ଘର ଏବେ ଅନ୍ଧାର । କାରଣ ସନ୍ଧ୍ୟା ହେଲେ ଡିବିରି ଆଲୁଅ ଭଳି ସେମାନଙ୍କ ଘରେ ବଲ ଜଳୁଛି । ନା ଫ୍ୟାନ ବୁଲୁଛି ନା ଟିଭି ଲାଗୁଛି ଏସି କଥା ନକହିବା ଭଲ । ଯେଉଁମାନେ କ୍ଵାଟର ଗୁଡିକ ଜୋର ଜବରଦସ୍ତ ମାଡି ବସିଛନ୍ତି ସେମାନେ 2 ରୁ 3 ଟି ଲେଖାଏଁ ବିଦ୍ୟୁତ ତାରରୁ ହୁକିଂ କରି ଘରେ ଟିଭି ଫ୍ରିଜ, ଏସି, ହିଟର ଜଳାଇ ଆରାମ ରେ ରହୁଛନ୍ତି । ଏ ବାବଦରେ ଜଗନ୍ନାଥ ଓପନକାଷ୍ଟ କୋଇଲା ଖଣି ର ମହାପ୍ରବନ୍ଧନ ଙ୍କୁ ଲିଖିତ ଆକାରରେ ଦେଇଥିଲେ ବି କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଜଣାପଡିଛି ।
ଜଗନ୍ନାଥ କୋଇଲା ଖଣି ମହାପ୍ରବନ୍ଧ ଙ୍କ ଚାକିରି ଆଉ ଅଳ୍ପ କେଇ ମାସ ଥିବାରୁ ମୁହଁରେ ତୁଣ୍ଡି ମାରି ନିରବ ଦ୍ରଷ୍ଟା ସାଜିଛନ୍ତି । ସେହିପରି ସାଉଥ ବଲଣ୍ଡା ନିଳକଣ୍ଠେଶ୍ଵର ମହାବିଦ୍ୟାଳୟରେ ପରିସର ରେ ସମ୍ପୂର୍ଣ୍ଣ ଅନ୍ଧାର ରହିଛି । ସନ୍ଧ୍ୟା ହେଲେ ମଦୁଆଙ୍କ ଆଡାସ୍ଥଳୀ ପାଲଟିଛି । କଲେଜ ପରିସରରେ ଲାଇଟ ନଥିବାରୁ ଦୁର୍ବୃତ୍ତ ମାନେ ଅତି ସହଜ ଭାବରେ ଯାତାୟତ କରୁଛନ୍ତି । ଜଗନ୍ନାଥ ମହାପ୍ରବନ୍ଧକୁ କଲେଜ କ୍ୟାମ୍ପସ ରେ ଲାଇଟ ବ୍ୟବସ୍ଥା କରିବାକୁ କଲେଜ କର୍ତ୍ତୃପକ୍ଷ ବାରମ୍ବାର ଲିଖିତ ଅଭିଯୋଗ ଆକାର ରେ ଜଣାଇଥିଲେ ମଧ୍ୟ କୋଣସି ସୁଫଳ ମିଳିଲାନି । MCL ର CSR ରେ ଥିବା କୋଟି କୋଟି ଟଙ୍କା ରାଜ୍ୟ ତଥା ରାଜ୍ୟ ବାହାରେ ଯାଇ କାମ ହେଉଥିଲେ ବେଳେ ନିଜ ଅଞ୍ଚଳର ଏହିପରି ବୈମାତୃକ ମନୋଭାବ କେତେଦୂର ଠିକ ତାହା ଆଜିର ପ୍ରଶ୍ନ ବାଚି ।
Follow by Email
WhatsApp