ଖାଦ୍ୟ ଅଭାବରୁ ହଷ୍ଟେଲ ଛାଡିଲେ ଅନ୍ତେବାସୀ Posted on 12/11/201912/11/2019 by NTP Bureau Report ପାଳଲହଡା (ଏନ ଟି ପି ): ଅନୁଗୋଳ ଜିଲ୍ଲା ପାଲଲହଡ଼ାରେ ପୁଣି ପଦାରେ ପଡିଲା ମୋ ସରକାର ର ଅସଲ ଚିତ୍ର , ଖାଦ୍ୟ ଅଭାବରୁ ଶିବିଡା ଶିକ୍ଷା ନିକେତନ ଛାଡ଼ିଲେ ଦୁଇଶହ ରୁ ଉର୍ଦ୍ଧ୍ବ ଅନ୍ତେବାସୀ । ପୁଣି ଚର୍ଚ୍ଚାରେ ଶିବିଡା ଶିକ୍ଷା ନିକେତନ , ଖାଦ୍ୟ ଅଭାବରୁ ହଷ୍ଟେଲ ଛାଡିଲେ ଦୁଇଶହ ରୁ ଉର୍ଦ୍ଧ୍ବ ଅନ୍ତେବାସୀ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପାଳଲହଡା ଶିବିଡା ଶିକ୍ଷା ନିକେତନରେ । ତେବେ ପୂର୍ବରୁ ଅନ୍ତେବାସି ଛାତ୍ରୀ ମାନଙ୍କୁ ଡାଲି ପାଣି ଦେଇ ସାରା ରାଜ୍ୟରେ ଚର୍ଚ୍ଚାରେ ଥିବାବେଳେ ଆଜି ପୁଣି ମୋ ସରକାର ଙ୍କର ଅପାରଗତା ବା ଅସଲ ଚେହେରା ପଦାରେ ପକାଇଦେଇଛି । ଗୋଟିଏ ପଟେ ସ୍ଥାନୀୟ ପ୍ରସାସନ ଓ ଜିଲ୍ଲା ପ୍ରସାସନ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବାହାବା ନେଉଥିବା ବେଳେ ଆଜିର ଆଦିବାସୀ ଶିବିଡା ଶିକ୍ଷାନିକେତନ ରେ ଖାଦ୍ୟ ଅଭାବରୁ ଦୁଇଶହ ରୁ ଉର୍ଦ୍ଧ୍ବ ଛାତ୍ରୀ ହଷ୍ଟେଲ ଛାଡିବା ଘଟଣା କୁ ପୁରା ପ୍ରମାଣିତ କରି ଦେଇଛି ପ୍ରସାସନ ର ପାରିବା ପଣିଆକୁ । ତେବେ ଦୀର୍ଘ ଦିନ ହେଲା ହଷ୍ଟେଲରେ ପାଣି ର ଅସୁବିଧା , ଶୌଚ ହେବାର ଅସୁବିଧା , ଖାଇବା ପିଇବା ରେ ଅସୁବିଧା ଲାଗି ରହିଥୀଲେ ସୁଦ୍ଧା ସ୍ଥାନୀୟ ଜନପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରସାସନ ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ ତାର ସ୍ଥାୟୀ ସମାଧାନ ହୋଇ ପାରିନଥିଲା । ଛାତ୍ରୀ ମାନଙ୍କୁ ଖାଇବା ଓ ଚିକିତ୍ସା ମିଳୁ ନଥିବାରୁ ଶେଷରେ ଅତିଷ୍ଠ ହୋଇ ଆଜଅଭିଭାବକ ମାନେ ନିଜ ନିଜର ପିଲା ମାନଙ୍କୁ ହଷ୍ଟେଲ ରୁ ଘରକୁ ଫେରାଇ ଆଣିବାକୁ ବାଧ୍ୟ ହୋଇଛନ୍ତି । Share on FacebookTweetFollow usSave Post Views: 227
Odisha Nigerian National arrested by CID CB, Odisha from New Delhi for cyberfraud Smrutilipi 15/12/2022 0 BHUBANESWAR(NEWSTIMEPRO): A Nigerian national, Patrick Chizorom Orajaka (35 yrs), S/oPatrick Chidi Orajaka, AtUmuchu, Osogbo, (Nigeria Passport No:A10147257) and currently staying at Apartment of Rahul Sharma, […]
Odisha ଓମ ବିଦ୍ୟା ଭାରତୀ ସାମୁହିକ ଆବାସିକ ମହାବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ NTP Bureau Report 24/12/2023 0 ଅନୁଗୋଳ(ଏନଟିପି): ଓମ ବିଦ୍ୟା ଭାରତୀ ସାମୁହିକ ଆବାସିକ ମହାବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବରେ ଡ଼ଃ ପଦ୍ମଶ୍ରୀ ହଳଧର ନାଗ , ମୁଖ୍ୟ ବକ୍ତା ଡ଼ଃ […]
Odisha ଓଡ଼ିଶାରେ ପ୍ରଧାନମନ୍ତ୍ରୀ,ବାତ୍ୟାସ୍ଥଳୀକୁ ଯାଇ କରିବେ ନିରୀକ୍ଷଣ NTP Bureau Report 06/05/2019 0 ଓଡିଶାରେ ପ୍ରଧାନମନ୍ତ୍ରୀ । ବିମାନବନ୍ଦରରେ ସ୍ୱାଗତ କଲେ ନବୀନ, ଆକାଶମାର୍ଗରୁ ବାତ୍ୟାସ୍ଥଳକୁ ନୀରିକ୍ଷଣ କରିବେ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଗସ୍ତରେ ଆସିଛନ୍ତି । ବର୍ତ୍ତମାନ ସମୟରେ ଭୁବନେଶ୍ୱର ବିମାନ […]