ଭିଜିଲାନ୍ସ ଜାଲରେ ପଡିଲେ ଛେଣ୍ଡିପଦା ରେଞ୍ଜର

କଟକ(ଏନଟିପି):

ଭିଜିଲାନ୍ସ ଜାଲରେ ପଡିଲେ ଛେଣ୍ଡିପଦା ରେଞ୍ଜର। ବେଆଇନ୍ ସମ୍ପତ୍ତି ଠୁଳ ଅଭିଯୋଗରେ ଦୀର୍ଘ ଦିନ ହେଲା ନଜରରେ ଥିବା ଅନୁଗୋଳ ଜିଲା ଛେଣ୍ଡିପଦା ଫରେଷ୍ଟ ରେଞ୍ଜର୍ ମନମୋହନ ସ୍ବାଇଁଙ୍କୁ ଆଜି ସକାଳେ କଟକ ଭିଜିଲାନ୍ସ ବିଭାଗ ଧରିଛି । ମଙ୍ଗଳବାର ଏକ ବୋଲେରୋ ଗାଡ଼ି (ଓଡ଼ି02ଏପି4288) ରେ ଛେଣ୍ଡିପଦାରୁ ଭୁବନେଶ୍ୱର ଯାଉଥିବା ବେଳେ ଆଠଗଡ଼ ମୁଣ୍ଡଳୀ ବ୍ରିଜ୍ ପାଖରେ କଟକ ଭିଜିଲାନ୍ସ ବିଭାଗ ତାଙ୍କୁ ଅଟକାଇ ଗାଡ଼ି ଯାଞ୍ଚ କରିବା ବେଳେ ଗାଡିରୁ ୨ଲକ୍ଷ ୭୯ହଜାର ୩ଶହ ଟଙ୍କା ମିଳିଥିଲା । ଏ ଟଙ୍କାର ହିସାବ କହିବାରେ ରେଞ୍ଜର୍ ସ୍ବାଇଁ ବିଫଳ ହେବା ପରେ ଭିଜିଲାନ୍ସ ଟଙ୍କାକୁ ଜବତ କରିବା ସହ ତାଙ୍କୁ ଅଟକ ରଖିଛି । ଭିଜିଲାନ୍ସ ବିଭାଗ ଦେଇଥିବା ସୂଚନା ଅନୁସାରେ, ବେଆଇନ ଭାବେ ରେଞ୍ଜର ମନମୋହନ ସ୍ୱାଇଁ ପ୍ରଚୁର ଟଙ୍କା ସଂଗ୍ରହ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଦୀର୍ଘ ଦିନ ହେଲା ତାଙ୍କ ଉପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଉପରେ ନଜର ରଖାଯାଇଥିଲା । ଭିଜିଲାନ୍ସ ଟିମ୍ ର ଗୋଟିଏ ଦଳ ଛେଣ୍ଡିପଦାସ୍ଥିତ ସରକାରୀ କ୍ବାଟର୍ ଏବଂ କାର୍ଯ୍ୟାଳୟରେ ଚଢ଼ଉ ବେଳେ ୫୦ ହଜାର ଟଙ୍କା ଜବତ କରାଯାଇଛି । ସେହିଭଳି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅର୍ନ୍ତଗତ ଖଣ୍ଡିବନ୍ଧସ୍ଥିତ କୋଠା ଏବଂ ବଲାଙ୍ଗିର ସହରସ୍ଥିତ ଭଡ଼ାଘରେ ଚଢ଼ାଉ କରାଯାଇଥିଲା । ଛେଣ୍ଡିପଦା ରେଞ୍ଜର Covid 19 ସମୟରେ କର୍ଫ୍ୟୁ ସମୟରେ ଛେଣ୍ଡିପଦାରୁ ରାତିରେ ଗାଡ଼ିରେ କେମିତି ଏତେ ଟଙ୍କା ନେଇ କୁଆଡେ ଯାଉଥିଲା; ତାର ଉତ୍ତର ରେଞ୍ଜର ସ୍ୱାଇଁ ଭିଜିଲାନ୍ସ ଟିମକୁ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ।
Follow by Email
WhatsApp