ବାହା ବେଦୀରୁ ଠକ ବରକୁ ଉଠାଇନେଲା ପୋଲିସ

ଅନୁଗୋଳ (ଏନଟିପି)

ବାହା ବେଦିରୁ ଠକ ବରକୁ ଉଠାଇନେଲା ହିନ୍ଦୋଳ ପୋଲିସ।ଅନୁଗୋଳ ଥାନା ମଝିକା ମନ୍ଦିରରେ ଜଣେ ବିବାହିତ ଯୁବକ ବିବାହ ହେଉଥିବା ସମୟରେ ପୋଲିସ ହାତରେ ଧରାପଡି ଗିରଫ ହୋଇଥିବା ଜଣାପଡିଛି।ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା କଂସରା ଅଞ୍ଚଳର ଅବନୀ ରାଉତ ଗତ ୨୬/୮/୨୦୧୮ ରିଖରେ ହିନ୍ଦୋଳ ଥାନା ବିଲେଇଖଳି ଗ୍ରାମର ଜଣେ ଯୁବତୀ ଛଦ୍ମନାମୀ ଅନାମିକା ଭୋଇ ଙ୍କୁ କୋର୍ଟରେ ବିବାହ କରିଥିଲା।କିନ୍ତୁ ଜଣେ ଯୁବତୀଙ୍କୁ ବିବାହ କରିବା ପରେ ଆଜି ସମ୍ପୃକ୍ତ ଯୁବକ କାଳିଆ କଟା ଗ୍ରାମର ଜଣେ ଯୁବତୀ କୁ ମିଥ୍ୟା ପ୍ରଲୋଭନ ଦେଖାଇ ଅନୁଗୋଳ ମଝିକା ମନ୍ଦିରରେ ବିବାହ ହେଉଥିବା ବେଳେ ସ୍ବେତ୍ସାସେବୀ ମହିଳା ପୋଲିସ କୁ ଖବର ଦେଇଥିଲେ।ପୋଲିସ ଘଟଣା ସ୍ଥଳରୁ ଅଭିଯୁକ୍ତକୁ ଗିରଫ କରିଛି।ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି।

Follow by Email
WhatsApp