ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ ..କଣ କହିଲେ ମୋଦି….

୪,୫୦୦ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କଲେ ମୋଦି:

ବାରିପଦା ପୁଲିସ୍ ସରକାରୀ ହାଇସ୍କୁଲ ପଡ଼ିଆରେ ଆୟୋଜିତ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୪ ହଜାର ୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। IOCL ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ଏଲ୍‌ପିଜି ପାଇପ୍ ଲାଇନ୍‌ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ।

ସାଧାରଣ ସଭାରେ କଣ କହିଲେ ମୋଦି:

ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦିନିକିଆ ଓଡିଶା ଗସ୍ତ।ନୂତନ ବର୍ଷରେ ପ୍ରଥମ ଥର ମୋଦିଙ୍କ ଓଡିଶା ଗସ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ବାରିପଦାରେ ଦୁଇଟି ଭାଷଣ ଏବଂ ଡିସେମ୍ବର ୨୪ତାରିଖରେ ଖୋର୍ଦ୍ଧାରେ ଦେଇଥିବା ଭାଷଣକୁ ବିଶ୍ଲେଷଣ କଲେ ଏହା ସ୍ପଷ୍ଟ ହୋଇଯାଉଛି। ପ୍ରଥମ ଭାଷଣରେ ମୋଦି ରାଜ୍ୟ ସରକାରଙ୍କ ଉପରେ ପଦୁ ଟିଏ କହିନଥିଲେ ଦ ସେହିପରି ଦ୍ଵିତୀୟ ସଭାରେ ୨୯ମିନିଟର ଭାଷଣରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ମୋଦି ଏଭଳି ପ୍ରସଙ୍ଗ ଉଠାଇଥିଲେ ଯାହା ନିର୍ବାଚନୀ ବର୍ଷରେ ରାଜ୍ୟର ତୃଣମୂଳସ୍ତରର ଦଳୀୟ କର୍ମୀଙ୍କ ମନୋବଳକୁ ବୃଦ୍ଧି କରିବା ଦିଗରେ ବିଶେଷ ସହାୟକ ହେବାର ସମ୍ଭାବନା ମଧ୍ୟ କମ। କାରଣ ମୋଦି ତାଙ୍କ ଭାଷଣରେ ମଧ୍ୟପ୍ରଦେଶ କଂଗ୍ରେସ ସରକାରଙ୍କ ନିଷ୍ପତ୍ତି,ଅଗୁସ୍ତା ହେଲିକପ୍ଟର ଦୁର୍ନୀତିରେ ଗାନ୍ଧି ପରିବାରର ଭୂମିକା ଆଦି ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ। ଓଡ଼ିଶା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ପିପିଲି ଗଣଦୁଷ୍କର୍ମ ମାମଲାର ପୁନଃ ତଦନ୍ତ କରି ଅଭିଯୁକ୍ତଙ୍କୁ ଦଣ୍ଡିତ କରିବା ପାଇଁ ଓ ଆୟୁଷ୍ମାନ ଯୋଜନାରେ ଗରିବଙ୍କୁ ମାଗଣା ଚିକିତ୍ସା ଦେବା ପାଇଁ ସେ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଥିଲେ।

ବିଜେଡି ସହ ବିଜେପିର ହୋଇପାରେ କି ମେଣ୍ଟ :

ବିଜେଡି ସହ ବିଜେପିର ହୋଇପାରେ କି ମେଣ୍ଟ।ଆଜି ବାରିପଦାର ସାଧାରଣ ସଭାର ଭାଷଣକୁ ବିଶ୍ଳେଷଣ କଲେ ମେଣ୍ଟ ସମ୍ଭାବନା ।ତୃଣ ମୂଳ ସ୍ତରରୁ ଆସିଥିବା ବିଜେପି ନେତାଙ୍କୁ ନିରାଶ କଲେ କି ମୋଦି ବୋଲି ଅନେକ ପ୍ରଶ୍ନ ଉଙ୍କି ମାରେ।ପ୍ରଧାନମନ୍ତ୍ରୀଙ୍କ ରାଜ୍ୟସରକାରଙ୍କ ଉପରେ ଏହି ଏହି ନରମ ଆଭିମୁଖ୍ୟ କଣ ବୟାନ କରୁଛି।।ଦଳିୟ କର୍ମୀଙ୍କୁ କାହିଁକି ଦେଲେନି ମୋଦି ମନ୍ତ୍ର।ମୋଦୀ ଦଳୀୟ କର୍ମୀଙ୍କୁ ବାରିପଦାରେ ନିରାଶ କଲେ କାହିଁକି ଏମିତି ଅନେକ ପ୍ରଶ୍ନ।ଦୁଇଦଶନ୍ଧି ଧରି ରାଜ୍ୟରେ ମହିଳା ଓ ଶିଶୁଙ୍କ ଶିକ୍ଷା,ସ୍ୱାସ୍ଥ୍ୟ,ରୋଜଗାର ଆଦି କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଥିବା ମୋଦି କହିଥିଲେ। ନିଜ ସରକାରର ସାଢ଼େ ୪ବର୍ଷର ସଫଳତା ସମ୍ପର୍କରେ ମୋଦି କହିବା ସହ ଆଜି ଯେଉଁସବୁ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ତାହା ଓଡ଼ିଶାର ସନ୍ତୁଳିତ ଓ ସାମଗ୍ରିକ ବିକାଶରେ ସହାୟକ ହେବା ସହ ପ୍ରମୁଖଭୂମିକା ହେବ ବୋଲି କହିଥିଲେ। ଏସବୁ ଭାଷଣ ଭିତରେ ନିର୍ବାଚନୀ ବର୍ଷରେ ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରୁ ଆସିଥିବା ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ କୌଣସି ଗୋଟିଏ ଉତ୍ସାହଜନକ ସନ୍ଦେଶ ଦେଇନଥିଲେ ମୋଦି।ମୋଦି ଙ୍କ ଏହି ନରମ ଆଭିମୁଖ୍ୟ ବିଜେଡି ସହ ମେଣ୍ଟ ଆଡ଼କୁ ଇସାରା କରୁନାହିଁ ତ।ଜାନୁୟାରୀ ଶେଷରେ ପୁଣି ଆସିବେ ମୋଦି ବୋଲି ବିଶ୍ୱସ୍ଥ ସୂତ୍ରରୁ ଖବର।

SPEECH OF PRIMEMINISTER NARENDRA MODI(NEWS TIME PRO)

Follow by Email
WhatsApp