କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି କୋଭିଡ୍ ସ୍ଥିତିର ସମୀକ୍ଷା କଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର(ଏନଟିପି):

କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ।ବୌଦ୍ଧ ସ୍ଥାନୀୟ ସର୍କିଟ୍ ହାଉସ ଠାରେ ପ୍ରଥମେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏଡିଏମ ଶଶାଙ୍କ ଦାଶ, ଏସ୍‌ପି ଭି. ରଘୁନାଥ ରାଓ ତଥା ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ଅମାତଙ୍କୁ ନେଇ ଏହି ସମୀକ୍ଷା ବୈଠକ ବସିଥିଲା । ଏହି ବୈଠକରେ କରୋନାର ମୁକାବିଲା ନେଇ ଜିଲ୍ଲା ପ୍ରଶାସନର ପଦକ୍ଷେପ ଉପରେ ସବିଶେଷ ଆଲୋଚନା କରାଯାଇଥିଲା । ପରେ ବୌଦ୍ଧ ସ୍ଥିତ କୋଭିଡ ସ୍ୱସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ ।
ବୌଦ୍ଧ ଡିଗ୍ରୀ କଲେଜର ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା ଅନ୍ତେବାସୀଙ୍କ ସୁବିଧା ଅସୁବିଧା ବୁଝିବାକୁ ଡ. ସାମନ୍ତ ସିଧାସଳଖ ସେମାନଙ୍କ ସହିତ କଥାବର୍ତ୍ତା କରିଥିଲେ । ଏହି ଅବସରରେ ଧୈର‌୍ୟ୍ୟର ସହ ପରିସ୍ଥିତିର ମୁକାବିଲା କରିବା ପାଇଁ ସାଂସଦ ଅନ୍ତେବାସୀମାନଙ୍କୁ ପରାମର୍ଶ ଦେଇଥିଲେ ।
Follow by Email
WhatsApp