ଫୁଲବାଣୀରେ ପରିବା ଓ ତେଜରାତି ସାମଗ୍ରୀର ଯୋଗାଣ ଲାଗି ଆରମ୍ଭ ହେଲା ଦୁଇଟି ମୋବାଇଲ୍ ଭେଣ୍ଡିଂ ଅଟୋ ବ୍ୟବସ୍ଥା…. Posted on 30/03/202030/03/2020 by NTP Bureau Report କନ୍ଧମାଳ(ଏନ ଟି ପି): କରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନରେ ଥିବା ବେଳେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କ ପାଇଁ ଏକ ଭଲ ପଦକ୍ଷେପ ନିଆଯାଇଛି। ତାହା ଅନୁଯାୟୀ, କରୋନା ଲକଡାଉନ୍ ଅବଧି ମଧ୍ୟରେ ସମୟାନୁବର୍ତ୍ତୀ ଭାବରେ, ଘରେ ଘରେ ପରିବା ଓ ତେଜରାତି ସାମଗ୍ରୀର ଯୋଗାଣ ବ୍ୟବସ୍ଥା କରାଯାଇଛି। ଏଥିଲାଗି ଯୋଗାଣ ଶୃଙ୍ଖଳା ବଜାୟ ରଖିବା ପାଇଁ ଫୁଲବାଣୀ ସହରରେ ତାଜା ପନିପରିବା ଏବଂ ତେଜରାତି ସାମଗ୍ରୀ ପାଇଁ ଦୁଇଟି ମୋବାଇଲ୍ ଭେଣ୍ଡିଂ ଅଟୋ ବ୍ୟବସ୍ଥା ସୋମବାର ଆରମ୍ଭ କରାଯାଇଛି | କନ୍ଧମାଳ ଜିଲ୍ଲାର ଉଦ୍ୟାନ କୃଷି ବିଭାଗ ଏବଂ ମହିଳା ଏସ୍ ଏଚ୍ ଜି ଦ୍ୱାରା ପରିଚାଳିତ ଓଏଲଏମ୍ ର ମିଳିତ ଉଦ୍ୟମରେ ଏହି ଅଭିଯାନ ଆରମ୍ଭ ହୋଇଛି। କନ୍ଧମାଳ ଜିଲ୍ଲାବାସୀମାନେ ଏହାକୁ ସ୍ବାଗତ କରିଛନ୍ତି। Share on FacebookTweetFollow usSave Post Views: 365
Odisha NATIONAL ଦେଶର ସର୍ବପ୍ରଥମ ସମସ୍ତ ଆଇଆଇଟି ଆର୍ ଆଶ୍ଚ ଡି ପ୍ରଦର୍ଶନୀ “ ଇନଭେନଟିଭ୍ ୨୦୨୨ ” ରେ କେନ୍ଦ୍ରମନ୍ତ୍ରୀ ଦେଶର ପ୍ରତ୍ୟେକ ଆଇଆଇଟି ହେଉଛି ରତ୍ନଭଣ୍ଡାର – ଧର୍ମେନ୍ଦ୍ର ପ୍ରଧାନ NTP Bureau Report 15/10/2022 0 ଦେଶର ସର୍ବପ୍ରଥମ ସମସ୍ତ ଆଇଆଇଟି ଆର୍ ଆଶ୍ଚ ଡି ପ୍ରଦର୍ଶନୀ “ ଇନଭେନଟିଭ୍ ୨୦୨୨ ” ରେ କେନ୍ଦ୍ରମନ୍ତ୍ରୀ ଦେଶର ପ୍ରତ୍ୟେକ ଆଇଆଇଟି ହେଉଛି ରତ୍ନଭଣ୍ଡାର – ଧର୍ମେନ୍ଦ୍ର ପ୍ରଧାନ ● . . […]
Odisha ୫୦ ବର୍ଷ ପରେ ବଦଳିଲା ଭୁବନେଶ୍ୱର ରାମ ମନ୍ଦିରର ପରିଚାଳନା ! NTP Bureau Report 17/01/2019 0 ଭୁବନେଶ୍ୱର (ଏନଟିପି) ୫୦ ବର୍ଷ ତଳେ ଭୁବନେଶ୍ୱରରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ରାମ ମନ୍ଦିର ସେବା ସମିତିକୁ ମାଗଣାରେ ମିିଳିଥିଲା ସରକାରୀ ଜମି । ମନ୍ଦିର ପରିଚାଳନା ପାଇଁ ରହିଥିବା ପରିଚାଳନା ସମିତି […]
Odisha ତହସିଲ ଅଫିସରୁ ବିଭିନ୍ନ ଆବଶ୍ୟକ ପ୍ରମାଣପତ୍ର ପାଇଁ ଆଉ ଦେବାକୁ ପଡ଼ିବନି ଫି NTP Bureau Report 22/10/2019 0 ଭୁବନେଶ୍ୱରୁ ୨୨/୧୦: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ତହସିଲ ଅଫିସରୁ ମିଳୁଥିବା ବିଭିନ୍ନ ଆବଶ୍ୟକ ପ୍ରମାଣପତ୍ର ପାଇଁ ଆଉ ଏଣିକି ଆବେଦନ ଫି’ କିମ୍ବା ୟୁଜର୍ସ ଫି’ ଦେବାକୁ ପଡ଼ିବନି । ଏହାକୁ […]