ରାଜ୍ୟରେ ଅନଲାଇନରେ ମିଳିବ ମଦ, ଲାଗିଲା ୫୦% କୋଭିଡ୍‌ ଟ୍ୟାକ୍ସ*

ଭୁବନେଶ୍ୱର(ଏନଟିପି):

*କାଲି ଠାରୁ ରାଜ୍ୟରେ ଅନଲାଇନରେ ମିଳିବ ମଦ, ଲାଗିଲା ୫୦% କୋଭିଡ୍‌ ଟ୍ୟାକ୍ସ*

*ଆସନ୍ତାକାଲି ଠାରୁ ରାଜ୍ୟରେ ଅନଲାଇନରେ ମିଳିବ ମଦ। ଅନଲାଇନରେ ମଦ ବିକ୍ରି ନେଇ ରାଜ୍ୟ ସରକାର ଦେଲେ ଅନୁମତି। ଅନ୍ ଓ ଅଫ୍ ଲାଇସେନ୍ସପ୍ରାପ୍ତ ଦୋକାନୀ ହୋମ୍ ଡେଲିଭରି ଦେବେ। କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟ ସବୁଠି ହୋମ୍ ଡେଲିଭରି ମଦ ମିଳିବ। ବିଦେଶୀ ମଦ ଓ ବିୟର ଉପରେ କୋଭିଡ଼ ଫି ଲଗାଇଲେ ସରକାର।*

*ଯାହା ଏମ୍ଆରପି ଅଛି, ତା ଉପରେ ୫୦% କୋଭିଡ଼ ଫି ଲାଗିବ। କୋଭିଡ଼ ଫି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚରେ ଲାଗିବ। ଅନ୍ ଓ ଅଫ୍ ଲାଇସେନ୍ସ ପ୍ରାପ୍ତ ଦୋକାନରେ ଡିସପ୍ଲେ ରହିବ। ଡିସ୍ପ୍ଲେରେ ଫୋନ ନଂ, ହ୍ୱାଟସ୍‌ଆପ୍‌ ନଂ, ଇ-ମେଲ ଆଇଡି ରହିବ। OSBC ୱେବସାଇଟ- osbc.co.in.ଜିଲ୍ଲାୱାରୀ ତଥ୍ୟ ରହିବ। ସମସ୍ତ ପ୍ରକାର ପ୍ରଡକ୍ଟରର ମୂଲ୍ୟ ମଧ୍ୟ ୱେବସାଇଟରେ ରହିବ। ରିଟେଲର ମଧ୍ୟ ଏହି ହୋମ ଡେଲିଭରି ବ୍ୟବସ୍ଥାରେ ମଦ ପାଇବେ। ଦୋକାନ ସାମ୍ନାରେ ଭିଡ଼ ନହେବାକୁ ପ୍ରତିଶ୍ରୁତି ଦେବାକୁ ରିଟେଲରଙ୍କ ପାଇଁ ସର୍ତ୍ତ ରହିଛି।*

*୧ ହଜାର ପର୍ଯ୍ୟନ୍ତ ମଦ ଅର୍ଡର କଲେ ଡେଲିଭରି ଚାର୍ଜ ୧୦୦ ଟଙ୍କା ଦେବାକୁ ପଡ଼ିବ। ତା’ପରେ ପ୍ରତି ୫ଶହ ଟଙ୍କାର ଅତିରିକ୍ତ ଅର୍ଡର ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ। ହୋମ୍ ଡେଲିଭରି ଚାର୍ଜ ୩ ଶହ ଟଙ୍କାରୁ ଅଧିକ ହୋଇପାରିବନି। ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ହେବ ହୋମ୍ ଡେଲିଭରି। ଅର୍ଡର କରିବାର ୬ ଘଣ୍ଟା ମଧ୍ୟରେ ହୋମ୍‌ ଡେଲିଭରି ଦିଆଯିବ ମଦ।*

Follow by Email
WhatsApp