ମଦ ପାଇଁ ଲୋକେ ଭୁଲିଗଲେ ସାମାଜିକ ଦୂରତ୍ୱ

ଅନୁଗୋଳ(ଏନଟିପି):

ଲକଡାଉନ ସମୟରେ ଟ୍ରାଫିକ ଜାମ ।କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସତ।ଲୋକେ ଲକଡାଉନ ରେ ମଦ ପାଇଁ ଆସି ଗାନ୍ଧି ଛକରେ ଭିଡ଼ ଲଗାଉଥିବା ଦୃଶ୍ୟ କଏଦ ହୋଇଛି ଆମ କ୍ୟାମେରାରେ।
ମଦ ପାଇଁ ଭୁଲିଗଲେ ସାମାଜିକ ଦୂରତ୍ୱ।ଲକଡାଉନ କୁ ଫୁ କରି ମଦ ପାଇଁ ଦୋକାନ ଆଗରେ ଭିଡ଼।ଅନୁଗୋ ଗାନ୍ଧୀ ଛକରେ ଥିବା ମଦ କାଉଣ୍ଟର ରେ ଭିଡ଼ ।ଦୀର୍ଘ ୨ ମାସ ପରେ ଆଜି ଖୋଲିଲା ମଦ ଦୋକାନ। ମଦ ଦୋକାନ ଖୋଲିବାକୁ ନେଇ ବ୍ଯବସାୟୀ ଯେତିକି ଖୁସି ତାଠାରୁ ଅଧିକ ଖୁସି ଅଛନ୍ତି ଗ୍ରାହକମାନେ। ଯାହା ବାରି ହୋଇପଡୁଛି ଏହି ଦୃଶ୍ୟରୁ।ଏ ଦୃଶ୍ୟ ହେଉଛି ଅନୁଗୋଳ ଗାନ୍ଧୀ ଛକର।ଦୋକାନ ଆଗରେ ଶହଁ ଶହ ଲୋକ ମଦ କିଣିବା ପାଇଁ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା।ଲୋକେ ନା ମାନିଥିଲେ ସାମାଜିକ ଦୂରତ୍ୱ ନା ପିନ୍ଧିଥିଲେ ମାସ୍କ। ମଦ କିଣିବା ପାଇଁ ଲାଗିଛି ଲମ୍ବା ଲାଇନ୍ । ଗତକାଲି ଅନ୍ ଲାଇନରେ ମଦ ବ୍ଯବସାୟକୁ ଅନୁମତି ମିଳିବାପରେ ଆଜି ଲୋକେ ମଦ ନେବାକୁ ହାଉଯାଉ।ଆଜି ସକାଳୁ ସକାଳୁ ସବୁ ମଦ ଦୋକାନ ଖୋଲା ହୋଇଯାଇଛି । ଯାହାଫଳରେ ଲୋକଙ୍କ ପ୍ରବଳ ଗହଳି ଦୋକାନ ସାମ୍ନାରେ ଦେଖିବାକୁ ମିଳିଛି । ଦୋକାନ ଆଗରେ ନମ୍ବର ଦିଆଯାଇଛି । ଯେଉଁମାନେ ଚାହିଁବେ ସେହି ନମ୍ବରେ ମଦ ବୁକିଂ କରିବେ । ପରେ କାଉଣ୍ଟର ଆଗକୁ ଯାଇ ଟଙ୍କା ଦେବା ପରେ ମଦ ଆଣିପାରିବେ। ଏଠି ପ୍ରଶ୍ନ ଉଠୁଛି ମଦ ପାଇଁ ସାମାଜିକ ଦୁରତ୍ୱକୁ ଭୁଲିଗଲେ ଲୋକେ।ଲୋକେ କାହିଁକି ହେଉନାହାନ୍ତି ସଚେତନ।ମଦ ବ୍ୟବସାୟୀଙ୍କ କର୍ମଚାରୀ ଲୋକଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କହୁନଥିଲେ କାହିଁକି ? ଲାଭ ଖୋର ବ୍ୟବସାୟ ଏହାର କାରଣ ନୁହେଁ ତ।ପୋଲିସ ଏ କ୍ଷେତ୍ରରେ ଚୁପ କାହିଁକି।ଯଦି  ସାମାଜିକ ଦୂରତ୍ୱ ପାଳନ ନକଲେ  କଠୋର ଆଇନ ରହିଛି ତେବେ ଏହି ଦୃଶ୍ୟ ପରେ କଣ ପଦକ୍ଷେପ ଗ୍ରହଣ କରିବ ଜିଲ୍ଲାପ୍ରଶାସନ ତାକୁ ନେଇ ଉଠିଛି ବଡ ପ୍ରଶ୍ନ।ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ରେ ପହଞ୍ଚିଥିଲେ ମଧ୍ୟ କାହିଁକି ସଚେତନ ହେଉନାହାନ୍ତି ଲୋକେ ।
Follow by Email
WhatsApp