ଫୁଲବାଣୀର ପୂର୍ବତନ ବିଧାୟକଙ୍କ ପରଲୋକ Posted on 09/03/202009/03/2020 by NTP Bureau Report ଫୁଲବାଣୀ(ଏନଟିପି): ଫୁଲବାଣୀ ଜିଲ୍ଲାର ପ୍ରାକ୍ତନ ବିଧାୟକ ପ୍ରହ୍ଲାଦ ବେହେରାଙ୍କ ପରଲୋକ l ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଭିମସାର ମେଡିକାଲରେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ସେ ୮୩ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁସାରେ ସ୍ବର୍ଗତ ବେହେରା ଗତ କିଛି ବର୍ଷ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ଏବଂ ଗତ କିଛି ଦିନ ହେବ ବୁର୍ଲାର ଭିମସାର ମେଡିକାଲରେ ଚିକିତ୍ସାଧୀନ ଥିଲେ। ସେ ମଧ୍ୟ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜଣେ ଅନ୍ତରଙ୍ଗ ବନ୍ଧୁ ଭାବେ ବେଶ ଜଣାଶୁଣା ଥିଲେ।ସ୍ୱର୍ଗତ ପ୍ରହ୍ଲାଦ ବେହେରା ୧୯୩୮ମସିହା ଅଗଷ୍ଟ ୧୦ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ କ୍ରମେ ରାଜନୀତି ପ୍ରତି ଆକୃଷ୍ଟ ହୋଇ ଅବିଭକ୍ତ ଫୁଲବାଣୀ ସଂରକ୍ଷିତ ନିର୍ବାଚନ ମଣ୍ଡଳୀରୁ ଜନତା ପାର୍ଟି ଟିକେଟ୍ରେ ବିଧାନସଭାକୁ ନିର୍ବାଚିତ ହୋଇ ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ବିଧାୟକ ଥିଲେ। ତାଙ୍କରି ବିୟୋଗରେ ରାଜ୍ୟ ଜଣେ ବିଶିଷ୍ଟ ଜନନେତାଙ୍କୁ ହରାଇ ଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏକଦା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସାରଥୀ ଭାବେ ଜଣାଶୁଣା ସ୍ବର୍ଗତ ବେହେରା ବୌଦ୍ଧ ଜିଲ୍ଲାର ବିକାଶ ପାଇଁ ଅନେକ ବିକାଶମୂଳକ କାର୍ଯ୍ୟ କରିଥିବାର ଜଣାଯାଏ। ତାଙ୍କ ମରଶରୀରକୁ ବୌଦ୍ଧ ଜିଲ୍ଲା ହରଭଙ୍ଗାସ୍ଥିତ ନିଜ ବାସଭବନକୁ ନିଆ ଯାଇ ସେଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣା ପଡିଛି ।ତାଙ୍କ ବିୟୋଗରେ କନ୍ଧମାଳ ସାଂସଦ ତଥା କିଟ,କିସ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ଶୋକ ଜଣାଇଛନ୍ତି। Share on FacebookTweetFollow usSave Post Views: 217
Odisha ଏମ୍.ସି.ଏଲ.ର ନୂତନ ନିର୍ଦ୍ଦେଶକ ବୈଷୟିକ ଭାବେ ବବନ ସିଂ ଙ୍କର କାର୍ଯ୍ୟଭାର ଗ୍ରହଣ NTP Bureau Report 05/05/2020 0 ସମ୍ବଲପୁର,(ଏନ ଟି ପି): ମହାନଦୀ କୋଲଫିଲଡ଼ସ ଲିମିଟେଡ଼ର ୪ର୍ଥ ନିର୍ଦ୍ଦେଶକ ବୈଷୟିକ (ଯୋଜନା ଏବଂ ପରିଯୋଜନା) ଭାବେ ବବନ ସିଂ ଗତ ୩୦ତାରିଖରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀଯୁକ୍ତ ସିଂ ଇଣ୍ଡିଆନ ସ୍କୁଲ […]
Odisha ଅନୁଗୋଳ ଜିଲ୍ଲା ପାଇଁ COVID19 ପରିଚାଳନା ନିମନ୍ତେ ସ୍ୱାସ୍ଥ୍ୟ କର୍ମଚାରୀ ଆବଶ୍ୟକ NTP Bureau Report 26/03/2020 0 ଅନୁଗୋଳ(ଏନ ଟି ପି) ଅନୁଗୋଳ ଜିଲ୍ଲା ପାଇଁ COVID-19 ର ପରିଚାଳନା ନିମନ୍ତେ ଷ୍ଟାଫନର୍ସ,ଫାର୍ମାସିଷ୍ଟ,ସ୍ୱାସ୍ଥ୍ୟ କର୍ମୀ (ପୁରୁଷ ଓ ମହିଳା),ରେଡ଼ିଓ ଗ୍ରାଫର,ଲାବରଟୋରୀ ଟେକ୍ନିସିଆନ ପଦବୀ ପାଇଁ ଆବେଦନ ପତ୍ର ଆହ୍ୱାନ କରାଯାଇଛି। ଇଛୁକ ପ୍ରାର୍ଥୀ […]
Odisha ସହିଦ ପୋଲିସଙ୍କ ପାଇଁ ସ୍ୱତନ୍ତ୍ର ଡାକ ଟିକଟ ଉନ୍ମୋଚନ. NTP Bureau Report 30/12/2018 0 ଏନଟିପି :ଦେଶର ସୁରକ୍ଷା ପାଇଁ ଲଢେ଼ଇ କରି ସହିଦ ହୋଇଥିଲେ । ସେଇ ଅଶୋକ ଚକ୍ର ସମ୍ମାନ ପାଇଥିବା ସହିଦ ପୁଲିସମାନଙ୍କୁ ପୁଣି ଏକ ଭିନ୍ନ ଢ଼ଙ୍ଗରେ ସମ୍ମାନିତ କରିଛି କେନ୍ଦୁଝର ପୁଲିସ । […]