ପୋଲିସ କବଜାରେ ଡକାୟତ ଗ୍ୟାଙ୍ଗ Posted on 08/03/202008/03/2020 by NTP Bureau Report ଅନୁଗୋଳ(ଏନ୍ ଟି ପି): ପୋଲିସ କବଜାରେ ଡକାୟତି ଗ୍ୟାଙ୍ଗ ।ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । କମ୍ପସଲା ଜଙ୍ଗଲ ନିକଟରେ ଡକାୟତି ଯୋଜନା ଚାଲିଥିବା ବେଳେ ଖବର ପାଇ ଛେଣ୍ଡିପଦା ପୋଲିସ ଚଢାଉ କରି ଡକାୟତି ଗ୍ୟାଙ୍ଗର ୬ଜଣକୁ ଗିରଫ କରିଛି । ସେମାନଙ୍କ ନିକଟରୁ ଖଣ୍ଡା, ଭୁଜାଲି ,ଦେଶି ବନ୍ଧୁକ ଭଳି ମାରଣାସ୍ତ୍ର ସମେତ ଗୋଟିଏ ମଟରସାଇକେଲ ଓ ୮ ଟି ମୋବାଇଲ ଜବତ କରିଛି । ପୋଲିସ ସୂଚନା ଅନୁସାରେ ଶନିବାର ରାତିରେ ଏହି ଡକାୟତ ଦଳର ୭ ଜଣ ସଦସ୍ୟ ଛେଣ୍ଡିପଦାରୁ କମ୍ପସଲା ଯାଇଥିବା ରାସ୍ତାର ଜଙ୍ଗଲ ନିକଟରେ ରାତି ପ୍ରାୟ ୧ଟା ବେଳେ ଏକାଠି ଡକାୟତି ପାଇଁ ଯୋଜନା କରୁଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଡକାୟତମାନେ ହେଲେ ସମ୍ବଲପୁର ଜିଲା ଅଇଁଠାପାଲି ଥାନା ବୁଢାରାଜା ଡେଲି ମାର୍କେଟ ଅଞ୍ଚଳର ସୁନିଲ ଓରଫ ମିଡିଆ ବେହେରା ,ନରସିଂହ ପୁର ଥାନା ଦେଉଭୁଇଁ ଗାଁର ନାଲି ଓରଫ ପ୍ରଶାନ୍ତ ନାଏକ ,ଢେଙ୍କାନାଳ ଜିଲା ହିନ୍ଦୋଳ ଥାନାର ହିନ୍ଦୋଳ ଟାଉନ ଅଞ୍ଚଳର ଲିପୁ ନାଏକ , ଛେଣ୍ଡିପଦା ଥାନା କସିଡିହ ଗ୍ରାମର ସନ୍ତୋଷ ସାହୁ , ଏନଟିପିସି ଥାନା ବିଜିଗୋଳ ନୂଆପାଟଣା ଗାଁର ଗଜରାଜ ନାଏକ , ଛେଣ୍ଡିପଦା ଥାନା ଗୋପିନାଥପୁର ଗାଁ ପ୍ରଶାନ୍ତ ନାଏକ ବୋଲି ଜଣା ପଡିଛି । ଏହି ଡକାୟତ ମାନେ କିଛି ଦିନତଳେ ଛେଣ୍ଡିପଦା ଥାନ କମ୍ପସଲା ଗ୍ରାମର ଜୈନକ ବୈକ୍ତିଙ୍କ ଠାରୁ ଏକ ମୋବାଇଲ ଓ ୧୩୦୦ ଟଙ୍କା ମାରଣାସ୍ତ୍ର ଦେଖାଇ ଲୁଟି ନେଇଥିଲେ । ଛେଣ୍ଡିପଦା ଥାନାରେ ଏକ ମାମଲା ରୁଜୁ ହୋଇଛି । ଏହି ଡକାୟତ ଦଳ ରେଢାଖୋଲ , ଜୁଜୁମରା , ଚାରମାଳ , କିଆକଟା , ଅନୁଗୋଳ ଆଦି ଅଞ୍ଚଳରେ ହୋଇଥିବା ବିଭିନ୍ନ ଡକାୟତି ଓ ରାହାଜନୀରେ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ସେମାନଙ୍କ ନିକଟରୁ ୮ଟି ମୋବାଇଲ , କଟୁରୀ ,ଭୁଜାଲି ଓ ଏକ ଦେଶୀ ବନ୍ଧୁକ ସମେତ ଏକ ମୋଟର ସାଇକେଲକୁ ଜବତ କରାଯାଇଛି । ଡକାୟତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । Share on FacebookTweetFollow usSave Post Views: 235
Odisha ମୋଟର ଚାଳକଙ୍କୁ ସହାୟତା ପାଇଁ ଦାବିପତ୍ର ପ୍ରଦାନ NTP Bureau Report 10/04/2020 0 କନ୍ଧମାଳ(ଏନ ଟି ପି): କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ଲକ୍ଡାଉନ କରିଛନ୍ତି କେନ୍ଦ୍ର ସରକାର। ଏ ନେଇ ଗାଡ଼ି ଚଳାଚଳ ବନ୍ଦ ରହିଛି। ଗାଡ଼ି ଚଳାଚଳ ବନ୍ଦ ଯୋଗୁ ମୋଟର […]
Odisha NATIONAL Ratha Yatra 2021 Live From Puri NTP Bureau Report 12/07/2021 0 News Time Pro(Puri): Rathayatra 2021 Live From Puri On News Time Pro Ratha Yatra will be held on Monday, July 12, 2021, this year. The Dwitiya Tithi […]
Odisha ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ସାମ୍ବାଦିକ ସମ୍ମିଳନୀ NTP Bureau Report 04/03/2020 0 ଅନୁଗୋଳ(ଏନଟିପି) ଜିଲ୍ଲା ସଂସ୍କୃତି ପରିଷଦ ଓ ନାଟ୍ୟମ ଅନୁଗୋଳ ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ପାଳନକୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଆସନ୍ତା ୬ ତାରିଖରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ […]