ଅଚ୍ୟୁତଙ୍କୁ ମିଳିଲା ବିଜନେସ ଲାଇନ ଚେଞ୍ଜମେକର ସମ୍ମାନ

ଭୁବନେଶ୍ବର :

ରାଜ୍ୟସଭା ସାଂସଦ ତଥା କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଗୋଟିଏ ଗୋଟିଏ ସମ୍ମାନ ପାଇ ସର୍ବ ଭାରତୀୟ ସ୍ତରରେ ସୁନାମ ଅର୍ଜ୍ଜନ କରିଚାଲିଛନ୍ତି ।ବିଜନେସ ଲାଇନ ଚେଞ୍ଜମେକର ସମ୍ମାନ-୨୦୧୯ରେ ସମ୍ମାନିତ ହେଲେ ରାଜ୍ୟସଭା ସାଂସଦ ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଡ. ସାମନ୍ତଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛନ୍ତି। ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ପରିବର୍ତ୍ତନକାରୀ ଭାବେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଜନଜାତି ସଂପ୍ରଦାୟର ସ୍ଥିତିରେ ଉନ୍ନତି ଆଣିବା ଦିଗରେ ଡ. ସାମନ୍ତଙ୍କ ନିରବଚ୍ଛିନ୍ନ ଉଦ୍ୟମ ଏବଂ କ୍ଷୁଧା, ଦାରିଦ୍ର‌୍ୟ, ନିରକ୍ଷରତା ଓ ବେରୋଜଗାର ହ୍ରାସ କରିବା ଦିଗରେ ତାଙ୍କର ଉତ୍ସର୍ଗୀକୃତ କାର‌୍ୟ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ହିନ୍ଦୁ ବିଜନେସ ଲାଇନ ପକ୍ଷରୁ କୁହାଯାଇଛି। ହିନ୍ଦୁ ଗ୍ରୁପ ଦ୍ୱାରା ପ୍ରକାଶିତ ପ୍ରମୁଖ ଦୈନିକ ଇଂରାଜୀ ଖବରକାଗଜ ହିନ୍ଦୁ ବିଜ୍‌ନେସ ଲାଇନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଓ ଅବଦାନ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ପ୍ରତିବର୍ଷ ସମ୍ମାନଜନକ ଚେଞ୍ଜମେକର ପୁରସ୍କାର ପ୍ରଦାନ କରାଯାଇଥାଏ।

Follow by Email
WhatsApp