ବାଲିଗୁଡା ଉପଖଣ୍ଡ ଡାକ୍ତର ଖାନାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ: ପ୍ରସୂତି ମହିଳାଙ୍କ ହାତ ଭିତରେ ଛୁଞ୍ଚି ରହିଗଲା: ଚିକିତ୍ସାରେ ଅବହେଳା ଅଭିଯୋଗ Posted on 08/05/202008/05/2020 by NTP Bureau Report କନ୍ଧମାଳ(ଏନଟିପି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଥିବା ପ୍ରସୂତି ବିଭାଗ ଚିକିତ୍ସାରେ ଅବହେଳା ଅଭିଯୋଗ । ପ୍ରସୂତୀ ମହିଳାଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପ୍ରସୂତୀ ମହିଳାଙ୍କ ସ୍ବାମୀ । ସୂଚନା ପ୍ରକାରେ ଗତ ୫ତାରିଖ ଦିନ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗିବାଡ଼ି ନିଳକନ୍ଦର ସାହିର ସରୋଜ କୁମାର ସାହୁଙ୍କ ସ୍ତ୍ରୀ-ଜଗେଶ୍ବିନିଙ୍କୁ ପ୍ରସବ ଯନ୍ତ୍ରଣା ହେବାଯୋଗୁଁ ସରୋଜ ତାଙ୍କ ସ୍ତ୍ରୀ ଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଏହାପରେ ଭଲରେ ଭଲରେ ପୁତ୍ର ସନ୍ତାନଟିଏ ଜନ୍ମ ଦେଇଥିଲେ ଜଗେଶ୍ବିନି । କିନ୍ତୁ ସ୍ବାସ୍ଥ୍ୟକର୍ମୀଙ୍କ ଅସାବଧାନତା ଯୋଗୁଁ ସାଲାଇନ୍ ବାହାର କଲାବେଳେ ଜଗେଶ୍ବିନିଙ୍କ ହାତରେ ସାଲାଇନ୍ ଛୁଞ୍ଚି ରହିଯାଇଛି । ଯନ୍ତ୍ରଣା ରେ ଛଟପଟ ଦେଖି ସ୍ବାମୀ ଡାକ୍ତରଙ୍କୁ ଅଭିଯୋଗ କରିବାପରେ ଏଠାରେ ଏହାର ଚିକିତ୍ସା କରାଯାଇପାରିବ ନାହିଁ । ତୁମେ ତୁମ ସ୍ତ୍ରୀ ଙ୍କୁ ନେଇ ଫୁଲବାଣୀ ଚାଲିଯାଅ କହି ସ୍ଥାନାନ୍ତର କରିଦିଆଯାଇଥିବା ଅଭିଯୋଗ କରିଛନ୍ତି ସରୋଜ । ବିଶ୍ବସ୍ତ ସୂତ୍ରରୁ ସୂଚନା କି ଏଭଳି ଘଟଣା ଏଠାରେ ପ୍ରଥମ ନୁହେଁ । ପୂର୍ବରୁ ଅନେକଥର ଏଭଳି ଘଟଣା ଘଟିଛି । କିନ୍ତୁ କାହା ହାତରୁ ଛୁଞ୍ଚି ସେମିତି ବାହାରିଛି ତୁ ଅନେକଙ୍କ ଅପରେସନରେ କରି ଛୁଞ୍ଚି ବାହାର କରାଯାଇଛି । ଘଟଣା ସମ୍ପର୍କରେ ବାଲିଗୁଡ଼ା ମେଡିକାଲ୍ ସୁପରିଟେଣ୍ଡେଣ୍ଟଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏଥିପ୍ରତି ଉପରିସ୍ଥ ଅଧିକାରୀଙ୍କ କିଭଳି ଦୃଷ୍ଟି ପଡ଼ୁନାହିଁ । ଚିକିତ୍ସାରେ ଅବହେଳା ଯୋଗୁଁ ଅନେକ ନିରିହ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଏନେଇ କନ୍ଧମାଳ ଜିଲ୍ଲା ଚିକିତ୍ସା ଅଧିକାରୀ ଡ.ରାସେଶ୍ୱରୀ ପଟ୍ଟନାୟକଙ୍କୁ ପଚାରିବାରୁ ଡାକ୍ତରଖାନାର ସମସ୍ତ ଔଷଧ ପତ୍ର ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ସରକାର ପଠାଉଛନ୍ତି । ବାହାରର କୌଣସି ସାମଗ୍ରୀ ଆମେ ବ୍ୟବହାର କରୁନାହୁଁ । ଛୁଞ୍ଚି ରେ ସମସ୍ୟା ରହିଛି । ଏମିତି ଘଟଣା ଆମ ନଜରକୁ ଆଉ କିଛି ମଧ୍ୟ ଆସିଛି । ଏନେଇ ଆମେ ସ୍ବାସ୍ଥ୍ୟ ବିଭାଗକୁ ଜଣାଇବୁ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଜିଲ୍ଲା ଚିକିତ୍ସା ଅଧିକାରୀ । ପ୍ରକାଶ ଥାଉକି, ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଉପଖଣ୍ଡ ତଥା ପଡ଼ୋଶୀ ଜିଲ୍ଲାର ସୀମାନ୍ତ ଅଞ୍ଚଳରୁ ଦୈନିକ ଶତାଧିକ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି, ହେଲେ ଚିକିତ୍ସାଳୟରେ ଆବଶ୍ୟକ ପରିମାଣର ଡାକ୍ତର ନାଥିବା ଯୋଗୁଁ ଉପଯୁକ୍ତ ଚିକିତ୍ସା ପାଇପାରୁ ନାହାନ୍ତି । ସୂଚନା ପ୍ରକାରେ ୨୫ ଜଣ ଡାକ୍ତର ରହିବା ଜାଗାରେ ବର୍ତ୍ତମାନ ପରିସ୍ଥିତିରେ ମାତ୍ର ଚାରି,ପାଞ୍ଚଜଣ ଡାକ୍ତରଙ୍କ ଦ୍ବାରା ଉପଖଣ୍ଡ ଚିକିତ୍ସାଳୟ ଚାଲିଛି । ଟିକେ କିଛି ହେଲେ ରୋଗୀଙ୍କୁ, ଫୁଲବାଣୀ, ବ୍ରହ୍ମପୁର ଆଦି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି । ଫଳରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଆସୁଥିବା ହଜାର ହଜାର ରୋଗୀ ଉପଯୁକ୍ତ ଚିକିତ୍ସା ତ ପାଉନାହାନ୍ତି ପୁଣି ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇ ଅଯଥା ଖର୍ଚ୍ଚାନ୍ତ ହେବାସହ ନାହିଁନଥିବା ଅସୁବିଧାର ମଧ୍ୟ ସମ୍ମୁଖିନ ହେଉଛନ୍ତି । ଏଣୁ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି । Share on FacebookTweetFollow usSave Post Views: 230
Odisha Founder of Ramakrishna Math, Dhenkanal passes away NTP Bureau Report 12/03/2019 0 BHUBANESWAR (NTP) Founder and president, Ramakrishna Matha, Dhenkanal and well-known social worker Bhubanananda Dash passed away at his younger son’s residence at Shakti Sugar at […]
Odisha ୩୦ ସେକେଣ୍ଡରେ ମିଳିବ ୫୦ ହଜାର ଟଙ୍କାର ଋଣ :ଧର୍ମେନ୍ଦ୍ର NTP Bureau Report 04/10/2019 0 ଭୁବନେଶ୍ୱର(ଏନଟିପି): ମୋଦି ସରକାର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ କରିଥିବା ବେଳେ ଭାରତୀୟ ବ୍ୟାଙ୍କ ଗୁଡିକ ଗରିବ ଲୋକଙ୍କର ସାଥି ହୋଇପାରିଛନ୍ତି। ବର୍ତମାନ ବ୍ୟାଙ୍କ ଖାତା,୩ ମାସର ସକ୍ରିୟତା, ଆଧାର ନମ୍ବର ଓ ଟେଲିଫୋନ […]
Odisha ସାମ୍ବାଦିକଙ୍କୁ ସୁରକ୍ଷା ଦାବିନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ଗଣମାଧ୍ୟମ ପ୍ରତିନିଧି NTP Bureau Report 08/02/2019 0 ଭୁବନେଶ୍ୱର(ଏନଟିପି) ରାଜ୍ୟରେ ବଢି ଚାଲିଛି ସାମ୍ବାଦିକଙ୍କ ଉପରେ ଆକ୍ରମଣ। ଗଣତନ୍ତ୍ର ର ଜାଗ୍ରତ ପ୍ରହରୀ କୁହାଯାଉଥିବା ଗଣମାଧ୍ୟମ ପ୍ରତିନିଧି ମାନେ ଏବେ ଅସୁରକ୍ଷିତ।ସାମ୍ବାଦିକ ମାନଙ୍କ ସୁରକ୍ଷା ଲାଗି ତୁରନ୍ତ କଡ଼ା ଆଇନ୍ ଲାଗୁ କରିବା […]