ଲକଡାଉନ ନିୟମକୁ ଫୁ..କର୍ଫ୍ୟୁ କୁ ମଧ୍ୟ ଫୁ…ରାତିରେ ଅନୁଗୋଳରେ ବସୁଛି ପରିବା ହାଟ ; କରୋନା ସଂକ୍ରମଣ ବଢ଼ିଲେ ଦାୟୀ ରହିବ କିଏ ?

ଅନୁଗୋଳ(ଏନଟିପି):

ଅନୁଗୋଳରେ ଲକଡାଉନ ନିୟମକୁ ଖୁଲାମଖୁଲା ଉଲ୍ଲଂଘନ ।ଓଡ଼ିଶାରେ ହୁ ହୁ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।ଅନୁଗୋଳରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଲୋକେ କେତେ ସଚେତନ ଅଛନ୍ତି ।ସାମାଜିକ ଦୂରତ୍ୱ କୁ କେହି ମାନୁନଥିବା ଦେଖିବାକୁ ମିଳିଛି।କେତେ ଲୋକ ପିନ୍ଧୁଛନ୍ତି ମାସ୍କ।ରାତି ସମୟରେ କଣ ରହିଛି ଅନୁଗୋଳ ସହର ଚିତ୍ର।ରାତି ସମୟରେ ବସୁଛି ପରିବା ହାଟ।।କର୍ଫ୍ୟୁ ସମୟରେ ଅନୁଗୋଳ ରାସ୍ତା ଶୁନ ଶାନ।ନିସ୍ତବ୍ଧ ଅନୁଗୋଳ ସହର।କିଛି କାଁ ଭାଁ ଗାଡି ମଟର।କିନ୍ତୁ ଅନୁଗୋଳ ବଜାର ହାଟ ର ଚିତ୍ର ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ବଜାରରେ ଲାଗିଛି ଗହଳି।ରାତିରେ ସହରରେ ଜାରି ହୋଇଛି କର୍ଫ୍ୟୁ।କରୋନାର ମୁକାବିଲା ପାଇଁ କେତେ ଲଢ଼ୁଛନ୍ତି ଲୋକେ ।ଆଉ କେତେ ମାନୁଛନ୍ତି ଅନୁଗୋଳ ସହର ର ଲୋକେ।କେତେ ହେଉଛନ୍ତି ସତର୍କ ଓ ସଚେତନ।ରାତି ସମୟରେ ଅନୁଗୋଳ ସହରର ଚିତ୍ର କଣ ବୟାନ କରୁଛି।
ଆମକୁ ଦେଖି କିଛି ଲୋକ ମାସ୍କ ପିନ୍ଧୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।ଲୋକଙ୍କୁ କରୋନା ଭାଇରସ୍‌ (କୋଭିଡ୍‌-୧୯) ସଂକ୍ରମଣରୁ ରୋକିବା ଓ ଗହଳି ସ୍ଥାନରୁ ଦୂରେଇ ରହିବାକୁ ବାରମ୍ବାର ସଚେତନ ଓ ସତର୍କ କରୁଚି ଜିଲ୍ଲାପ୍ରଶାସନ। ସାମାଜିକ ଦୂରତ୍ୱକୁ ଅଧିକ ଗୁରୁତ୍ୱ ଦିଆଯାଉଥିଲେ ହେଁ କିନ୍ତୁ ଲୋକେ ନା ମାନୁଛନ୍ତି ସାମାଜିକ ଦୂରତ୍ୱ ନା ପିନ୍ଧୁଛନ୍ତି ମାସ୍କ।ଅନୁଗୋଳ ରେ ସନ୍ଧ୍ୟା ୭ ରୁ ସକାଳ ୭ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଜିଲ୍ଳାପାଳ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ଅନୁଗୋଳ ରେ ରାତିରେ ସନ୍ଧ୍ୟା ୭ ରୁ ସକାଳ ୭ ପର୍ଯ୍ୟନ୍ତ ୧୨ ଘଣ୍ଟିଆ କର୍ଫ୍ୟୁ।କିନ୍ତୁ ରାତି ସମୟରେ ଖୋଲୁଛି ଅନୁଗୋଳ ପରିବା ମାର୍କେଟ ।ପରିବା ବଜାରରେ ପ୍ରବଳ ଗହଳି।କର୍ଫ୍ୟୁ ସମୟରେ ପରିବାବଜାର ଖୋଲୁଛି କେମିତି।ରାତି ୧୨ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଶହ ଶହ ଲୋକଙ୍କ ଏହି ବଜାରରେ ଭିଡ଼ ଦେଖିବାକୁ ମିଳୁଛି।ଅନୁଗୋଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ରେ ପହଞ୍ଚିଥିଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି।ସାଧାରଣ ଲୋକେ ଓ ବ୍ୟବସାୟୀ ଉଭୟ ପ୍ରାୟ ମାସ୍କ ପିନ୍ଧୁନାହାନ୍ତି କି ସାମାଜିକ ଦୁରତ୍ୱକୁ ମାନୁନାହାନ୍ତି।ଏଭଳି ସ୍ଥିତି ହେଲେ କେତେବେଳେ କରୋନା ସଂକ୍ରମଣ ଅନୁଗୋଳ ରେ ନ ବଢିବ ତାହା କିଏ କହିବ।ଅନୁଗୋଳରେ ୧୨ ଘଣ୍ଟିଆ କର୍ଫ୍ୟୁ ସମୟରେ ଏହି ପରିବା ବଜାର ଖୋଲିବାର ଅନୁମତି କିଏ ଦେଲା ତାକୁ ନେଇ ଉଠିଛି ବଡ ପ୍ରଶ୍ନ।ସାମାଜିକ ଦୁରତ୍ୱକୁ ଅବମାନନା କଲେ ଅନୁଗୋଳ କୁ ସଟ ଡାଉନ କରାଯିବ ବୋଲି ଜିଲ୍ଲାପାଳ କହୁଥିବା ବେଳେ ଏ ଚିତ୍ର ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି କେତେ ସଚେତନ ଅଛନ୍ତି ଅନୁଗୋଳ ଲୋକେ।

ଲକଡାଉନ ନିୟମକୁ ଫୁ..କର୍ଫ୍ୟୁ କୁ ମଧ୍ୟ ଫୁ…ରାତିରେ ଅନୁଗୋଳରେ ବସୁଛି ପରିବା ହାଟ ; କରୋନା ସଂକ୍ରମଣ ବଢ଼ିଲେ ଦାୟୀ ରହିବ କିଏ ?ଜିଲ୍ଳାପାଳ କଣ ନେବେ ପଦକ୍ଷେପ।ପୋଲିସ ଦିନରେ ପଇଁତରା ମାରୁଛି।ରାତିରେ ପୋଲିସ ପାଟ୍ରୋଲିଂ କରୁନି କାହିଁକି। ଶୋଇ ପଡୁଛି କି ପୋଲିସ।କର୍ଫ୍ୟୁ ସମୟରେ କେମିତି ବସୁଛି ପରିବା ହାଟ।ରାତିରେ ହାଟ ବସିବା ସମୟରେ ଅନୁଗୋଳ ପୌରପାଳିକାର କର୍ମଚାରି ରାତିରେ କିଛି ଟାକ୍ସ ଆଦାୟ କରୁଛନ୍ତି କିନ୍ତୁ କିଛି କିଛି ବ୍ୟବସାୟୀଙ୍କୁ ରସିଦ ଦିଆନଯାଇ ଟଙ୍କା ଆଦାୟ କରି କର୍ମଚାରୀ ହେଉଛନ୍ତି ମାଲେମାଲ।

Follow by Email
WhatsApp