୩୦ ସେକେଣ୍ଡରେ ମିଳିବ ୫୦ ହଜାର ଟଙ୍କାର ଋଣ :ଧର୍ମେନ୍ଦ୍ର Posted on 04/10/201904/10/2019 by NTP Bureau Report ଭୁବନେଶ୍ୱର(ଏନଟିପି): ମୋଦି ସରକାର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ କରିଥିବା ବେଳେ ଭାରତୀୟ ବ୍ୟାଙ୍କ ଗୁଡିକ ଗରିବ ଲୋକଙ୍କର ସାଥି ହୋଇପାରିଛନ୍ତି। ବର୍ତମାନ ବ୍ୟାଙ୍କ ଖାତା,୩ ମାସର ସକ୍ରିୟତା, ଆଧାର ନମ୍ବର ଓ ଟେଲିଫୋନ ଠିକଣା ଥିଲେ ବ୍ୟାଙ୍କ ତଥା ଇ ମୁଦ୍ରା ଜରିଆରେ ୩୦ସେକେଣ୍ଡରେ ଜଣାଏ ଲୋକ ୫୦ହଜାର ଋଣ ପାଇଁ ପାରୁଛି ବୋଲି ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା କାର୍ଯ୍ୟାଳୟରେ ଗ୍ରାହକ ସମ୍ପର୍କ ମେଳାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଖାଇଥିଲେ।ଆଜି ଏହି କାର୍ଯ୍ୟକ୍ରମରେ ସମୁଦାୟ ୨୬୦୪ ଜଣଙ୍କୁ ଋଣ ପ୍ରଦାନ କରାଯାଇଛି । ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଗ୍ରାହକ ସମ୍ପର୍କ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି । ଆଜି ଭୁବନେଶ୍ୱରରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପକ୍ଷରୁ ଗ୍ରାହକ ସମ୍ପର୍କ ଓ ପ୍ରଚାର କାର୍ଯ୍ୟକ୍ରମ ଚାଲିଛି । ସେଥିରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ ୨ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଋଣ ଦିଆଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩କୋଟିରୁ ଅଧିକ ଲୋକ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି । ଏଣିକି ୩୦ସେକେଣ୍ଡରେ ଏସଏଚଜି ଗ୍ରୁପକୁ ୫୦ହଜାର ଟଙ୍କାର ଋଣ ମିଳିବ । ଏବଂ ୫୯ମିନିଟରେ ଏକ କୋଟି ଟଙ୍କା ଯାଏଁ ଋଣ ପ୍ରଦାନ କରାଯିବ । ଓଡ଼ିଶାରେ ଅଧିକ ବ୍ୟାଙ୍କ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।ଏସଏଚଜି ଗ୍ରୁପକୁ ଅଧିକରୁ ଅଧିକ ଗୃହ ଋଣ ଦେବାକୁ ବ୍ୟାଙ୍କମାନଙ୍କୁ କୁହାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି । Share on FacebookTweetFollow usSave Post Views: 290
Odisha Political Tadka ମାଘ ପର୍ବରେ ଯୋଗଦେଲେ ବିଧାୟକ NTP Bureau Report 02/03/2020 0 ଅନୁଗୋଳ(ଏନ ଟି ପି): ଅନୁଗୋଳ ଜିଲ୍ଲା ପାଳଲହଡା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଝାରବେଡା ଗ୍ରାମ ପଞ୍ଚାୟତ ର କଦଳୀବାରି ଠାରେ ମାଘ ପର୍ବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ବିଧାୟକ ଶ୍ରୀ […]
Odisha ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ କୀର୍ତ୍ତିମାନ NTP Bureau Report 29/07/2022 0 ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିମ୍ସ ସୁପରସ୍ପେଶିଆଲିଟି ଓ କ୍ୟାନ୍ସର ସେଣ୍ଟର ଉଦ୍ଘାଟିତ ଭୁବନେଶ୍ୱର, ୨୯ ।୭: ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ କୀର୍ତ୍ତିମାନ ସ୍ଥାପନ ହୋଇଛି । କିମ୍ସ ସୁପର ସ୍ପେଶିଆଲିଟି ଓ କିମ୍ସ କ୍ୟାନ୍ସର ସେଣ୍ଟରକୁ […]
Odisha ଭାଇଚାରା ସୃଷ୍ଟି କରିବା କବିତା ହେଉଛି ମାଧ୍ୟମ :ଉପରାଷ୍ଟ୍ରପତି NTP Bureau Report 06/10/2019 0 ଭୁବନେଶ୍ୱର(ଏନଟିପି): ଦିନ୍ଯକିଆ ଗସ୍ତରେ ଆସିଛନ୍ତି ଉପ ରାଷ୍ଟ୍ରପତି ଭେଙ୍କେୟ ନାଇଡୁ ।ଭୁବନେଶ୍ୱରର କିଟ ରେ ଆୟୋଜିତ ୩୯ ତମ ବିଶ୍ୱ କବି ମହାକୁମ୍ଭ’ରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୋଗଦେଇଛନ୍ତି। ଓଡ଼ିଶାକୁ ଆସି ଅତ୍ୟନ୍ତ ଉଲ୍ଲସିତ […]