ସାମ୍ବାଦିକଙ୍କୁ ସୁରକ୍ଷା ଦାବିନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ଗଣମାଧ୍ୟମ ପ୍ରତିନିଧି Posted on 08/02/201908/02/2019 by NTP Bureau Report ଭୁବନେଶ୍ୱର(ଏନଟିପି) ରାଜ୍ୟରେ ବଢି ଚାଲିଛି ସାମ୍ବାଦିକଙ୍କ ଉପରେ ଆକ୍ରମଣ। ଗଣତନ୍ତ୍ର ର ଜାଗ୍ରତ ପ୍ରହରୀ କୁହାଯାଉଥିବା ଗଣମାଧ୍ୟମ ପ୍ରତିନିଧି ମାନେ ଏବେ ଅସୁରକ୍ଷିତ।ସାମ୍ବାଦିକ ମାନଙ୍କ ସୁରକ୍ଷା ଲାଗି ତୁରନ୍ତ କଡ଼ା ଆଇନ୍ ଲାଗୁ କରିବା ଦାବିରେ ସାମ୍ବାଦିକମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । କାର୍ଯ୍ୟରତ ସାମ୍ବାଦକିଙ୍କ କ୍ଷେତ୍ରରେ ପେନ୍ସନ ଲାଗୁ, ସ୍ୱାସ୍ଥ୍ୟବୀମା ସହାୟତା ରାଶି ୫ ଲକ୍ଷକୁ ବଢ଼ାଇବାକୁ ମଧ୍ୟ ଦାବି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଦାବିଗୁଡି଼କୁ ଗୁରୁତର ସହ ନେଇ ଖୁବ୍ଶୀଘ୍ର ପଦକ୍ଷେପ ନେବାକୁ ପ୍ରତଶ୍ରିୁତି ଦେଇଛନ୍ତି । ଆଜି ଅପରାହ୍ନରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ବିଧାନସଭାସ୍ଥିତ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ବଢ଼ୁଥିବା ଆକ୍ରମଣ ଉପରେ ଆଲୋଚନା କରିଥିଲେ । ଏହାକୁ ରୋକିବାକୁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ମହାରାଷ୍ଟ୍ର, ଛତିଶଗଡ ଓ ହରିଆନାରେ ସାମ୍ବାଦିକ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ କରାଯାଇଛି । ସେହିପରି କେରଳ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆସାମ ଓ ପଶ୍ଚିମବଙ୍ଗରେ ପେନସନ୍ ଯୋଜନା ଲାଗୁ ହୋଇସାରିଛି । ଏହାକୁ ଦୃଷ୍ଟିରେ ରଖି ଦାବିଗୁଡ଼ିକ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ସେମାନେ ଦାବି କରିଥିଲେ । ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଛନ୍ତି, ସାମ୍ବାଦିକମାନଙ୍କୁ ପେନସନ୍ ପ୍ରଦାନ, ସ୍ୱାସ୍ଥ୍ୟବୀମା ସହାୟତା ରାଶି ବଢ଼ାଇବା ସହ ସୁରକ୍ଷା ଆଇନ୍ ନେଇ ସରକାର ସମ୍ବେଦନଶୀଳ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ନିଆଯାଇ ସାମ୍ବାଦିକଙ୍କ କଲ୍ୟାଣ ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ । ପୂର୍ବତନ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ତଥା ବିଧାୟକ ଦେବାଶିଷ ନାୟକ, ବିଧାୟିକା ପ୍ରମିଳା ମଲ୍ଲିକ, ବିଧାୟକ ରବି ନାରାୟଣ ନାୟକ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତଙ୍କ ସହ ମଧ୍ୟ ସାମ୍ବାଦିକମାନେ ଆଲୋଚନା କରିଛନ୍ତି । Share on FacebookTweetFollow usSave Post Views: 246
Odisha ନିର୍ବାଚନ ଦାୟିତ୍ୱ ସହ ବିଭିନ୍ନ ଉନ୍ନୟନ ଯୋଜନାର କାର୍ଯ୍ୟକାରୀତାକୁ ପ୍ରାଥମିକତା –ଜିଲ୍ଲାପାଳ NTP Bureau Report 11/02/2019 0 ଅନୁଗୋଳ (ଏନଟିପି) ଅନୁଗୋଳରେ ଦାୟିତ୍ୱ ଗ୍ରହଣ କଲେ ନୂତନ ଜିଲ୍ଲାପାଳ।୧୯୮୮ ବ୍ୟାଚର ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ମନୋଜ କୁମାର ମହାନ୍ତି ଆଜି ପୂର୍ବତନ ଜିଲ୍ଲାପାଳ ଅନିଲ କୁମାର ସାମଲଙ୍କ ଠାରୁ ଦାୟିତ୍ୱ […]
Odisha କନ୍ଧମାଳ ସାଂସଦଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା NTP Bureau Report 15/11/2021 0 କନ୍ଧମାଳ(ଏନ ଟି ପି): କନ୍ଧମାଳ ସାଂସଦଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷାକନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ୬ ଦିନିଆ ସଂସଦୀୟ କ୍ଷେତ୍ର ସମୀକ୍ଷା କାର୍ଯ୍ୟକ୍ରମର ୫ମ ଦିନରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଉନ୍ନୟନ […]
Odisha KISS Includes Chess in School Curriculum (First In The Country) NTP Bureau Report 20/03/2021 0 Bhubaneswar(NewsTimePro) Following the International Chess Federations’ (FIDE) policy to include Chess in School Level Study Curriculum, the same is being executed in different nations across […]