୫୦ ପ୍ରତିଶତ କମ୍ ଯାତ୍ରୀରେ ପରିବହନ ପାଇଁ ଅକ୍ଷମତା ପ୍ରକାଶ କଲେ ବାଲିଗୁଡା ବସ ମାଲିକ ସଂଘ Posted on 08/05/202008/05/2020 by NTP Bureau Report କନ୍ଧମାଳ(ଏନଟିପି): ରାଜ୍ୟ ସରକାର ଗ୍ରୀନ ଜୋନ୍ ରେ ଥିବା ଜିଲ୍ଲାଗୁଡ଼ିକରେ ଥିବା ଘରୋଇ ବସ ସେବାକୁ ଅନୁମତି ଦେଇଛନ୍ତି । କିନ୍ତୁ ନିର୍ଦ୍ଧାରିତ ସିଟ୍ ର ୫୦ ପ୍ରତିଶତ କମ୍ ଯାତ୍ରୀରେ ପରିବହନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ବସ ଚଳାଇବାକୁ ଅକ୍ଷମତା ପ୍ରକାଶ କରିଛନ୍ତି, ଯାହାକୁ କି’ବାଲିଗୁଡାର ମା’ପାଟଖଣ୍ଡା ଘରୋଇ ବସ ମାଲିକ ସଂଘ ପୂର୍ଣ୍ଣ ସମର୍ଥନ ଜଣାଇଛି । ଗତ ମାର୍ଚ୍ଚ ୨୩ ତାରିଖରୁ ଘରୋଇ ବସ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । କିନ୍ତୁ ମାର୍ଚ୍ଚ ୧୫ ତାରିଖରୁ ବସ ଯୋଗେ ଯାତ୍ରୀ ମାନଙ୍କର ଚଳାଚଳ କମ୍ ହୋଇ ଯାଇଥିବାରୁ ବସ ମାଲିକମାନେ ବହୁ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଇତି ମଧ୍ୟରେ ୪୦ରୁ ଉର୍ଦ୍ଧ୍ୱ ଦିନ ହେବ କନ୍ଧମାଳ ଜିଲ୍ଲାରେ ଶତାଧିକ ଘରୋଇ ବସ୍ ସେବା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି ଓ ବସ ଗୁଡ଼ିକୁ ମାଲିକମାନେ ଅଫ୍ ରୁଟ କରି ଦେଇଛନ୍ତି । ଏହି ବ୍ୟବସାୟ ଉପରେ ନିର୍ଭର କରୁଥିବା ଡ୍ରାଇଭର,କଣ୍ଡକ୍ଟର,ହେଲପରଙ୍କ ସମେତ ଗ୍ୟାରେଜ ଓ ସ୍ପେୟାର ପାର୍ଟସ ଆଦିରେ ନିୟୋଜିତ ପ୍ରାୟତଃ ୨ହଜାରରୁ ଅଧିକ ଲୋକେ ଜୀବନ ଜୀବିକା ହରାଇ ଭୋକ ଉପାସରେ କାଳ କାଟୁଛନ୍ତି । ପରିବହନ ବ୍ୟବସ୍ଥାରେ ନିୟୋଜିତ ସମସ୍ତ ବସ୍ ର କର୍ମଚାରୀମାନେ ଦିନ ମଜୁରିଆ ହିସାବରେ ନିଯୁକ୍ତି ପାଇଥାନ୍ତି ।ତେଣୁ ଏପରି ଅବସ୍ଥାରେ ସେମାନଙ୍କର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ବସ ମାଲିକମାନେ ଋଣ ପରିଶୋଧ ଚିନ୍ତାରେ ପଡ଼ିଥିବା ବେଳେ ନିଜର କର୍ମଚାରୀମାନଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାପାଇଁ ଅସମର୍ଥ ହେବା ସ୍ୱାଭାବିକ । ବର୍ତମାନ ସରକାରଙ୍କ ଦ୍ୱାରା ଲକ୍ ଡାଉନ ଅବଧିକୁ ମଇ ୧୭ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି । ଏଭଳି ସ୍ଥଳେ ବସ ମାଲିକ ତଥା ଏହାସହିତ ସମ୍ପୃକ୍ତ ଅନ୍ୟମାନଙ୍କ ଅବସ୍ଥା ଜଟିଳରୁ ଜଟିଳ ହେବାକୁ ଯାଉଛି । ଏଣୁ ବାଲିଗୁଡା ବସ ମାଲିକ ସଂଘର ସଭାପତି ରବି ଚନ୍ଦ୍ର ପାଳ ଓ ସମ୍ପାଦକ ରବିଚନ୍ଦ୍ର ପାତ୍ରଙ୍କ ସମେତ ଅଞ୍ଚଳର ସମସ୍ତ ବସ ମାଲିକ ଉପରୋକ୍ତ ଅବସ୍ଥା ତଥା ସମସ୍ୟାକୁ ଅନୁଧ୍ୟାନ କରି ଯଥାଶୀଘ୍ର ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । Share on FacebookTweetFollow usSave Post Views: 427
Odisha ମହିମା ଟୁଙ୍ଗିର ଉନ୍ନତିକରଣ ସମେତ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭୂମିପୂଜନ କଲେ ଉପବାଚସ୍ପତି NTP Bureau Report 31/08/2022 0 ଅନୁଗୋଳ(ଏନଟିପି): ଅନୁଗୋଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡା ଗ୍ରାମ ପଞ୍ଚାୟତ ଠାରେ ନୂତନ ମହିଳା ସମ୍ମିଳନୀ କକ୍ଷର ଶୁଭ ଉଦ୍ଘାଟନ ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଫେସିଲିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ […]
Odisha ହତ୍ୟାକାରୀକୁ କେବେ ଧରିବ ପୋଲିସ…. NTP Bureau Report 05/01/2019 0 ଏନଟିପି ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ହତାନାଳି ଗ୍ରାମ ର ଦାଶରଥି ବେହେରା ଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ଡିସେମ୍ବର ୧୩ ତାରିଖରେ ହତ୍ୟା କରିଥିବା ଅଭିଯୋଗ କରିଥିଲେ।ମୃତକଙ୍କ ପରିବାର ଲୋକେ। […]
Odisha Business Struggle to democratize the Indian Tricolour for every Indian started on 22nd September 1995 NTP Bureau Report 21/09/2022 0 New Delhi, 21/09/2022: Flag Foundation of India(FFoI) is remembering the historic day of 22nd September 1995 as a milestone day in the struggle to democratize […]