ଖାଲି ପେଟରେ ଏ ସବୁ ଜିନିଷ ଖାଆନ୍ତୁ ନାହିଁ,ନହେଲେ ହେବ ଅଲସର ….

ଖାଲି ପେଟରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ : ହୋଇପାରେ ଅଲସରଆଜିକାଲି ଅଧିକାଂଶ ଲୋକ ଖାଦ୍ୟ ସଚେତନ ହୋଇଥିବା ଯୋଗୁଁ ସ୍ବାସ୍ଥ୍ୟକର ଖାଦ୍ୟ ପ୍ରତି ସମସ୍ତଙ୍କ ନଜର ରହିଥାଏ। ଆମେ ସମସ୍ତେ ଏହା ଜାଣିଛୁ ଯେ କେଉଁ ଖାଦ୍ୟ ଆମ ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ଏବଂ କେଉଁ ଖାଦ୍ୟ ନୁହଁ। କିନ୍ତୁ ଏହା ବହୁତ କମ୍ ଲୋକ ଜାଣିଛନ୍ତି ଯେ ଲାଭଦାୟକ ଜିନିଷ ମଧ୍ୟ ଅସମୟରେ ଖାଇଲେ ଫାଇଦା ହେବା ପରିବର୍ତ୍ତେ କ୍ଷତି ହୋଇଥାଏ ଏବଂ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ। ଏଥିପାଇଁ ଆପଣ ଯେକୈାଣସି ଜିନିଷ ଖାଇବା ଆଗରୁ ସମସ୍ତ ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ୍। କିଛି ଜିନିଷ ମଧ୍ୟ ଖାଲି ପେଟରେ ଖାଇବା ଅନୁଚିତ୍। ଏହି ଖାଦ୍ୟଗୁଡ଼ିକ ହେଲା୧.କଦଳୀ : ଆଇରନ୍ ଏବଂ ପୋଟାସିୟମ ଭରପୂର ରହିଥିବା କଦଳୀ ସ୍ବାସ୍ଥ୍ୟପ୍ରଦ କିନ୍ତୁ ଯଦି ଆପଣ ଏହାକୁ ସକାଳେ ଖାଲି ପେଟରେ ଖାଉଛନ୍ତି ତେବେ ଏହା ଆପଣଙ୍କ ପ୍ରତି କ୍ଷତିକାରକ ସାବ୍ୟସ୍ତ ହେବ। ମାଇଗ୍ରେନ୍ ଏବଂ ଅମ୍ଳପିତ୍ତ ରୋଗୀଙ୍କୁ ଏଥିପ୍ରତି ସଜାଗ ରହିବା ଉଚିତ୍ କାରଣ ଖାଲି ପେଟରେ କଦଳୀ ଖାଇଲେ ଏହା ଅମ୍ଳପିତ୍ତକୁ ବଢ଼ାଇଥାଏ। କଦଳୀ ଏକ ସୁପରଫୁଡ। ଏଥିରେ ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଅଧିକ ମାତ୍ରାରେ ମିଳିଥାଏ କିନ୍ତୁ ଯଦି         ଆପଣ ଏହାକୁ ଅସମୟରେ ଖାଆନ୍ତି ତେବେ ରକ୍ତରେ ମିନେରାଲର ଅସନ୍ତୁଳନ ଦେଖାଯାଇଥାଏ।୨.ଖଟା ଫଳ: ଖଟା ଫଳ ତ ସମସ୍ତଙ୍କର ପ୍ରିୟ ହୋଇଥାଏ । ଖାସ୍ କରି ଶୀତ ଦିନେ ଏହାକୁ ଖାଇବାର ମଜା ନିଆରା ହୋଇଥାଏ। ଖଟା ଫଳ ମଧ୍ୟରେ କମଳା ପ୍ରାୟ ଲୋକଙ୍କ ପ୍ରିୟ ହୋଇଥାଏ। ଫଳ ଶରୀର ନିମନ୍ତେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ କିନ୍ତୁ ଯଦି ଆପଣ ଏଗୁଡ଼ିକୁ ଖାଲି ପେଟରେ ଖାଇଥାନ୍ତି ତେବେ ଶରୀର ପ୍ରତି କ୍ଷତିକାରକ ପ୍ରଭାବ ପଡ଼ିଥାଏ। ଏଥିପାଇଁ ଖଟା ଫଳକୁ ଖାଲି ପେଟରେ ନଖାଇ ଜଳଖିଆ ଖାଇବା ପରେ ଖାଆନ୍ତୁ।

୩.ଦହି: ଦହି ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଖାସ କରି ଗ୍ରୀଷ୍ମ ଦିନେ ଦହି ଖାଇବା ଦ୍ବାରା ଆପଣ ଅଧିକ ସତେଜ ଅନୁଭବ କରିଥାଆନ୍ତି। କିନ୍ତୁ ଖାଲି ପେଟରେ ଦହି ଖାଇବା ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ। ଖାଳି ପେଟରେ ଦହି ଖାଇଲେ ଅମ୍ଳପିତ୍ତ ବଢ଼ିଥାଏ ଯାହା ଆଗକୁ ଯାଇ ଅଲସରର ରୂପ ନେଇଥାଏ।

୪.ଟମାଟୋ: ପରିବା ମଧ୍ୟରେ ଟମାଟୋ ସମସ୍ତଙ୍କ ଅତି ପ୍ରିୟ ହୋଇଥାଏ । ଏହା ବ୍ୟତୀତ ଲୋକେ ଏହାକୁ କଞ୍ଚା ମଧ୍ୟ ଖାଇଥାଆନ୍ତି। ଏହା ଶରୀର ପକ୍ଷେ ହିତକାରକ ହୋଇଥାଏ। କିନ୍ତୁ ଟମାଟୋରେ ଏସିଡର ମାତ୍ରା ଅଧିକ ଥାଏ। ଯଦି ଆପଣ ଏହାକୁ ଖାଲି ପେଟରେ ଖାଇବେ ତେବେ ଏହା ଆପଣଙ୍କ ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ। ଅସମୟରେ ଟମାଟୋ ଖାଇଲେ ଷ୍ଟୋନ୍ ଏବଂ ଗ୍ୟାଷ୍ଟ୍ରିକ ଅଲସର ହେବାର ଆଶଙ୍କା ରହିଥାଏ।

୫.ଚାହା ଏବଂ କଫି: ଅଧିକାଂଶ ସମୟରେ ଲୋକେ ଯେତେବେଳେ ବୋର୍ ହୋଇଥାଆନ୍ତି ଚାହା କିମ୍ବା କଫି ପିଇବାକୁ ପସନ୍ଦ କରିଥାଆନ୍ତି। ଏହା ଦ୍ବାରା ସତେଜ ଲାଗିଥାଏ। କିନ୍ତୁ ଖାଲି ପେଯରେ ଚାହା କିମ୍ବା କଫି ପିଇବା ଦ୍ବାରା ଅମ୍ଳପିତ୍ତର ସମସ୍ୟା ବଢ଼ିଥାଏ ଏବଂ ଦିନସାରା ଜ୍ବଳନ ଏବଂ ବଦହଜମୀର ସମସ୍ୟା ହୋଇଥାଏ। ଚାହା ଏବଂ କଫିରେ ଥିବା ନିକୋଟିନରେ ଏସିଡ ପ୍ରସ୍ତୁତ ହୋଇଥାଏ ଯାହାର ପ୍ରଭାବ ସିଧାସଳଖ ହଜମ କ୍ରିୟା ଉପରେ ପଡ଼ିଥାଏ।

୬.ରାଗ ମସଲାଯୁକ୍ତ ଖାଦ୍ୟ: ଭାରତୀୟମାନଙ୍କୁ ରାଗ ପ୍ରସ୍ତୁତ କରିବା ଏବଂ ରାଗ ଜିନିଷ ଖାଇବାକୁ ଅତ୍ୟନ୍ତ ଭଲ ଲାଗିଥାଏ। ଯଦି ଆପଣ ସକାଳେ ଖାଲି ପେଟରେ ରାଗ ଓ ମସଲାଯୁକ୍ତ ଖାଦ୍ୟ ଖାଇଥାଆନ୍ତି ତେବେ ଅଲସର ହେବାର ଆଶଙ୍କା ଅନେକ ଗୁଣରେ ବଢ଼ିଯାଇଥାଏ। ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଶରୀରରେ ଏସିଡର ସ୍ତର ଅନେକାଂଶରେ ବଢ଼ିଯାଇଥାଏ ଯାହା ହଜମ କ୍ରିୟାକୁ ପ୍ରଭାବିତ କରିଥାଏ। ଏହା ଦ୍ବାରା ପେଟ ବ୍ୟଥା  ମଧ୍ୟ ହୋଇଥାଏ।

୭.ଔଷଧ: ଆମେ ଯେତେବେଳେ ରୋଗଗ୍ରସ୍ତ ହୋଇଥାଉ ଔଷଧ ଆମ ପାଇଁ ଆବଶ୍ୟକ ହୋଇଥାଏ। କିନ୍ତୁ ଖାଲି ପେଟରେ ଔଷଧ ଖାଇଲେ ଅଲସରର ଆଶଙ୍କା ବଢ଼ିଥାଏ। ଏହା ଦ୍ବାରା ଏସିଡ ହୋଇଥାଏ। ଜ୍ବଳନ ଏବଂ ଖଟା ହାକୁଡ଼ି ହୋଇଥାଏ ଯାହା ଦ୍ବାରା ପେଟର ଆଭ୍ୟନ୍ତରୀଣ ଅଂଶ ପ୍ରଭାବିତ ହୋଇଥାଏ। 

Follow by Email
WhatsApp