ବିଧାୟକ ଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଶୁଭ ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ …….

ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ପାଲଲହଡା ବିଧାୟକ…

ଏନଟିପି : (ଅନୁଗୁଳ) ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପାଲଲହଡା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଗ୍ରାମରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଦ୍ଵାରା ପାନୀୟଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କଲେ,ମାନ୍ୟବର ବିଧାୟକ ପାଲଲହଡା ତଥା ଜିଲ୍ଲା ଯୋଜନା କମିଟି  ଅଧକ୍ଷ ଶ୍ରୀଯୁକ୍ତ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ ଓ ଶିଳାନାଶ ର ଫଳକ ଉନ୍ମୋଚନ କରିଥିଲେ | କାକୁଡ଼ିଆ ଗ୍ରାମରେ ୨୭ଲକ୍ଷ ଟଙ୍କାର ନିର୍ମିତ ଶୁଭ ଉଦଘାଟନ ସେହିପରି ଖଜୁରୀଆ ଠାରେ ୬୭ଲକ୍ଷ, ସାନକାକୁଡିଆ ରେ ୫୫ ଲକ୍ଷ ଟଙ୍କାର ଏବଂ ଚାଙ୍ଗୁଡିଆ, ଡ଼ଙ୍ଗରବେଡା,ବାରୁଆ, କଟରIପଡ଼ା ଠାରେ ୨.୫୦କୋଟି ଟଙ୍କାର ନିର୍ମାଣ ହେବାକୁ ଥିବା ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ର ଶିଳାନ୍ୟାସ କରିଥିଲେ ସମସ୍ତ କାଯ୍ୟକ୍ରମ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ ଓ କନିଷ୍ଠ ଯନ୍ତ୍ରୀ ସବିତା ପ୍ରଧାନ ଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା ଏଥିରେ ସମ୍ମାନନୀୟ ଅତିଥି ଭାବରେ ବ୍ଲକ ଅଧକ୍ଷା ନମିତା ସାହୁ, ପୂର୍ବତନ ବ୍ଲକ ଅଧକ୍ଷା ଉଶାବତୀ ଗଡ଼ନାୟକ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିଷ୍ଣୁ କୁମାର ଦାସ,ସମିତିସଭ୍ୟ ପୁଷ୍ପାଞ୍ଜଳି ସେଠି,ରୀନାରାଣୀ ସାହୁ ,ପୂର୍ବତନ ସଭାପତି ପୁର୍ଣ ଚନ୍ଦ୍ର ପ୍ରଧାନ ,ପୂର୍ବତନ ସମିତି ସଭ୍ୟ ଗଣେଶ୍ୱର ମହାନ୍ତି ,ବାବୁଲା ପ୍ରଧାନ ,ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ କ୍ଷୀରସିନ୍ଧୁ ସେଠି,ବ୍ଲକ ବିଜେଡି ସଭାପତି ଶ୍ୟାମସୁନ୍ଦର ସାହୁ ,ଜିଲ୍ଲା ବିଜେଡି ଯୁବ ଉପ ସଭାପତି ସୁନୀଲ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Follow by Email
WhatsApp